ଝିଅମାନଙ୍କର କଣ ପାଇଁ ଡେଙ୍ଗା ପିଲା ବହୁତ ପସନ୍ଦ ??

ଭଗବାନ ଙ୍କ ସୃଷ୍ଟି ରେ ସବୁ ପ୍ରକାର ମଣିଷ ଅଛନ୍ତି । କଳା, ଗୋରା ଡେଙ୍ଗା ଗେଡା, ଧନୀ, ଗରିବ ଇତ୍ୟାଦି । ଆଜିକାଲି ସମସ୍ତେ ପ୍ରେମ ପାଇଁ ବ୍ୟସ୍ତ । କିନ୍ତୁ ଦେଖାଯାଏ ଯେ ଝିଅ ମାନେ ଡେଙ୍ଗା ପିଲା ଙ୍କୁ ବହୁତ ଲାଇକ କରନ୍ତି । ଯୋଉ ଝିଅକୁ ପଚାରିବା କେମିତିକା ଜୀବନ ସାଥୀ ଦରକାର ସେ ପ୍ରଥମେ କହିବ ଡେଙ୍ଗା ହେଇଥିବ, ଗୋରା ହେଇଥିବ, ଦେଖିବାକୁ ସୁନ୍ଦର ହେଇଥିବ ଇତ୍ୟାଦି ଇତ୍ୟାଦି । କିନ୍ତୁ କଣ ପାଇଁ ସେମାନେ ଏମିତି କୁହନ୍ତି?ଗେଡା ପିଲାଙ୍କ ପାଖରେ କଣ ଏମିତି କମି ଥାଏ ଯେ ଝିଅ ମାନଙ୍କୁ ପସନ୍ଦ ଆସନ୍ତିନି । ଯାହାକି ସେମାନେ ଯେତେ ଅଧିକ ଡେଙ୍ଗା ହୋଇଥାଏ ପୁଅ ସେତେ ପସନ୍ଦ କରନ୍ତି । ଆସନ୍ତୁ ଜାଣିବା କଣ ପାଇଁ ଡେଙ୍ଗା ପୁଅ ମାନଙ୍କୁ ଝିଅ ମାନେ ଗେଡା ପୁଅଙ୍କ ତୁଳନାରେ ଅଧିକ ଲାଇକ କରିଥାନ୍ତି ଆଉ ଏମିତି କଣ ତାଙ୍କ ମନରେ ଆସିଥାଏ ଯେ ସେମାନେ ଡେଙ୍ଗା ପିଲାଙ୍କୁ ଲାଇକ କରନ୍ତି ଗେଡା ପିଲାଙ୍କୁ କରନ୍ତିନି । ୧.ପ୍ରଥମେ ଝିଅ ମାନଙ୍କ ମନରେ ଯାହା ଆସେ ସେଇଟା ହେଲା ନିରାପଦ ଅନୁଭବ କରିବା ।

ଯୋଉମାନେ ଡେଙ୍ଗା ହୋଇଥାନ୍ତି ସେମାନେ ଝିଅ ମାନଙ୍କୁ ଅଧିକ ପ୍ରୋଟେକ୍ସନ ଦେଇଥାନ୍ତି ବୋଲି ଝିଅ ମାନେ ଭାବନ୍ତି । କିନ୍ତୁ ଏମିତି କିଛି ବି ନୁହେଁ । ଉଭୟ ଡେଙ୍ଗା ଆଉ ଗେଡା ପିଲା ପ୍ରୋଟେକ୍ସନ ଦେଇପାରିବେ । ଝିଅ ମାନେ ଭାବନ୍ତି ଡେଙ୍ଗା ପିଲାଙ୍କ ପାଖରେ ସେଲ୍ଫ କଂଫିଡେନ୍ସ ବହୁତ ଥାଏ ଏବଂ ତାଙ୍କ ସହ ଯାଇ ଯେକୌଣସି ଜାଗାକୁ ବୁଲିପାରିବ ଦିନ ହେଉ କି ରାତି,ବିନା ଡରରେ କୌଣସି ଜାଗା କୁ ଯାଇପାରିବେ । ଅନେକ ସମୟରେ ଗେଡା ପିଲା ଭାବନ୍ତି ମୁ ଯଦି ଆଉ ଟିକିଏ ଡେଙ୍ଗା ହୋଇଥାନ୍ତି ଭଲ ହୋଇଥାନ୍ତା ।

