ଜୀବନ ନେଲା କମେଣ୍ଟ କଳି! ସମ୍ପୂର୍ଣ୍ଣ ଖବର ଜାଣି ଆଖିରେ ଲୁହ ରହିବନି… ଦେଖନ୍ତୁ Video

ବନ୍ଧୁଗଣ ମାତ୍ର ୧୪ ବର୍ଷର କିଶୋରୀ ପାଠ ପଡୁଥିଲେ ୯ମ ଶ୍ରେଣୀରେ । ହେଲେ ପଢୁଥିବା ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାବିଭୀତ କରି ଦେଇଛି । ଭାଙ୍ଗି ଦେଇଛି ବାପା ମା ଓ ପରିବାରକୁ । କିଏ ଜାଣିଥିଲା ଟିୟୁସନ ଯାଇଥିବା ଝିଅ ଆଉ ଫେରିବ ନାହି ବୋଲି । ପୋଖରୀ କୂଳରେ ସେମିତି ଛିଡା ହୋଇ ରହିଛି ଝିଅର ସାଇକେଲ ପଡି ରହିଛି ଟା ବ୍ୟାଗ । ହେଲେ ଝିଅ ଆଉ ନାହି ମୃତ ଶରୀର ମିଳିଛି ଏହି ପୋଖରୀରୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଲପୁର ଥାନା ନନ୍ଦିପୁର ଅଞ୍ଚଳରେ ।

ପୋଲିସ ମୃତ ଦେହକୁ ଉଧାର କରି ଶବ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ କରୁଛି । ଏହି ଘଟଣା ତଡାତ ଭିତରେ ପରିବାର ଲୋକେ ଝିଅର ହତ୍ୟା ଆଶଙ୍କା କରି ଥାନାରେ ଏତାଲା ଦେଇଛନ୍ତି । କାରଣ ମୃତ୍ୟୁର ପୂର୍ବ ଦିନ ଝିଅକୁ କିଛି ଯୁବକ କମେଣ୍ଟ ମାରିବା ସହ ଧମକ ମଧ୍ୟ ଦେଇଥିଲେ ବୋଲି ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଟିୟୁସନ ଯାଉଥିବା ସମୟରେ ଝିଅକୁ କମେଣ୍ଟ ମାରିଥିଲେ କିଛି ଯୁବକ । ଏହା ପରେ ସମ୍ପୃକ୍ତ ଯୁବକ ଙ୍କ ସହ ପାଟି ତୁଣ୍ଡ କରିଥିଲେ ଛାତ୍ରୀ ଜଣକ । ପାଟି ତୁଣ୍ଡ ସମୟରେ ଯୁବକ ମାନେ ପ୍ରତିଶୋଧ ନେବାକୁ ଧମକ ଦେଇଥିଲେ । କିନ୍ତୁ ଏଭଳି ଧମକୁ ଖାତିର ନ କରି ଗତ କାଲି ଅପରାହ୍ନ ୪ଟା ପରେ ସାଇକେଲର ଟିୟୁସନ ଯାଇଥିଲେ ଛାତ୍ରୀ ।

ହେଲେ ସନ୍ଧ୍ୟା ୬ଟା ଯାଏଁ ଝିଅ ଘରକୁ ନ ଫେରିବାରୁ ପରିବାର ଓ ପଡୋଶୀ ଅନେକ ଖୋଜା ଖୋଜି କରିଥିଲେ । ଶେଷରେ ନନ୍ଦୀପୁର ଥାନା ପୋଖରୀ କୂଳରେ ଛାତ୍ରୀଙ୍କ ବ୍ୟାଗ ଓ ସାଇକେଲ ମିଳିଥିବା ବେଳେ ଭାସୁଥିବା ଅବସ୍ଥାରେ ମୃତ ଦେହ ମିଳିଥିଲା । ତେଣୁ କମେଣ୍ଟ ମାରିଥିବା ଯୁବକ ମାନେ ଝିଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ମଙ୍ଗଳପୁର ଥାନାରେ ଏତାଲା ରୁଜୁ କରିଛନ୍ତି ପରିବାର ଲୋକେ ।

କିନ୍ତୁ କୌଣସି ବ୍ୟକ୍ତିଙ୍କ ନାଁ ଉଲେଖା କରାଯାଇ ନାହି । ତେବେ ଛାତ୍ରୀ ଙ୍କ ମୃତ୍ୟୁ ଛାଡି ଦେଇ ଯାଇଛି ନାନା ପ୍ରଶ୍ନ । ତେବେ ରହସ୍ୟ ଜନକ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ହୋଇପାରେ ? ସାଧାରଣ କମେଣ୍ଟ ମରା କୁ କେନ୍ଦ୍ର କରି ସତରେ ତାଙ୍କୁ ହତ୍ୟା କରାଯାଇଛି ?

ନା ଅନ୍ୟ କୌଣସି ବିବାଦରୁ ଘଟିଛି ଅଘଟଣ ? କମେଣ୍ଟ ମାରିଥିବା ଯୁବକ ମାନେ କିଏ ? ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ନ ଥିବା ବେଳେ କେମିତି ହତ୍ୟା କରାଗଲା ତାଙ୍କୁ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ସର୍ବ ସାଧାରଣରେ ।

ପ୍ରାଥମିକ ମାମଲା ରେ ପୋଲିସ ଏହି ଘଟଣା କୁ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ରିପୋର୍ଟ କୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ସବୁ ଦିଗକୁ କେନ୍ଦ୍ର କରି ଜାଞ୍ଚ କରିବ ପୋଲିସ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *