ଖଜୁରୀ କୋଳି ଖାଇବାର ଫାଇଦା ବିଷୟରେ ଜାଣିଲେ ଆପଣ ବି ସବୁଦିନ ଖାଇବା ପାଇଁ କହିବେ – ଜଲ୍ଦି ଯାଣିନିୟନ୍ତୁ କେତେ ଉପକାରୀ

ଯେତେବେଳେ ଶୀତ ଦିନ ଆସିଥାଏ ସେତେବେଳେ ଶୀତ ଦିନରେ ବହୁତ କିଛି ରୋଗର ଲକ୍ଷଣ ବଢିଯାଇଥାଏ । ବହୁତ ଲୋକଙ୍କୁ ଦେଖାଯାଇଛି କି ଶୀତ ଦିନରେ ତାଙ୍କୁ ସର୍ଦ୍ଦି ଜ୍ୱର , ଓ ଆଣ୍ଠୁଗଣ୍ଠି ବାତ ଆଦି ରୋଗର ସମସ୍ୟା ହୋଇଥାଏ ।ଏମିତି ପରିସ୍ଥିତିରେ ଖଜୁରୀ କୋଳି ଖାଇଲେ ସବୁ ଅସୁବିଧାରୁ ରକ୍ଷା ମିଳିଥାଏ ।ଖଜୁରି କୁ ଶୀତ ଦିନରେ ମେୱା କୁହାଯାଇଥାଏ । ଓ ଏହା ଶୀତଦିନରେ ଶରୀରକୁ ଫୁର୍ତିଲା ଓ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରେ । ବହୁତ ଲୋକ ଦେଖା ଯାଇଛି ଖଜୁରୀ କୋଳି ଖାଇବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ ଆମେ ଏହି ବିଷୟରେ ଲେଖି ଓ ଆପଣଙ୍କୁ ଜଣାଇ ଆପଣଙ୍କୁ ଏହାର ଫାଇଦା ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବା ଖଜୁରୀ କୋଳି ସଂମ୍ପର୍କରେ ,

ଖଜୁରୀ କୋଳି ଭିତରେ ଆଇରନ୍ ମିନେରାଲ୍ କ୍ୟାଲ୍ ସିୟମ୍ ଅମିନୋ ଏସିଡ୍ ଫସ୍ ଫରସ ପ୍ରଚୁର ପରିମାଣରେ ଥାଏ । ଏଥିରେ ଭିଟାମିନ୍ ବି ୧ ଓ ଭିଟାମିନ୍ ବି ? ଭିଟାମିନ୍ ବି ୫ ଓ ଭିଟାମିନ୍ ଏ ୧ ଓ ଭିଟାମିନ୍ ସି ବି ଥାଏ । ଯଦି ଆପଣ ସର୍ଦ୍ଦିର ମୌସୁମରେ ସବୁଦିନ ୨-୩ ଖଜୁରୀ କୋଳି ଖାଆନ୍ତି ତେବେ ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହେବ ।

ହୃଦୟର ରଖିଥାଏ ଖାସ୍ ଦାୟିତ୍ୱ୍

ଖଜୁରୀ କୋଳିରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ । ହୃଦରୋଗୀଙ୍କ ପାଇଁ ଖଜୁରୀ କୋଳି ଖାଇବା ବହୁତ ଭଲ ହୋଇଥାଏ । ଯଦି କୌଣସି ବ୍ୟକ୍ତି କୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି କୋଳି ଖାଇବା ଉଚିତ୍ । କାରଣ ଖଜୁରୀ କୋଳି ଶରୀରର କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରିଥାଏ ।ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମି ଯାଇଥାଏ ।

ରୋଗ ପ୍ରତିରୋଧକ କ୍ଷମତା : ଯଦି ଆପଣ ଶୀତ ଦିନରେ ନିୟମିତ ଖଜୁରୀ କୋଳିର ସେବନ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଓ ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

ଶରୀରକୁ ମିଳିଥାଏ ଉର୍ଜା : ଯଦି ଆପଣ ଶୀତ ଦିନରେ ଖଜୁରୀ କୋଳି ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ଉର୍ଜାର କ୍ଷମତା ବଢିଥାଏ ।ଏଥିରେ ଥିବା ପ୍ରାକୃତିକ ଶର୍କରା ଶରୀରରେ ଉର୍ଜା ବଢାଇଥାଏ ।

ଖାଦ୍ୟ ହଜମ କରିବାରେ କରେ ସାହାର୍ଯ୍ୟ :

ଖଜୁରୀ କୋଳିରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଡ୍ ଓ ଫାଇବର୍ ମିଳିଥାଏ ।ପେଟର ପାଚନ ଶକ୍ତିକୁ ଠିକ୍ ଖାଇବା ସହ ଭୋକ ବଢାଇଥାଏ ।

ଶରୀରକୁ ମିଳିଥାଏ ଆଇରନ୍ : ଏଥିରେ ମିଳୁଥିବା ପ୍ରୋଟିନ୍ ଭିଟାମିନ୍ ଓ ମିନେରାଲସ୍ ଶରୀରରେ ଶକ୍ତି ପ୍ରଦାନ କରିଥାଏ ।ଓ ତାହା ସହ ଖଜୁରୀ କୋଳିରେ ବହୁତ ମାତ୍ରାରେ ଆଇରନ୍ ଥାଏ , ଅଧିକ ଥକି ପଡିବା କିମ୍ବା କମଜୋର୍ ଲାଗିବା ଦ୍ୱାରା ଶରୀରରେ ଆଇରନ୍ ର ସମସ୍ୟା ଦେଖାଦେଇଥାଏ ।ଯଦି ଦିନକୁ ୩-୪ ଟି ଖଜୁରୀ କୋଳି ଖାଇଲେ ଶରୀରରେ ଆଇରନ୍ ର ଅଭାବ ଦୁର ହୋଇଥାଏ ।

ହାଡକୁ ମିଳିଥାଏ ଶକ୍ତି :

ଖଜୁରୀରେ ସୋଡିୟମ୍ କମ୍ ଥାଏ ଓ ମିନେରାଲସ୍ ଅଧିକା ଥାଏ । ଆମ ହାଡରେ ତାହା ବହୁତ ଫାଇଦା ଦେଇଥାଏ । ଖଜୁରୀ କୋଳିରେ ଥିବା ସେଲିନିୟମ୍ ମେଙ୍ଗେନିଜ୍ କପର୍ ଯେପରି ମିନେରାଲସ୍ ଆମ ହାଡକୁ ଶକ୍ତ କରିଥାଏ ।

ଆପଣ ଖଜିର କୋଳିକୁ କ୍ଷୀରରେ ବତୁରେଇ ତାପର ଦିନ ସକାଳୁ ଖାଅନ୍ତୁ । ଆପଣ ଖାଇଲେ ଏଥିମଧ୍ୟରୁ ପୁରୁଷତ୍ୱ୍ ବଢିଥାଏ ।ଖାସ୍ କରି ଛେଳିର କ୍ଷୀର ସହ ଖଜୁରୀ କୁ ବତୁରେଇ ଖାଇଲେ ପୁରୁଷତ୍ୱ୍ ପାଇଁ ବେଶୀ ଲାଭବାନ ହୋଇଥାଏ ।ଆପଣଙ୍କୁ ଯଦି ଛେଳିର କ୍ଷୀର ନ ମିଳେ ତେବେ ସାଧାରଣ ଗାଇର କ୍ଷୀରରେ ଖାଇଲେ ବି ଲାଭ ମିଳିପାରିବ ।

Leave a Reply

Your email address will not be published. Required fields are marked *