ଝିଅକୁ କରିବାକୁ ଚାହୁଁଥିଲେ ଅଫିସର, ଭାଙ୍ଗିଗଲା ତାଙ୍କ ସ୍ଵପ୍ନ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା କଣ

କୋତବାଲି କ୍ଷେତ୍ରର ବାହିଲାପାର ଗାଁରେ ଶନିବାର ବିଳମ୍ବିତ ରାତିରେ ହେଡ କନେଷ୍ଟବଲଙ୍କ ସ୍ତ୍ରୀ ଓ ଝିଅ ଆତ୍ମହତ୍ୟା କରିଥିଲେ । ହେଡ କନେଷ୍ଟବଲ ତାଙ୍କ ଝିଅକୁ ଅଫିସର କରିବାକୁ ଚାହୁଁଥିଲେ, ତାଙ୍କ ସ୍ବପ୍ନ ଅଧାରେ ରହିଗଲା । ବାହିଲାପାର ବାସିନ୍ଦା 80 ବର୍ଷୀୟ ଜଗଦୀଶ ରାୟଙ୍କ ତିନି ପୁଅ ମଧ୍ୟରୁ 2ୟ ପୁଅ ରାମନିବାସ ରାୟ କୁଶିନଗର ଜିଲ୍ଲାରେ ଡାୟେଲ 112 ରେ ଚାକିରି କରିଛନ୍ତି ।

ତାଙ୍କ ସ୍ତ୍ରୀ ବନ୍ଦନା ରାୟ ଓ ଝିଅ ସୌମ୍ୟା ରାୟ ଶନିବାର ରାତିରେ ନିଜ ଘରେ ଛାତରେ ଥିବା କୁଣ୍ଡିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଦୁଇଜଣଙ୍କ ମୃତ୍ୟୁ ପରିବାରକୁ ଭାଙ୍ଗିଦେଇଥିଲା ।

ସେ ତାଙ୍କ ଝିଅକୁ ଉଚ୍ଚ ଶିକ୍ଷା ଓ ଅଧିକାରୀ କରିବା ପରେ କେବେ ଲାଳନ ପାଳନରେ କମ କରିନଥିଲେ । ହାଇସ୍କୁଲ ଓ ଇଣ୍ଟରମିଡିଏଟର ପାଠପଢ଼ା ସେଣ୍ଟ ଥାମସ ସ୍କୁଲ ଖଲିଲାବାଦରେ କରିଥିଲେ । ସୌମ୍ୟା ଏଇ ସମୟରେ ଗୋରଖପୁର ସରସ୍ଵତୀ ବିଦ୍ୟା ମନ୍ଦିର ହୁମାୟୁନପୁରରେ ବିଏସସି ପ୍ରଥମ ବର୍ଷରେ ପଢୁଥିଲେ । ମାମୁଁଘର ପକ୍ଷର ଜଣେ ସମ୍ବନ୍ଧୀୟ କହିଛନ୍ତିକି ରାମନିବାସ ରାୟ ବହୁତ ଭଲ ଓ ସାମାଜିକ ବ୍ୟକ୍ତି ହୋଇଥିବା କାରଣରୁ ନିଜ ରୋଜଗାର ପୁରା ପରିବାର ଓ ଅନ୍ୟ ଉପରେ ଖର୍ଚ୍ଚ କରୁଥିଲେ ।

ଘରେ ଅନ୍ୟ ଲୋକଙ୍କ ପାଇଁ ପରିବାରରେ ବିବାଦ ଚାଲିବାରୁ ଝିଅ ସୌମ୍ୟା ଓ ସ୍ତ୍ରୀ ବନ୍ଦନା ଏମିତି ପଦକ୍ଷପ ନେବେ ବୋଲି ସେ ଭାବିନଥିଲେ । ମୃତକ ବନ୍ଦନାଙ୍କ ବଡ଼ ଭଉଣୀ ସାକମ କହିଥିଲେ କି ସୌମ୍ୟା ଆଗକୁ ଯାଇ ଅଫିସର ହେବାକୁ ଚାହୁଁଥିଲା । ଏହି ଘଟଣା ପରେ ପରିବାର ଲୋକଙ୍କ କାନ୍ଦିକାନ୍ଦି ଆଖିରୁ ଲୁହ ଶୁଖୁନି ।

Leave a Reply

Your email address will not be published. Required fields are marked *