ଅନ୍ୟକୁ କଷ୍ଟ ଦେଲେ ତାର ପରିଣାମ କଣ ହୋଇଥାଏ ? Acharya Aruna

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବ୍ୟକ୍ତି ଯଦି ଅନ୍ୟ କୁ କଷ୍ଟ ବା ଯନ୍ତ୍ରଣା ଦେଇଥାଏ ତେବେ ତାର ପରିଣାମ ତାକୁ ହିଁ ଭୋଗିବାକୁ ପଡିଥାଏ । ଏହାର ପରିଣାମ କିପରି ହୋଇଥାଏ ଓ କେଉଁ କାରଣରୁ ହୋଇଥାଏଆ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଏକ କାହାଣୀ ମାଧ୍ୟମରେ କହିବାକୁ ଯାଉଛୁ ।

ଜଣେ ସନ୍ଥ ମହାତ୍ମା ଭିକ୍ଷା କରିବା ପାଇଁ ଏକ ଗ୍ରାମ ଅଭିମୁଖେ ବାହାରିଲେ । ସେହି ସମୟରେ ବର୍ଷା ଆରମ୍ଭ ହେବା ସତ୍ବେ ମଧ୍ୟ ସେହି ସନ୍ଥ ଜଣକ ଭିକ୍ଷା କରିବା ପାଇଁ ବାହାରିଲେ । ଏହା ପରେ ସନ୍ଥ ଦେଖିବାକୁ ପାଇଲେ ବର୍ଷା ଜଳ ନଦୀର ଭ୍ରମ ସୃଷ୍ଟି କରୁଛି । ସନ୍ଥ ମହାତ୍ମା ବର୍ଷା ପାଣିକୁ ଉପଭୋଗ କରି ଆଗକୁ ବଢିବାରେ ଲାଗିଲେ । ସେ ମନେ ମନେ ଚିନ୍ତା କରୁଥିଲ “ହେ ପ୍ରକୃତି ରାଣୀ ତୁମେ କେତେ ସୁନ୍ଦର, ବର୍ଷ ଜଳରେ ପ୍ରକୃତିକୁ ଭରି ଦେଉ ତ ଆଉ କେତେବଳେ ବିହୁନ କରି ଦେଉ” ।

ସନ୍ଥ ଜଣକ ରାସ୍ତାରେ ବର୍ଷା ପାଣିକୁ ଗୋଡରେ ମାରି ମାରି ଯାଉଥିବା ସମୟରେ ଦୁଇ ଦମ୍ପତି ସେଠାରେ ଯାଉଥିଲେ । ହଠାତ ସନ୍ଥଙ୍କ ଗୋଡର ପାଣି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ଉପରେ ପଡିବାରୁ ତାଙ୍କ ସ୍ଵାମୀ ସନ୍ଥ ମହାତ୍ମାଙ୍କୁ ଗା-ଳି କରିବାକୁ ଲାଗିଲେ । ସେହି ମହିଳାଙ୍କ ସ୍ଵାମୀ ଜଣକ ସନ୍ଥଙ୍କୁ ଗାଳି ଦେବା ସହ କ୍ରୋଧରେ ତାଙ୍କ ଉପରକୁ ହାତ ଉଠାଇଥିଲେ ଯାହାର ପ୍ର-ତି-ବା-ଦ ତାଙ୍କ ସ୍ତ୍ରୀ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଏହା ପରେ ସନ୍ଥ ମହାତ୍ମା ଦୁଇ ଜଣକୁ ହାତ ଯୋଡି କ୍ଷମା ଯାଚନ କରିଥିଲେ ।

ଏହା ପରେ ଦୁଇ ଦମ୍ପତି ନିଜ ଘରକୁ ଯିବା ପରେ ଅଚାନକ ସ୍ଵାମୀ ତଳେ ପଡିଯାଇ ତାଙ୍କର ମୁଣ୍ଡ ଫାଟିବା ସହ ଗୋଡ ଭାଙ୍ଗିଗଲା । ଏହା ପରେ ସ୍ତ୍ରୀ ସମସ୍ତଙ୍କୁ ଡାକିଲେ । ଏହା ପରେ ସେଠାରେ ଥିବା ଉପସ୍ଥିତ ଲୋକ ମାନେ ପଚାରି ଥିଲେ ଏମିତି କେମିତି ହେଲା ଓ ଉତ୍ତରରେ ସ୍ତ୍ରୀ ଜଣକ କହିଥିଲେ ବାଟରେ ଆସିବା ସମୟରେ ସନ୍ଥ ଜଣକଙ୍କର ଗୋଡର ପାଣି ଆମ ଉପରକୁ ପଡିବା ପରେ ଆମେ କହିଥିଲୁ ଓ ସେ ଆମକୁ ଅ-ଭି-ଶା-ପ ଦେଲେ ଯାହା ଫଳରେ ଏପରି ଅବସ୍ଥା ହୋଇଗଲା ।

ଏହା ପରେ ଲୋକ ମାନେ ତୁରନ୍ତ ଏହା ଶୁଣିବା ପରେ ସନ୍ଥଙ୍କ ପାଖକୁ ଯାଇ ତାଙ୍କୁ ଏ ବିଷୟରେ ପଚାରିଥିଲେ । ଏହା ପରେ ସନ୍ଥ ଜଣକ ନିଜ ରାଏରେ କହିଥିଲେ ଯେ “ମୋ ଗୋଡର ପାଣି ତାଙ୍କ ସ୍ଵାମୀଙ୍କ ଉପରେ ପଡିବା ଯୋଗୁ ମୁଁ କ୍ଷମା ମାଗିଥିଲି କିନ୍ତୁ ତାଙ୍କ ସ୍ଵାମୀ ମୋ ଉପରକୁ ହାତ ଉଠାଇଥିଲେ” । ସନ୍ଥ କହିଲେ “ତାଙ୍କ ସ୍ତ୍ରୀଙ୍କ ଉପରେ ପାଣି ପଡିବାରୁ ସ୍ଵାମୀଙ୍କୁ କସ୍ତା ହେଲା ଠିକ ସେମିତି ମୋ ଉପରେ ହାତ ଉଠାଇଥିବାରୁ ମୋ ଭଗବାନଙ୍କୁ କଷ୍ଟ ହେଲା ଯାହା ଫଳରେ ମୁଁ ଅ-ଭି-ଶା-ପ ଦେଲି” ।

ସନ୍ଥ କହିଲେ ଯଦି ଆମେ ଅନ୍ୟ କୌଣସି ବ୍ୟକ୍ତି ହେଉ ବା ପଶୁପକ୍ଷୀ ହେଉ କଷ୍ଟ ଦେଲେ ତାହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ । କଥାରେ ଅଛି “ଯେ ପାଞ୍ଚେ ପରମନ୍ଦ ପରମନ୍ତି ଗୋବିନ୍ଦ” । ଆମେ ଅନ୍ୟର ଭଲ କଲେ ଆମର ଭଲ ହେବ କ୍ଷତି କରିଲେ କ୍ଷତି ହେବ ବୋଲି ସନ୍ଥ କହିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *