ଗୋଟେ ଏମିତିକା ଝିଅ ଯିଏ ନିଜ ସହ ନିଜେ ରୋମାନ୍ସ ବି କରନ୍ତି ଓ ଡେଟ ରେ ମଧ୍ୟ ଯାଆନ୍ତି- ପଢନ୍ତୁ ସମ୍ପୂର୍ଣ ଘଟଣା

ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଜେ ମୁଁ ନିଜକୁ ଦେଖି ଆକର୍ଷିତ ହୁଏ, ଅଲଗା ଟିନେଜର ଭଳି ମୁଁ ବି ନିଜ ବ୍ୟକ୍ତିତ୍ବ ଏବଂ ଲୁକ ପାଇଁ ଚିନ୍ତିତ ରୁହେ । ଯେତେବେଳେ ବି ମୁଁ ଗାଧେଇ ସାରି ଆସେ ଓ କପଡା ପିନ୍ଧେ ବା ସମ୍ବନ୍ଧ ପାଇଁ ଆକର୍ଷିତ ହୁଏ ସେତେବେଳେ ମୁଁ ନିଜକୁ ଅଇନା ରେ ଦେଖେ । ମତେ କେବେ ନିଜ ସେକସୁଆଲିଟି ଉପରେ କିଛି ଅଜବ ଲାଗି ନି ଯେତେବେଳେ ମୁଁ ୧୭ବର୍ଷ ର ଥିଲି, ମୁଁ ଏହି କଥା ମୋ ସାଙ୍ଗମାନଙ୍କୁ କହିଥିଲି ଓ ତା ପରେ ମୋ ଭାବନା ବଦଳି ଗଲା ।

ଆମେ ସବୁ ସାଙ୍ଗ ଏକା ସହ ବଡ ହେଲୁ ସମସ୍ତେ ବହୁତ ମିସି ଯାଉ ସେଥିପାଇଁ ସମସ୍ତେ ନିଜ ସେକସୁଆଲିଟି କଥା ମଧ୍ୟ କହୁ ।

କିନ୍ତୁ ଯେତେବେଳେ ମୁଁ ମୋ ସେକସୁଆଲିଟି କଥା ତାଙ୍କୁ କହିଲି ସେ ଏହି କଥାକୁ ମଜା ରେ ଉଡେଇ ଦେଲେ । ଏହି କଥା ପାଇଁ ଯେବେ ବି ମୋ ସାଙ୍ଗ ମଜା କରନ୍ତି ମୁଁ ବି ତାଙ୍କ ସହ ହସି ଦିଏ, କିନ୍ତୁ ମୋ ମନରେ ସବୁ ବେଳେ ଗୋଟେ କଥା ଆସେ ମୁଁ ସମସ୍ତଙ୍କ ଠାରୁ ଅଲଗା କଣ ପାଇଁ ।

ଧୀରେ ଧୀରେ ଏହି କଥା ଅଭ୍ୟାସରେ ବଦଳି ଗଲା ଓ ମୁଁ ମୋ ନିଜ ସହ ଆକର୍ଷିତ ହେଉଥିଲି, ଏବେ କିଛି ଦିନ ପୂର୍ବରୁ ମତେ ଜଣା ପଡିଲା ଯେ ଏହାର ବିଜ୍ଞାନ ତରଫରୁ ନା ମଧ୍ୟ ଅଛି ‘ଅଟୋସେକସୁଆଲ’ ଏବେ ମୁଁ ଗର୍ବର ସହ ନିଜକୁ ‘ଅଟୋସେକସୁଆଲ’ କହୁ ଅଛି ।

‘ଅଟୋସେକସୁଆଲିଟି’ କଣ ?

ସେହି ଲୋକ ଯିଏ ନିଜ ଶରୀର କୁ ଦେଖି ନିଜକୁ ସମ୍ବନ୍ଧ ସୁଖ ଦେଇ ପାରନ୍ତି ତାଙ୍କୁ ‘ଅଟୋସେକସୁଆଲ’ କୁହା ଯାଏ । ଏମିତି ଲୋକ ନା ଗେ ହୋଇଥାନ୍ତି ନା ଲେସବିୟାନ କିନ୍ତୁ ‘ଅଟୋସେକସୁଆଲ’ ହୋଇଥାନ୍ତି ଯାହା ବିଶେଷ କରି ଏହି ପ୍ରକାର ଲୋକଙ୍କ ପାଇଁ ହୋଇଥାଏ ଯିଏ ନିଜେ ନିଜକୁ ସନ୍ତୁଷ୍ଟ କରନ୍ତି ।

କାହାକୁ ବି ଜଜ କରିବା ବହୁତ ସହଜ ହୋଇଥାଏ କିନ୍ତୁ ଆପଣ କେବେ ବୁଝିବେନି ଗୋଟେ ‘ଅଟୋସେକସୁଆଲ’ ବ୍ୟକ୍ତି କଣ ଅନୁଭବ କରେ । ଝିଅଙ୍କ କହିବା ଅନୁଯାଇ ସେ ବହୁତ ଲୋକଙ୍କ ସହ ରହିଛନ୍ତି କିନ୍ତୁ ଯାହା ସେ ନିଜ ସହ ଅନୁଭବ କରନ୍ତି ତାହା ଆଜି ପର୍ଯ୍ୟନ୍ତ ଆଉ କାହା ସହ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *