Jyoti Prakash ଙ୍କୁ ଝୁରୁଛି ସ୍କୁଲ, ଦେଖନ୍ତୁ କାନ୍ଦି କାନ୍ଦି ତାଙ୍କ ଗୁରୁ ମା’ ଜ୍ୟୋତିଙ୍କ ବିଷୟରେ କଣ କହୁଛନ୍ତି, ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ Video

ଭୁବନେଶ୍ଵରର ନଳାରେ ପଡିଯାଇ ମୃତ୍ୟୁ ବରଣ କରିଥିବା ବାଳକ ଜ୍ୟୋତିକୁ ଆଜି ତାଙ୍କ ସ୍କୁଲ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଯେଉଁଠି ସ୍କୁଲ ଶିକ୍ଷୟତ୍ରି ଜ୍ୟୋତି ବିଷୟରେ କହି କାନ୍ଦି ପକାଇଲେ । ସେ ଛୋଟବେଳୁ ହିଁ ଆମ ସ୍କୁଲରେ ପଢୁଥିଲା ଓ ମୁଁ ତାର ଗୁରୁମା ଥିଲି । ସେ କେବେ ବି ଦୁଷ୍ଟ ହୁଏ ନାହିଁ । ସେ ବହୁତ ଆଜ୍ଞାକାରୀ ବି । ସେ ସବୁବେଳେ ଚୁପଚାପ ବସିଥାଏ । ଯେତେବେଳେ ରବିବାର ଦିନ ସନ୍ଧ୍ୟା ସମୟରେ ମୁଁ ଟିଭି ଖୋଲି ଦେଲି ତେବେ ତାର ଫଟୋ ଦେଖି ମୁଁ ଚମକି ପଡିଲି ।

ଏହା ପରେ ଧୀରେ ଧୀରେ ଯେମିତି ମୋବାଇଲ ଓ ଟିଭିରେ କେବଳ ତା ବିଷୟରେ କହିଲେ ତେବେ ମୋତେ ବିଶ୍ଵାସ ହେଲା ନାହିଁ । ସେହି ସମୟରୁ ମୋ ଆଖିରୁ ଲୁହ ବୋହି ଚାଲିଛି । ଶିକ୍ଷୟତ୍ରି ଜଣକ କହିଲେ କି ତାର ଚେହେରା ଆଖିରୁ ଯାଉ ନାହିଁ । ଏତେ ଛୋଟ ପିଲା ଏତେ କଷ୍ଟ ପାଇ ଗଲା ଏହି କଥା ମୁଁ ନିଜକୁ ବୁଝେଇ ପାରୁ ନାହିଁ ।

ମୁଁ ନିଜକୁ ବି କ୍ଷମା କରି ପାରୁ ନାହିଁ । ବହୁତ କଷ୍ଟ ଲାଗୁଛି । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ସେ ପୁଣି ଥରେ ଆଉ ଏକ ଜନ୍ମ ପାଇ ଫେରି ଆସୁ । ଜ୍ୟୋତିର ଜଣେ ଘନିଷ୍ଠ ବନ୍ଧୁ କହିଲେ କି ଜ୍ୟୋତି ମୋର ଭଲ ବନ୍ଧୁ ଥିଲା । ମୋର ଓ ତାର ଗୋଟିଏ ସେକ୍ଶନ । ଗୋଟିଏ ବେଞ୍ଚରେ ମଧ୍ୟ ଆମେ ଏକାଠି ବସୁ । ମୁଁ ଯେତେବେଳେ କ୍ଳାସରେ ଅନୁପସ୍ଥିତି ଥାଏ ସେ ସେହି ସମୟର ମୋତେ ଖାତା ଦିଏ ଓ ସେ ଅନୁପସ୍ଥିତି ଥିଲେ ମୁଁ ତାକୁ ଖାତା ଦିଏ ।

ଜ୍ୟୋତି ପ୍ରକାଶ ବେହେରାର ଅନ୍ୟ ଜଣେ ବନ୍ଧୁ କହିଲେ କି ରାଜା ସହ ତାଙ୍କର ଶୁକ୍ରବାର ଦିନ ଶେଷ ସାକ୍ଷାତ ହୋଇଥିଲା । ଶୁକ୍ରବାର ଦିନ ଆମର ପରୀକ୍ଷା ଚାଲି ଥିଲା ଓ ପରୀକ୍ଷା ଶେଷ ହେବା ପରେ ମୁଁ ତାର ସେକ୍ଶନକୁ ଯାଇଥିଲି ।

କାରଣ ଆମର ସେକ୍ଶନ ଡିଭାଇଡ ହୋଇ ଯାଇଛି । ମୋର କିଛି ବନ୍ଧୁ ତାର ସେକ୍ଶନରେ ପଢୁଥିଲେ ଓ ମୁଁ ସେମାନଙ୍କ ଠାରୁ କିଛି ଖାତା ଆଣିବାକୁ ଯାଇ ଥିଲି । ସେହି ସମୟରେ ରାଜା ମୋତେ ପଚାରିଥିଲା କି ସୋମ୍ୟା ପ୍ରୋଜେକ୍ଟ କରିସାରିଲୁଣି ।

ଆଉ ତୋର ପରୀକ୍ଷା କେମିତି ହେଲା । ମୁଁ କହିଲି ହଁ ଭଲ ହେଇଛି ଓ ତୋର କେମିତି ହେଇଛି । ହଁ ଭଲ ହେଇଛି ଓ ଭଲ ପ୍ରଶ୍ନ ବି ଆସିଥିଲା । ମୋତେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵାସ ହେଉ ନାହିଁ କି ରାଜା ଆଉ ନାହିଁ । ଏବେ ବି ମୋର ରାଜା କଥା ମନେ ପଡୁଛି । ଗୁରୁମାମାନେ କୁହନ୍ତି କି ସେ ପାଠପଢା ଛଡା କେବେ ବି ଅନ୍ୟ କୌଣସି କଥାରେ ମୁଣ୍ଡ ଖେଳାଏ ନାହିଁ । ମୁଁ ଗୋଟିଏ ଭଲ ଭାଇକୁ ହରାଇଛି ।

Leave a Reply

Your email address will not be published. Required fields are marked *