କଣ ପାଇଁ ଜେଯେ ମା ସିରିଏଲ ଛାଡିଲେ ମିଲି ??

ଅଭିନୟ କରିବାକୁ ବହୁତ କିଛି ତ୍ୟାଗ କରିବାକୁ ପଡିଥାଏ । ଆଗରୁ ଲୋକ ମାନଙ୍କ ଧାରଣା ଥିଲା କି ଯେଉଁ ମାନେ କିଛି କରି ନପାରନ୍ତି ସେମାନେ ଅଭିନୟ କରନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ । ଆଜି ର ଅଭିନୟ ଦୁନିଆ ଲୋକଙ୍କ ଏହି ଭାବନା କୁ ଭୂଲ ପ୍ରମାଣିତ କରିଛି । ଦୀର୍ଘ ତିନି ବର୍ଷ ହେଲା ଓଡ଼ିଶାର ନମ୍ବର ୧ ସିରିଏଲ ଜେଜେ ମା ରେ ଅଭିନୟ କରି ଆସୁଥିବା ମିଲି ଏବେ ଏହି ସୋ ରୁ ବାହାରି ଯାଇଛନ୍ତି । ତାଙ୍କ ଜାଗାରେ ଏକ ନୂଆ ହିରୋଇନ କୁ ନିଆଯାଇଛି । କିନ୍ତୁ କଣ ପାଇଁ ଏମିତି ହୋଇଛି । ଏପରି କଣ କଲେ ମିଲି ଯୋଉଥି ପାଇଁ ତାକୁ ଏହି ସିରିଏଲ ରୁ ବହିଷ୍କାର କରାଗଲା । ଆମେ କହୁଛୁ କଣ ପାଇଁ ଏପରି ହେଲା ।

ମିଲି ତିନି ବର୍ଷ ହେଲା ଏହି ସିରିଏଲ ମାଧ୍ୟମରେ ଲୋକ ମାନଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ତେଣୁ ତାଙ୍କୁ ଯେଉଁ ପାରିଶ୍ରମିକ ମିଳୁଥିଲା ତାହା ତାଙ୍କୁ ତାଙ୍କ ପରିଶ୍ରମ ହିସାବରେ କମ ଲାଗିଲା । ତେଣୁ ସେ ଅଧିକ ଦରମା ମାଗିଲେ ।

କିନ୍ତୁ ବହୁତ ସମୟ ଯିବା ପରେ ବି ପ୍ରଡୁସେର ଦରମା ବଢାଇଲେ ନାହିଁ । ତେଣୁ ବାଧ୍ୟତାମୂଳକ ଭାବେ ମିଲି ଏହି କାର୍ଯ୍ୟକ୍ରମ ଛାଡିଲେ । ଆମେ କହି ରଖିଛୁ ଆଗରୁ ମଧ୍ୟ ନେଇଯାରେ ମେଘ ମତେ ରେ ମିଲି ବହୁତ ସୁନାମ ଅର୍ଜନ କରିଥିଲେ ।

ତାଙ୍କ ଚମତ୍କାର ଅଭିନୟ ରେ ସେ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ । ଏବେ ମିଲି କହୁଛନ୍ତି ଯେ ଓଡ଼ିଶାବାସୀ ଙ୍କୁ ନିରାଶ ହବାକୁ ପଡିବ ନାହିଁ । ଅତିଶୀଘ୍ର ମିଲି ଏକ ନୂଆ ଧାରାବାହିକ ରେ ଲୋକମାନଙ୍କ ମନକୁ ଜିଣିବାକୁ ଆସୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ କଣ ଭାବୁଛନ୍ତି ଏଥିପାଇଁ ନିଜ ମତ ପ୍ରକାଶ କରନ୍ତୁ ।

Leave a Reply

Your email address will not be published. Required fields are marked *