ଝିଅ ପାଇଁ ଜହ୍ନରେ ଜାଗା କିଣିଲେ ବାପା!

ବନ୍ଧୁଗଣ, ପୃଥିବୀରେ ଆମ୍ଭେମାନେ ସମସ୍ତେ ଜାଗା କିଣିଥାଊ । ମାତ୍ର ଜହ୍ନରେ ଜାଗା କିଣିବା କଥା ଆପଣ ମାନେ ଶୁଣି ନଥିବେ କି ଜାଣି ନଥିବେ । ଆଜ୍ଞା ହଁ ଏହା ସତ୍ୟ ଅଟେ ଯେ, ଜହ୍ନରେ ଜଣେ ଯୁବକ ଜାଗା କିଣିଛନ୍ତି । ବନ୍ଧୁଗଣ ଏହି ଯୁବକ ଜଣେ ହେଲେ କେନ୍ଦ୍ରାପଡା ର, ସେ ନିଜ ଝିଅ ପାଇଁ ଜମି କିଣିଲେ ଜହ୍ନରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଗୀତଟିକୁ ଜାଣିଥିବେ, “ଆ ଜହ୍ନମାମୁ ସରଗ ଶସୀ ମୋ ଶୂନା ହାତରେ ପଡରେ ଖସି” ।

ବନ୍ଧୁଗଣ ଏହା ମା’ ଆମକୁ ପିଲାଦିନେ ଶିଖାଇ ଦିଏ, ପିଲାଦିନେ ଆମେ ଦୁଷ୍ଟ ହେଲେ ଅଥବା କାନ୍ଧିଲେ ମା ବାପା ଆମକୁ ଏହି ଗୀତ ଟି ଶୁଣାଇ ଶାନ୍ତ ଅଥବା ଚୁପ କରାଇଥାନ୍ତି । ବାପା ମା’ ନିଜ ସନ୍ତାନକୁ ବହୁତ ପ୍ରେମ କରିଥାନ୍ତି । ବନ୍ଧୁଗଣ ସଂସାରରେ ସମସ୍ତ ସଂପର୍କ ଠାରୁ ନିଆରା ହୋଇଥାଏ ବାପା- ମାଆ ଙ୍କର ସ୍ନେହ, ତଥା ଭଲ ପାଇବା । ଅନ୍ୟ କେଉଁ ସମ୍ପର୍କରେ ନାନା ପ୍ରକାର ସ୍ଵାର୍ଥ ଲୁଚି ରହିଥିବା ସମୟରେ ଏହି ସମ୍ପର୍କ ଟି ନିସ୍ଵାର୍ଥପର ଅଟେ । ପ୍ରତ୍ୟକ ମାତା-ପିତା ନିଜ ସନ୍ତାନର ଖୁସି ଚାହିଁଥାନ୍ତି ।

ତାଙ୍କ ମନରେ ନିଜ ସନ୍ତାନ କୁ ନେଇ କୌଣସି ପ୍ରକାର ସ୍ଵାର୍ଥ ରହିନଥାଏ । ମାତା ପିତା ଯେତେ ଗରିବ କିଅବା ଧନୀ ହେଇଥାନ୍ତି ସେମାନେ ନିଜ ସନ୍ତାନର ପ୍ରତୀଟି ସ୍ଵୋପ୍ନ ସାକାରା କରିବା ପାଇଁ ନିଜର ସଂପୂର୍ଣ୍ଣ ପ୍ରୟାସ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଯାହା ସମ୍ବନ୍ଧରେ କହିବାକୁ ଯାଉଛୁ ସେ ହେଉଛନ୍ତି କେନ୍ଦ୍ରାପଡାର ଜଣେ ଯୁବକ, ତାଙ୍କର ଜାନୁଆରୀ ୧୫, ରେ ଗୋଟିଏ ଝିଅ ଜନ୍ମ ଗ୍ରହଣ କରିଅଛି । ବନ୍ଧୁଗଣ ସେ ତାଙ୍କ ଝିଅଙ୍କ ଜନ୍ମ ରେ ବହୁତ ଆନନ୍ଦ ଅଛନ୍ତି । ତାଙ୍କ ଆନନ୍ଦ ର ସୀମା ଏତେ ଯେ, ସେ ନିଜ କୁନି ଝିଅ କୁ ଜହ୍ନ ରାଇଜରେ ଘର କିଣି ଦେଇଛନ୍ତି ।

ବନ୍ଧୁଗଣ ଆମ୍ଭ ସମସ୍ତଙ୍କ ଜହ୍ନ କୁ ନେଇ ବହୁତ ଗୁଡିଏ ସ୍ଵୋପ୍ନ ରହିଥାଏ । ଆମ୍ଭେ ଚିନ୍ତା କରିଥାଉ ଯେ, କାସ ଜହ୍ନ ରାଇଜରେ ଗୋଟିଏ ଘର ତୋଳି ରହିଥାନ୍ତୁ । ଏହାକୁ ସତ କରିଛନ୍ତି କେନ୍ଦ୍ରାପଡା ର ଏହି ବାପା ଜଣଙ୍କ । କେନ୍ଦ୍ରାପଡା ପଟାମୁଣ୍ଡାଇ ପୁଟୁଣୀ ଗାଁ ର ଅଭୟ କୁମାର ସେନାପତି ବାଙ୍ଗାଲୁର ରେ ଏକ କମ୍ପାନୀରେ କାମ କରନ୍ତି । ଗତ ଜାନୁଆରୀ ମାସରେ ତାଙ୍କର ଗୋଟିଏ ପୁତ୍ରୀ ସନ୍ତାଙ୍କର ଜନ୍ମ ଗ୍ରହଣ କରିଛନ୍ତି । ସେ ସେହି ଖୁସିରେ ନିଜ ଝିଅ କୁ ଜାଗା କିଣି ଦେଇଥିଲେ । ତାଙ୍କ କମ୍ପାନୀର ଜଣେ ସହଯୋଗୀ ଜହ୍ନରେ ଜାଗା କିଣିବାରେ ସାହାଜ୍ଯ କରିଥିବା ବେଳେ, ନ୍ୟୁୟର୍କ ସ୍ଥିତ ଲୋନାର ଷୋସାଇଟି ଇଣ୍ଟର ନ୍ୟାସନାଲ ତାଙ୍କୁ ଜମି ଯୋଗାଇ ଦେଇଛନ୍ତି ।

ଅଭୟ କହିଲେ, ଯେ ସେ ଜହ୍ନରେ ୧ ଏକର ଜମି କିଣିଛନ୍ତି । ସେଥିପାଇଁ ତାଙ୍କୁ ୧୦ ହଜାର ଦେବାକୁ ହୋଇଥିଲା । ସେ କହିଲେ ଯେ  ଜହ୍ନରେ ଜାଗା କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହୋଇନଥାଏ ।   ସେ ତାଙ୍କ ଝିଅ କୁ ଲକ୍ଷ୍ମୀ ସ୍ଵୋରୂପ ମାନି ତାଙ୍କୁ ଏକ ଉପହାର ସ୍ଵୋରୂପ ଏହି ଜାଗାଟି ପ୍ରଦାନ କରିଛନ୍ତି ବୋଲି କହିଲେ । ତାଙ୍କ ଝିଅ ନା ରେ ବର୍ତ୍ତମାନ ଜହ୍ନ ରାଇଜର ସମସ୍ତ କାଗଜ ପତ୍ର ଆସିଯାଇଛି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ନିଆରା ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *