ଯିଏ ଯାହା କହୁଛ କୁହ, ମୋତେ ଓ ମୋ ପୁଅକୁ ନ୍ୟାୟ ନ ମିଳିବା ଯାଏଁ ମୁଁ ଏଠାରେ ଉଠିବିନି… ବେଶ୍ୟା କହିବାରୁ ଗର୍ଜିଲେ Dipika, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଦୀର୍ଘ ୧୦ ଦିନ ହେବ ପ୍ରେମିକ ଘରେ ଆଗରେ ଧାରଣା ଦେଇ ବସିବା ପରେ ହଠାତ ଆଜି ଦେଖା ଯାଇଛି ଉତ୍ତେଜନା ପୂର୍ଣ୍ଣ ବାତାବରଣ । ତେବେ ଏହି ଘଟଣାଟି ହେଉଛି ବ୍ରହ୍ମପୁର ବଡ ବଜାର ଜେସୀ ବାଜାର ସାହିର । ଏଠାରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦେଖାଯାଇଛି । ତେବେ ପ୍ରେମିକା ଦୀପିକା ପ୍ରେମିକ ଦିନେଶଙ୍କ ଘରେ ଆଗରେ ନିଜର ହକ ପାଇବା ଲାଗି ବସି ରହିଛନ୍ତି ତାଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି ତାଙ୍କୁ ସହଯୋଗ କରିବା ପାଇଁ । ଗତ କାଲି ଦୀପିକାଙ୍କ ଶାଶୁ ତାଙ୍କୁ ବେଶ୍ୟା କହି ଗାଳି ଗୁଲଜ କରିଛନ୍ତି ।

ଏମିତିକି ପ୍ରମିଳା ମା ଙ୍କୁ ବି ଠେଲାପେଲା କରି ଅଭଦ୍ରାମି କରିଛନ୍ତି ଯାହାର ପ୍ରତିବାଦ କରିଛନ୍ତି ପ୍ରମିଳା ମା । ପ୍ରମିଳା ମା କହିଛନ୍ତି କାଲି ବାଡାବାଡି କରିଛନ୍ତି ଝିଅକୁ ନିଆଁ ପକାଇଛନ୍ତି ଅଶ୍ଳୀଳ ଭାଷାରେ ଗାଳି ଦେଲେ ଠେଲା ପେଲା କରି ତଣ୍ଟି ଚିପି ଦେଉଥିଲେ ଦିନେଶଙ୍କ ପରିବାର ।

ଲୋକମାନେ ଅଛନ୍ତି କିନ୍ତୁ ଏଭଳି ଭାବେ ଦୀପିକାଙ୍କ ସହ ଦୁର୍ବ୍ୟବହାର ହେଉଛି ମୋ ମୁଣ୍ଡ ଖରାପ କରି ସାରିଲେଣି ବୋଲି ପ୍ରମିଳା ମା କହିଛନ୍ତି । ଗୋଟେ ଝିଅକୁ ନ୍ୟାୟ ଦେବା କଣ ଭୁଲ ପିଣ୍ଡାରେ ବସିବା କଣ ଭୁଲ ବୋଲି ପ୍ରମିଳା ମା ପ୍ରଶ୍ନ କରିଛନ୍ତି ।

ଏବେ ସାହି ବାସିନ୍ଦା ଡାକିଛନ୍ତି ଝିଅର କଣ ଗୋଟେ ସମାଧାନ କରିବା ପାଇଁ ଝିଅକୁ ବୁଝାସୁଝା କରିବା ପାଇଁ ବୋଲି ପ୍ରମିଳା ମା କହିଛନ୍ତି । ଏ ନେଇ ଦୀପିକା କହିଛନ୍ତି ମୋତେ ମୋ ପୁଅକୁ ନ୍ୟାୟ ନ ମିଳିବା ଯାଏଁ ମୁଁ ପିଣ୍ଡ ଛାଡିବି ନାହି ଯିଏ ଯାହା କରୁଛି କରୁ ମୋତେ ହାତ ଲଗାଇଲେ ଯାହା ବି ହେବ ସାହି ବାସିନ୍ଦା ଦିନେଶର ପରିବାର IIC ଓ SP ସମସ୍ତେ ଦାୟୀ ହେବେ ।

ଦୀପିକା ଆଗକୁ କହିଛନ୍ତି ସେ ଏସପି ଙ୍କୁ ଜଣାଇଛନ୍ତି ପୁଅକୁ ଡାକ ମୋତେ ନ୍ୟାୟ ଦିଅ । ତେବେ ଏହି ଉତ୍ତଜେନା ପୂର୍ଣ୍ଣ ଘଟଣା ବିଷୟରେ ସାହି ବାସିନ୍ଦା କହିଛନ୍ତି କି ଦିନେଶ ଆସି ଥାନାରେ ସଲେଣ୍ଡର ହୋଇଛି ଆଉ ଦୀପିକା ଙ୍କୁ ଡାକ ଯାଉଛି ଥାନାକୁ ଯାଇ ସମାଧାନ କରିବାକୁ । ଆଗକୁ ସାହି ଲୋକ କହିଛନ୍ତି ପବ୍ଲିକ ଠେଲା ପେଲା ହୋଇ ଟେଣ୍ଡ ଭାଙ୍ଗି ଯାଇଛି କେହି ଜାଣି ଜାଣି ଏ ସବୁ କରି ନାହାନ୍ତି ।

କେହି କାହାକୁ ବାଡାବାଡି କରି କାହା ଉଦ୍ଦେଶ୍ୟରେ ଏମିତି କାମ କରି ନାହାନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତେବେ ସାହି ଲୋକେ ଦୀପିକାଙ୍କୁ ପ୍ରତିବାଦ କରୁଛନ୍ତି ଆଉ ଦୀପିକା ମଧ୍ୟ ତାଙ୍କୁ ଛାଡୁ ନାହାନ୍ତି କଡା ଜବାବ ଦେବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ଦୀପିକାଙ୍କ ସହ ଅଭଦ୍ରାମି କରାଯାଉଛି ଯାହା ପାଇଁ ଦୀପିକା ପ୍ରତିବାଦ କରିଛନ୍ତି ।

ତେବେ ଦିନେଶ ଥାନାରେ ଅଛନ୍ତି କିନ୍ତୁ ଦୀପିକା ଥାନାକୁ ଯିବା ପାଇଁ ନାରାଜ । ଘରେ ଆଗରେ ଏଭଳି ବାତାବରଣ ରହିଛି ଯାହାକୁ ନେଇ ସ୍ଥିତି ଅସମ୍ଭାଳ ହୋଇ ପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *