ଜୀବନର ଅର୍ଥ ବୁଝିବାକୁ ହେଲେ ଏହି ଗୋଟିଏ କଥା ସର୍ବଦା ମନେ ରଖନ୍ତୁ- Sri Krishna

ଭଗବାନ କୃଷ୍ଣଙ୍କ ନୀତିବାଣୀ ଏମିତି ଏକ ମାଧ୍ୟମ ଯାହା ମାନବ ସମାଜକୁ ସଠିକ ମାର୍ଗ ଦେଖାଇଥାଏ । ତାଙ୍କ ଦ୍ଵାରା କୁହା ଯାଇଥିବା ପ୍ରତେକ ଟି ବାଣୀ ମାନବ ସମାଜକୁ ବହୁତ କିଛି ନୂଆ କଥା ଶିକ୍ଷା ଦେଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବାକୁ ସକ୍ଷମ ହୋଇଥାଏ । ତାଙ୍କ ଦ୍ଵାରା କୁହା ଯାଇଥିବା ପ୍ରତେକ ଟି କଥା ର ଶବ୍ଦ ବ୍ୟକ୍ତି ଜୀବନରେ କଣ ସବୁ ପରିବର୍ତ୍ତନ ଆଣିଥାଏ ତାହା କହିବା ଠିକ ନୁହେଁ ।

ଭଗବାନ କୃଷ୍ଣଙ୍କ ଦ୍ଵାରା କୁହା ଯାଇଥିବା ପ୍ରତେକ ଟି ସବୁ ଅସମ୍ଭବ କୁ ସମ୍ଭବ କରି ଦେଇଥାଏ ଯାହା ପୌରାଣିକ କଥା ରହିଛି । ଯଦି ଭଗବାନ କୃଷ୍ଣଙ୍କ ଶବ୍ଦ ରେ ଏତେ ଶକ୍ତି ରହିଛି ତେବେ ଆଉ କିଛି କରିବାର ମଧ୍ୟ ସକ୍ଷମ ନିଶ୍ଚିନ୍ତ ଭାବେ ରହିଥିବ । ଜୀବନର ଅର୍ଥ ହେଉଛି ନିସ୍ଵାର୍ଥ ଭାବେ ଅନ୍ୟକୁ ପ୍ରେମ କର । ଅନ୍ୟର ବିପଦ ସମୟରେ ତାକୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିବା ହେଉଛି ଜୀବନ ଅର୍ଥ ।

କାରଣ ଯଦି ଆଣ କେବେ କାହାକୁ ସାହାଜ୍ଯ କରିଥିବେ ତେବେ ଭଗବାନ ଆପଣଙ୍କ ବିପଦ ସମୟରେ କାହାକୁ ସାହାଜ୍ଯ କରିବାକୁ ନିଶ୍ଚୟ ପଠାଇଥାନ୍ତି । ଭଗବାନ କୃଷ୍ଣ କହିଛନ୍ତି ଜ୍ଞାନ କେବଳ ଶବ୍ଦ ର ଏକ ସମୁଦ୍ର ଭଳି ହୋଇଥାଏ । କିନ୍ତୁ ଏହାର ପୃକୃତ ଅର୍ଥ ଜାଣିବାକୁ ହେଲେ ଏହାକୁ ଅନୁଭବ କରିବାକୁ ପଡିଥାଏ ।

ବ୍ୟକ୍ତି ଜୀବନରେ ସଠିକ ମାର୍ଗ ରେ ଚାଲିଲେ ଅନୁଭବ ଦ୍ଵାରା ଜୀବନର ଅର୍ଥ କଣ ତାହା ବୁଝି ପାରିବ । ତୁମେ କର୍ମ କର କିନ୍ତୁ ଫଳର ଆଶା ରଖ ନାହି ଏହା ହେଉଛି ଗୋଟିଏ ଶବ୍ଦ । ଏହି ଶବ୍ଦ ର ଅର୍ଥ ବା ସାର କଣ ତାହା ଜାଣିବାକୁ ହେଲେ ବ୍ୟକ୍ତି କୁ ସେହି ମାର୍ଗରେ ଆଗକୁ ବଢିବାକୁ ପଡିବ । ତେଣୁ ପ୍ରତେକ ବ୍ୟକ୍ତିକୁ ନିରନ୍ତର କର୍ମ କରିବାକୁ ପଡିବ ।

କିନ୍ତୁ ଫଳ କର୍ମ ଅନୁସାରେ ମିଳିବ କି ନାହି ତାହା ଚିନ୍ତା ନ କରି ବ୍ୟକ୍ତିକୁ ଆଗାକୁ ବଢିବା ଉଚିତ । ସେହି ସମୟରେ ଆପଣ ଜାଣି ପାରିବେ ଯେ ଜୀବନର ପ୍ରକୃତ ଅର୍ଥ କଣ ରହିଛି । ଆମ ଘରେ ଯେଉଁ ବଡ ଗୁରଜନ ମାନେ ଅଛନ୍ତି ଆମେ ସେମାନଙ୍କର ସେବା କରୁ, ପୂଜା କରୁ ଏମିତି କି ତାଙ୍କର ପାଦ ଛୁଇଁ ପ୍ରଣାମ ମଧ୍ୟ କରିଥାଉ ।

ଏହାର କାରଣ କଣ ଆପଣ ମାନେ ଜାଣିଛନ୍ତି । କାରଣ ସେମାନଙ୍କ ପାଖରେ ଜୀବନର ଅଧିକ ଅଭିଜ୍ଞତା ରହିଥାଏ ଯାହା ଦ୍ଵାରା ଆମେ କିଛି ଶିକ୍ଷା ଲାଭ କରିଥାଉ । ଜୀବନରେ କେବଳ ଜ୍ଞାନ ଆହରଣ କରିବା ଆବଶ୍ୟକ ନୁହେଁ ବରଂ ତାକୁ ଅନୁଭବ କରି ପାଳନ କରିଲେ ଜୀବନର ଅର୍ଥ କଣ ତାହା ବୁଝି ହେବ ।

ତେଣୁ ଜ୍ଞାନକୁ କେବଳ ଶୁଣନ୍ତୁ ନାହି ବରଂ ତାକୁ ବୁଝି ଆଚରଣ କରନ୍ତୁ । ଏହା ଥିଲା ମଣିଷ ଜୀବନର ପ୍ରକୃତ ଅର୍ଥର ମାନ୍ୟତା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *