ମୃତ୍ୟୁ ବି ପାଖ ମାଡିବାକୁ ଭୟକଲା, ଜୀବନକୁ ଛଡାଇ ଆଣିଲେ ଡାକ୍ତର Arjun… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଡାକ୍ତର ଦେଇଥାନ୍ତି ପୁର୍ନଜନ୍ମ ସେଥିପାଇଁ ତ ସେ ହେଉଛନ୍ତି ଦ୍ଵିତୀୟ ଭଗବାନ ଏଭଳି କଥାରେ କୁହାଯାଏ । କିନ୍ତୁ ସତରେ କଣ ଆଜିର ଦିନରେ ଭଗବାନ ରୂପୀ ଡାକ୍ତରଙ୍କୁ ଦେଖିବାକୁ ମିଳୁଛି ? ଟଙ୍କା ପଇସାକୁ ଲୋଭ ନ କରି ସତରେ କଣ ଡାକ୍ତର ରୋଗୀଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରୁକନ୍ତି ଯଦି ଏଭଳି କିଛି ପ୍ରଶ୍ନ ଆସୁଥାଏ ତେବେ ଉତ୍ତର ରହିଛି ହଁ । ଏହି ଭିଡିଓକୁ ଆପଣ ମାନେ ଥରେ ନଜର ପକାନ୍ତୁ । ଏହି ଭିଡିଓ ରେ ଜଣେ ବ୍ୟକ୍ତି ଡାକ୍ତରଙ୍କ କ୍ୟାବିନରେ ବସିଛନ୍ତି ବୋଧ ହୁଏ ତାଙ୍କର କିଛି ସ୍ଵାସ୍ଥ୍ୟଗତ ସମସ୍ଯା ରହିଛି ।

ଆଉ ସେ ଡାକ୍ତରଙ୍କ ପାଖକୁ ପରାମର୍ଶ ନେଇ ଆସିଛନ୍ତି । ଭଲରେ ଡାକ୍ତରଙ୍କ ସହ କଥା ହେଉଥିବା ବ୍ୟକ୍ତି ହଠାତ ବାକ ଶୂନ୍ୟ ହୋଇଯାଉଛନ୍ତି ଚାଲୁଅଛି ତ କେବଳ ତାଙ୍କ ହାତ । ବୋଧ ହୁଏ ବ୍ୟକ୍ତି କିଛି କହିବାକୁ ଚାହୁଁଛନ୍ତି । କିନ୍ତୁ କହି ପାରୁ ନାହାନ୍ତି । କହିବାକୁ ପାରୁ ପର୍ଯ୍ଯନ୍ତ ଚେଷ୍ଟା କରୁଛନ୍ତି ବ୍ୟକ୍ତି ଜଣକ କିନ୍ତୁ ପାଟିରୁ ତାଙ୍କର କଥା ବାହାରୁନି । ହଠାତ ଆକସ୍ମିକ ଘଟଣା ଘଟିଛି । ବ୍ୟକ୍ତି ଜଣକ ପାରୁ ପର୍ଯ୍ଯନ୍ତ ଚେଷ୍ଟା କରି ବି ବିଫଳ ହେଉଛନ୍ତି । ଶେଷରେ ଟେବଲ ରେ ହାତ ବାଡେଇ ଡାକ୍ତରଙ୍କୁ କିଛି କହିବାକୁ ଚେଷ୍ଟା କରୁଛନ୍ତି ବ୍ୟକ୍ତି ।

ହୃଦଘାତର ଶିକାର ହୋଇ ଟଳି ପଡ଼ୁଛନ୍ତି ବ୍ୟକ୍ତି ଜଣକ । ଏ ସବୁ ଦେଖି ସିଟରେ ବସିଥିବା ଡାକ୍ତର ଧାଇଁ ଆସୁଛନ୍ତି ବ୍ୟକ୍ତିଙ୍କ ପାଖକୁ । ଡାକ୍ତର ବିଳମ୍ବ ନ କରି ସଙ୍ଗେ ସଙ୍ଗେ ବ୍ୟକ୍ତିଙ୍କୁ ସିପିଆର ଦେବା ଆରମ୍ଭ କରିଦେଲେ । କିଛି ସାୟ ପରେ ବ୍ୟକ୍ତି ଜଣକ ଚେତା ଫେରିବା ସହ ସୁସ୍ଥ ଅନୁଭବ କରୁଥିବା ଭିଡିଓ ରେ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର କୋଲହାପୁର ରେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଡାକ୍ତର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମାତ୍ର କେତେ ସେକେଣ୍ଡ ରେ ବ୍ୟକ୍ତି ଜଣକ ନୂଆ ଜୀବନ ପାଇଲେ । ଭିଡିଓ ଭାଇରାଲ ହେବା ପରେ ଡାକ୍ତର ଅର୍ଜୁନ ଅଦନାୟକ ଙ୍କୁ ଛୁଟୁଛି ଚାରି ଆଡୁ ପ୍ରଶଂସାର ସୁଅ । ଯଦି କିଛି ସେକେଣ୍ଡ ଡେରି ହୋଇଥାନ୍ତା ତେବେ କିଛି ବି ହୋଇଥାନ୍ତା । ଜୀବନ ବି ଚାଲି ଯାଇଥାନ୍ତା । କିନ୍ତୁ ମୃତ୍ୟୁ ଠାରୁ ଜୀବନ ଛଡାଇ ଆଣିଛନ୍ତି ଡାକ୍ତର । ଖାସ ସେଥିପାଇଁ ଡାକ୍ତର ଅର୍ଜୁନ ଙ୍କୁ ଏତେ ପ୍ରଶଂସା କରାଯାଉଛି । ଆଉ ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ବୋଲି ଏହାର ବଡ ପ୍ରମାଣ ଡାକ୍ତର ଅର୍ଜୁନ ଙ୍କ ଠାରୁ ଆଉ କଣ ହୋଇପାରେ ।

ତେବେ ସତରେ ଡାକ୍ତର ଅର୍ଜୁନ ପ୍ରମାଣ କରି ଦେଖାଇଛନ୍ତି ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ । ତାଙ୍କର ଉପସ୍ଥିତ ବୁଦ୍ଧି କାରଣରୁ ଆଜି ବ୍ୟକ୍ତି ଜଣକ ପୁର୍ନଜନ୍ମ ପାଇ ପାରିଛନ୍ତି କହିଲେ କିଛି ଭୁଲ ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଡାକ୍ତର ଙ୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *