ବାରମ୍ବାର ଭୁଲି ଯାଉଛନ୍ତି ଜିନିଷ ଏବଂ ବଢେଇବାକୁ ଚାହାନ୍ତି ସ୍ମରଣଶକ୍ତି ତେବେ ଏହି ଆଠ ଟି ଉପାୟ ନିଶ୍ଚୟ କରନ୍ତୁ

ଆପଣଙ୍କ ସହ କେବେ ଏମିତି ହେଇଛି କି କୌଣସି ନା ବା ଜାଗା ମନେ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ କିଛି ମନେ ପଡୁ ନାହିଁ, ଏହା କୁହା ଯାଏ କି ବୟସ ବଢିବା ସହ ସ୍ମରଣ ଶକ୍ତି କମ ହୋଇଥାଏ, ଏମିତି ହେଇବି ଥାଏ, କିନ୍ତୁ ଆପଣ ନିଜର ମସ୍ତିସ୍କକୁ ସୁସ୍ଥ ରଖିପାରିବେ । ଯଦି ଆପଣ ନିଜ ମସ୍ତିସ୍କର କ୍ଷମତା ବଢେଇବା ପାଇଁ ଚାହୁଁଛନ୍ତି ତେବେ ନିମ୍ନ ଉପାୟ ଆପଣାନ୍ତୁ ।

ଆସନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ କଣ, ଯାହା ଆମ ମସ୍ତିସ୍କର କ୍ଷମତା ବଢାଇବ ଓ ସ୍ମରଣଶକ୍ତି ଠିକ ରଖିବ ।

–      ବ୍ୟାୟାମ : ଏହା କଲେ ମସ୍ତିସ୍କ ସୁସ୍ଥ ହୋଇଥାଏ, ବ୍ୟାୟାମ କଲେ ମୁଣ୍ଡର କୋସିକାଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ ନୂଆ କୋସିକା ନିର୍ମାଣ ହୋଇଥାନ୍ତି ।

–      ମୁମେଣ୍ଟ ସହ ମନେ ରଖନ୍ତୁ : ଯଦି ଆପଣଙ୍କୁ କୌଣସି କଥା ମନେ ରଖିବାର ଅଛି ତେବେ ଏହାକୁ ମୁମେଣ୍ଟ ସହ ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯେମିତି କିପଢିବା ସମୟରେ ଚାଲିକି ବା ଡାନ୍ସ କରିକି ପଢନ୍ତୁ ଅନ୍ତର ଜାଣି ପାରିବେ।

–      ସନ୍ତୁଳିତ ଭୋଜନ : ଆପଣ ଯାହା ସୁଗାର ଏବଂ ଏନର୍ଜି ଖାଉଛନ୍ତି ତା ୨୦% ଭାଗ ସିଧା ମୁଣ୍ଡ କୁ ଯାଉଛି, ଏହା କାରଣରୁ ମୁଣ୍ଡ କାରୁ କାର୍ଯ୍ୟ ଗ୍ଳୁକୋଜ ସ୍ତର ଉପରେ ନିର୍ଭର କରେ ।

–      ଦୁନିଆ ଠାରୁ ଅଲଗା ହବା ଶିଖନ୍ତୁ : ଚିନ୍ତା ମୁଣ୍ଡ ପାଇଁ ଭଲ କାର୍ଯ୍ୟ କରିଥାଏ, କାହିଁକିନା ହଟାତ ମୁଣ୍ଡ ଭଲ କାମ କରେ କିନ୍ତୁ ଅଧିକ ସମୟ ଚିନ୍ତା ମୁଣ୍ଡ ଓ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

–      ନୂଆ ଅସୁବିଧା ଖୋଜିବା : ମସ୍ତିସ୍କ କୁ ସୁସ୍ଥ ରଖିବା ପାଇଁ ନୂଆ ଚିନ୍ତା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ, ନୂଆ କାମ ବା ଜିନିଷ ଶିଖିବା ମସ୍ତିସ୍କ ପାଇଁ ଲାଭଦାୟ ଅଟେ ।

–      ପଢନ୍ତୁ ଓ ସୁଅନ୍ତୁ : ଯଦି ଆପଣ ଦିନରେ କିଛି ପଢନ୍ତି ତେବେ ମୁଣ୍ଡରେ ଦୁଇଟି କୋସିକା ତାର ଯୋଡି ହେଇ ଯାନ୍ତି, ଯେତେବେଳେ ଆପଣ ସୁଅନ୍ତି ସେତେବେଳେ ଏହି ତାର ଗୁଡିକ ମଜବୁତ ହୋଇ ଯାନ୍ତି ଏବଂ ଆପଣ ଯାହା ପଢି ଥାନ୍ତି ସେଇଟା ଆପଣଙ୍କ ସ୍ମରଣ ଶକ୍ତି ରେ ଯୋଡି ହୋଇ ଯାଏ ।

–      ସକାଳେ ଏମିତି ଉଠନ୍ତୁ : ଆପଣ ଜାଣି ପାରୁଥିବେ ନିଦ ମଣିଷ ପାଇଁ କେତେ ବିଶେଷ ହୋଇଥାଏ, ଯଦି ଆପଣ ୫ ଘଣ୍ଟାରୁ କମ ସୋଊଛନ୍ତି ତେବେ ଆପଣ ମାନସିକ ରୂପରେ ଏତେ ସାବଧାନ ରହିବେନି । ଏହି ସ୍ଥିତି ସେତେବେଳେ ହବ ଯେତେବେଳେ ଆପଣ ୧୦ଘଣ୍ଟା ରୁ ଅଧିକ ସୋଇବେ ।

Leave a Reply

Your email address will not be published. Required fields are marked *