ଦେଖନ୍ତୁ ଏମିତି ଜମା ଭାବନ୍ତୁନି । ଡେଙ୍ଗା ଗେଡାରେ ଆଜିକାଲି କିଛି ବିଶେଷ ଫରକ ନାହିଁ । ନିଜ ଉପରେ ସବୁବେଳେ କଂଫିଡେନ୍ସ ରଖନ୍ତୁ ଅନେକ ପିଲା ଅଛନ୍ତି ଡେଙ୍ଗା ହେବ ସତ୍ତ୍ୱେ ବି ବୋକା ହୋଇଥାନ୍ତି ଆଉ ଗେଡା ପିଲା ଅନେକ ସମୟରେ ବହୁତ କୌଶଳୀ ହୋଇଥାନ୍ତି । ସେଥିପାଇଁ ନିଜକୁ କେବେ କମ ଭାବନ୍ତୁନି । ନିଜ ଉପରେ ବିଶ୍ବାସ ରଖିବାକୁ ପଡିବ । ଯୋଉମାନେ ତୁମକୁ ଲାଇକ କରୁଛନ୍ତି ତୁମେ ତାଙ୍କୁ ପ୍ରୋଟେକ୍ସନ ଦେଇପାରିବ ।

୨. ଦ୍ଵିତୀୟ ରେ ହେଲା ହାଇ ହୀଲ ପିନ୍ଧିବା । ଝିଅ ମାନେ ଭାବନ୍ତି ଯଦି ପୁଅଟି ସେମାନଙ୍କ ଠୁ ବହୁତ ଡେଙ୍ଗା ତେବେ ନିଜ ପସନ୍ଦର ସେମାନେ ହୀଲ ପିନ୍ଧି ପାରିବେ ।

୩. ଆଉ ମଧ୍ୟ ସେମାନେ ଏହି କଥା ବି ଭାବନ୍ତି ଡେଙ୍ଗା ପୁଅ ମାନେ ସମସ୍ତଙ୍କ ଠୁ ଅଲଗା ଦେଖାଯିବେ । ଭିଡରେ ଥିଲେ ବି ଆରାମ ରେ ଦେଖାଯିବେ । ସସେଥିପାଇଁ ବି ଝିଅ ମାନେ ଲମ୍ବା ପୁଅ କୁ ଲାଇକ କରନ୍ତି ।

୪. ଝିଅକୁ ଲାଗେ ପୁଅ ଡେଙ୍ଗା ହେଲେ ସେମାନଙ୍କୁ ଆଲିଙ୍ଗନ କରିବାକୁ ସୁବିଧା ହୁଏ । କାରଣ ଯେତେବେଳେ ବି ସେମାନେ ଆଲିଙ୍ଗନ କରନ୍ତି ଝିଅ ମନକୁ ବହୁତ ସୁନ୍ଦର ଅନୁଭବ ହୋଇଥାଏ ।

୫. ଆଜିକାଲି ସେଲଫି ଯୁଗ । ଝିଅ ଭାବନ୍ତି ଯେତେ ଲମ୍ବା ପ୍ରେମିକ ହବ ସେତେ ଭଲସେ ସେଲଫି ନେଇ ହବ । କୌଣସି ଜିନିଷ ରୋଷେଇ ଘର ଉପରେ ଅଛି ତ ଆରାମ ରେ ନିଜ ସ୍ୱାମୀ ଓଲହାଇ ପାରିବେ ।

କିନ୍ତୁ ସବୁଠୁ ଜରୁରୀ ହେଲା ଭଲ ପାଇବା ବନ୍ଧୁ । ଭଲ ପାଇବାରେ ଡେଙ୍ଗା ଗେଡା ଦେଖନ୍ତିନି ।

Leave a Reply

Your email address will not be published. Required fields are marked *