ଝିଅ ଦେଖିବା ପାଇଁ ଯାଇଥିବା ପରିବାର ନିର୍ବନ୍ଧ ସହିତ ହିଁ କରିଦେଲେ ବିବାହ, ନା ସାଜସଜ୍ଜା ନା ହିଁ ଆସିଲେ ବରଯାତ୍ରୀ

ସମାଜରେ ଉଦାହରଣ ହେଉଥିବା କାମ କିଛି ଲୋକ କରିପାରନ୍ତି । ଏମିତି ହିଁ ଏକ ଉଦାହରଣ କିଛି ଦିନ ପୂର୍ବେ ଏକ ପରିବାର କାମ କରିଛନ୍ତି ଯେତବେଳେ ସେ ନିଜ ପୁଅ ପାଇଁ ଝିଅ ଦେଖିବାକୁ ପହଞ୍ଚିଲେ ସେ ଡେରିନକରୀ ନିର୍ବଂଦ୍ଧ ଏବଂ ବିବାହ କରିଦେଲେ । ଆପଣଙ୍କୁ ଏହା ଶୁଣି ଲାଗୁଥିବ କି ଏହା ଏକ ମାମୁଲି ବିବାହ ଥିଲା କିନ୍ତୁ ଏମିତି ବିଲକୁଲ ନୁହେଁ । ଆସନ୍ତୁ ଜାଣିବା ଏହି ବିବାହରେ ଏମିତି କଣ ଖାସ ଥିଲା ।

ଜଯପୁର ରୁ ହରିୟାନା ପହଞ୍ଚିଥିଲେ ପୁଅ ପାଇଁ ଝିଅ ଦେଖିବାକୁ ଜୟପୁର ରାଜସ୍ଥାନର ଏକ ପରିବାର ବୀତି ଦିନୋଙ୍ଗ ନିଜ ଝିଅର ପୁଅ ପାଇଁ ହରିୟାନାର ବୁହାନା କୁ ଝିଅ ଦେଖିବାକୁ ଯାଇଥିଲେ ।

ପୁଅ ଘରଲୋକଙ୍କୁ ଝିଅଟି ବହୁତ ପସନ୍ଦ ହେଲା ଏବଂ ଜଲ୍ଦି ସେ ଦୁଇ ଜଣଙ୍କର ନିର୍ବନ୍ଧ କରିବେ ବୋଲି କହିଲେ । ଏହା ପରେ ପୁଅ ଅମିତର ପିତା ସୁରେଶଙ୍କ ସହିତ ଆସିଥିବା ଏକସମାଜ କାର୍ଯକର୍ତା ରାମବତାର କହିଲେ କି ସେ ଦୁଇଜଣଙ୍କର ବିବାହ ଆଜି କରିଦେଲେ ଭଲ ହେବ । ଅମିତଙ୍କର ବାପା ସୁରେଶଙ୍କୁ ଏହି କଥା ଭଲ ଲାଗିଲା ଏବଂ ସେ ଏହି କଥା ଝିଅ ଘର ଲୋକଙ୍କ ଆଗରେ କହିଲେ । ପ୍ରଥମେତ ଏମିତ ଓ ପୂଜା ଙ୍କ ନିର୍ବନ୍ଧ ହେଲା ଏବଂ ତା ପରେ ବିବାହ ହେଲା ।

ଅମିତଙ୍କୁ ଦରକାର ଥିଲା ପାଠପଢି ଥିବା ପତ୍ନୀ

ରାଜସ୍ଥାନ ରୁ ହରିୟାନା ପହଞ୍ଚି ଥିବା ଅମିତଙ୍କ ପରିବାର ଏବଂ ନିଜେ ଅମିତ ବି ନିଜ ପାଇଁ ଏକ ପଢା ଲେଖା ଝିଅର ସନ୍ଧାନରେ ଥିଲେ ଏବଂ ଏହି କାରଣରୁ ବହୁତ ଝିଅ ଦେଖିବା ପରେ ଯେତବେଳେ ସେମାନେ ହରିୟାନା ପହଞ୍ଚିଲେ ସେତବେଳେ ପୂଜା ତାଙ୍କୁ ବହୁତ ପସନ୍ଦ ଆସିଥିଲା । ପୂଜା ନିଜେ ବ୍ୟାଚଲର ଇନ ସାଇନ୍ସ ଏବଂ ସେ ଆଗକୁବୀ ନିଜର ପାଠପଢା ଜାରି ରଖିବାକୁ ଚାହୁଁଛି ।

ଅମିତ ଏବଂ ତାଙ୍କ ପରିବାରକୁ ଏହି କଥା ବହୁତ ପସନ୍ଦ ଆସିଥିଲା ଏବଂ ଏହି କାରଣରୁ ସେ ଦୁଇଜଣଙ୍କର ବିବାହ ଜଲ୍ଦି କରିଦେଇଥିଲେ । ଏହି ବିବାହରେ ସବୁଠାରୁ ଖାସ କଥା ଏହାକି ନା କେହି ବରଯାତ୍ରୀ ଆସିଥିଲେ ନା କିଛି ସାଜସଜା ହୋଇଥିଲା । କେବଳ ବିବାହ ପାଇଁ ଆବଶ୍ୟକ ଥିବା ଜିନିଷ ଯୋଗାଡ କରି ଅମିତ ଏବଂ ପୂଜା ଙ୍କ ବିବାହ କରାଯାଇଥିଲା । ବିବାହ ପରେ ଅମିତ ନିଜ ପତ୍ନୀ ପୂଜାକୁ ଆଣି ରାଜସ୍ଥାନ ନିଜ ଘରକୁ ଫେରିଥିଲେ । ବାସ୍ତବରେ ଏହି ପରିବାରକୁ ସଲାମ କରିବା ଉଚିତ ଯିଏ କି ବିନା ସୋର ଶବ୍ଦରେ ନିଜ ବୋହୁକୁ ଘରକୁ ଆଣିଲେ ।

Leave a Reply

Your email address will not be published. Required fields are marked *