ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଖି ଗୋଲ, ଏତେ ବଡ ବଡ ଓ ଲାଲ କାହିଁକି ? କଣ ଆପଣ ଜାଣିଛନ୍ତି ଏହା ପଛର ରହସ୍ୟ!

ଦର୍ଶକ ବନ୍ଧୁ ଜଗତର ନାଥ କାଳିଆ ଠାକୁର ହେଉଛି ସୃଷ୍ଟିର ରଚୟତା । ତାଙ୍କର ଅପାର କରୁଣା ହେଲେ ବ୍ୟକ୍ତି ଜୀବନରେ ଖୁସିର ଲହରି ଖେଳି ଯାଇଥାଏ । ପ୍ରଭୁ କଳି ଯୁଗରେ ଶ୍ରୀ ଜଗନ୍ନାଥ ରୂପରେ ଅବତାର ନେଇଛନ୍ତି କଳି ଯୁଗର ବିନାଶ କରିବା ପାଇଁ । ପ୍ରଭୁ ଜଗନ୍ନାଥଙ୍କ ଲୀଳା ହେଉଛି ଅପୂର୍ବ ଯାହା କେହି ସହଜରେ ବୁଝି ପାରନ୍ତି ନାହି । ତେବେ ଆପଣଙ୍କ ମନରେ କେବେ ନା କେବେ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ କି ପୁରୀ ଜଗନ୍ନାଥ ମନ୍ଦିର ରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ଏତେ ବଡ ବଡ ଆଖି କାହିଁକି ଥାଏ ? ତେବେ ଚାଲନ୍ତୁ ଏହାର କାରଣ କଣ ରହିଛି ।

କଥା ଅନୁଯାୟୀ ଥରେ ମାତା ଯଶୋଦା ଦ୍ଵାରିକା ଆସିଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ ଙ୍କ ରାଣୀ ମାନେ ମାତା ଯଶୋଦା ଙ୍କୁ ବାଲ୍ୟ ଲୀଳା କହିବାକୁ ଅନୁରୋଧ କରିଥିଲେ । ମାତା ଯଶୋଦା ଉତ୍ତର ଦେଲେ ଶ୍ରୀ କୃଷ୍ଣ ଙ୍କ ବାଲ୍ୟ ଲୀଳା ଓ ଗୋପୀ ଙ୍କ ସହ ରାସ ଲୀଳା ବିଷୟରେ ବିସ୍ତାର ଭାବେ କହିବି । କିନ୍ତୁ ଏହା ଯେମିତି ଭଗବାନ ଶ୍ରୀ କୃଷ୍ଣ ଓ ବଳରାମ ଦୁଇ ଭାଇ ନ ଯାନ୍ତି । ଏହା ପରେ ଦେବୀ ସୁଭଦ୍ରା ଦ୍ଵାରା ରେ ପହରା ଦେଇଥିଲା । ସେହି ସମୟରେ ମାତା ଯଶୋଦା ଭାଗଣା କୃଷ୍ଣଙ୍କର ରାଣୀ ମାନଙ୍କୁ ତାଙ୍କର ବାଲ୍ୟ ଲୀଳା ଶୁଣାଇଥିଲେ ।

ଏହା ପରେ ସବୁ ରାଣୀ ମାନେ ଭଗବାନ କୃଷ୍ଣଙ୍କର ବାଲ୍ୟ ଲୀଳା ଶୁଣିବା ପରେ ଭାବ ବିହ୍ଵଳ ହୋଇ ପଡିଥିଲେ । ଏମିତିକି ଦେବୀ ସୁଭଦ୍ରା ମଧ୍ୟ ଜାଣି ପାରିଲେ ନାହି କି ଭଗବାନ କୃଷ୍ଣ ଓ ବଳରାମ ଆସି ତାଙ୍କ ବାଲ୍ୟ ଲୀଳାର ଆନନ୍ଦ ନେଉଛନ୍ତି ଅର୍ଥାତ ମାତା ଯଶୋଦା କହିଥିବା କଥା ସବୁ ଶୁଣୁଛନ୍ତି । ନିଜର ବାଲ୍ୟ ଲୀଳାକୁ ସ୍ମରଣ କରି ପ୍ରେମରେ ତାଙ୍କର ଆଖି ବଡ ବଡ ହେବାକୁ ଲାଗିଲା । ସେହି ସମୟରେ ନାରଦ ସେଠାକୁ ଆସିଥିଲେ । କାହାର ଆସିବାର ଶବ୍ଦ ଶୁଣିବା କ୍ଷଣି ମାତା ଯଶୋଦା ତାଙ୍କ କଥା ବନ୍ଦ କରି ଦେଲେ ।

ନାରଦ ଭଗବାନା ଶ୍ରୀ କୃଷ୍ଣ, ବଳରାମ ଓ ଦେବୀ ସୁଭଦ୍ରା ଙ୍କ ଏମିତି ରୂପ ଦେଖି ମୋହିତ ହୋଇଗଲେ । ଆଉ କହିଲେ ହେ ପ୍ରଭୁ ଆପଣ ଏମିତି ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତୁ । ଏହା ଶୁଣିବା ପରେ ଭଗବାନ ଶ୍ରୀ କୃଷ୍ଣ କହିଲେ ତୁମ ଇଚ୍ଛା ପୂରଣ କରିବାକୁ ନୀଳାଚଳ ପୁରୀ ଧାମରେ କଳି ଯୁଗରେ ଏହି ରୂପରେ ଜନ୍ମ ନେବୁ ।

ପ୍ରେମ ଓ କରୁଣାରେ ଭରା ବଡ ବଡ ଆଖି ରେ ଭଗବାନ କୃଷ୍ଣ, ବଳରାମ ଓ ଦେବୀ ସୁଭଦ୍ରା ଆଜି ମଧ୍ୟ ନୀଳାଚଳ ଧାମ ପୁରୀ ରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଭାବେ ପୂଜା ପାଉଛନ୍ତି । ତେବେ ଏହା ଥିଲା ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ଏତେ ବଡ ବଡ ଆଖି ହେବା ପଛର ସଂପୂର୍ଣ୍ଣ କାହାଣୀ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *