ଏହି ଗଛର ମୂଳକୁ ପୂଜା କରିଲେ ଗରିବ ବି ହୋଇଯିବ ରାଜା- ହେବ ଧନ ବର୍ଷା, ଜାଣନ୍ତୁ ଏହା କେଉଁ ଗଛ

ଏହି ସଂସାରରେ ଅସଲ ଖୁସି ହେଉଛି ସୁସ୍ଥ ଶରୀର ଏବଂ ଏକ ନିର୍ମଳ ଚରିତ୍ର । ସୁଖୀ ହେବାର ପରିଭାଷା କୁହାଯାଇଛି କି ଟଙ୍କା ଦ୍ଵାରା ଆପଣ ଖୁସି କିଣି ପାରିବେ ନାହିଁ । ଏହା ପରେ ବି ଲୋକମାନେ କେବଳ ଟଙ୍କା ଆୟ କରିବା ପଛରେ ଲାଗିଛନ୍ତି । ଜୀବନ ଜାପନ କରିବା ପାଇଁ ଟଙ୍କା ଯେତିକି ଦରକାର ହୋଇଥାଏ ସେତିକି । ସବୁଠୁ ବଡ ପ୍ରଶ୍ନ ଏହା ଅଟେ କି ଟଙ୍କା ଆୟ କରିବା ଜରୁରୀ ନୁହେଁ ସେହି ଟଙ୍କାକୁ ପାଖରେ ରଖିବା ବି ଜରୁରୀ ଅଟେ । ପ୍ରାୟତଃ କେତେକ ଲୋକ ପରିଶ୍ରମ କରି ଟଙ୍କା ଆୟ କରିଥାନ୍ତି, କିନ୍ତୁ ସେମାନେ ନିଜ ପାଖରେ ଟଙ୍କା ରଖିପାରନ୍ତି ନାହିଁ ।

ଧନ ପ୍ରାପ୍ତିର ମାର୍ଗ

ଧନ ପ୍ରାପ୍ତି ପାଇଁ ଭୁଲ ରାସ୍ତା ନେବା ଠିକ ନୁହେଁ । କାରଣ ଭୁଲ ରାସ୍ତାରେ ଯାଇ ଟଙ୍କା ଆୟ କରିଲେ ସେହି ଟଙ୍କା କେବେବି ବ୍ୟକ୍ତିକୁ ଖୁସି ଦେଇ ନଥାଏ । ଟଙ୍କାକୁ ସବୁବେଳେ ପରିଶ୍ରମ ଦ୍ଵାରା ଆୟ କରିବା ଉଚିତ । ଯଦି ଆୟ କରିଥିବା ଟଙ୍କା ଆପଣଙ୍କ ପାଖରେ ରହୁନାହିଁ ତେବେ ସେ ଅଲଗା ସମସ୍ୟା ଅଟେ । ଏଥିପାଇଁ ଆପଣ ଏହି ଉପାୟକୁ କରିପାରିବେ । ଶାସ୍ତ୍ରରେ ଏମିତି ବହୁତ ଗଛ ଏବଂ ବନସ୍ପତି ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ଶ୍ରଦ୍ଧା ପୂର୍ବକ ପୂଜା କରିବେ ତେବେ ଆପଣଙ୍କୁ ଧନ ପ୍ରାପ୍ତି ହୋଇ ପାରିବ ଏବଂ ଆପଣଙ୍କର ଭାଗ୍ୟ ଖୋଲିଯିବ ।

ଗୁରୁବାର ଦିନ କରନ୍ତୁ ପୂଜା

ସର୍ବେ ପ୍ରଥମେ ଏହି ଉପାୟକୁ କୌଣସି ବି ଗୁରୁବାର ଦିନ କରିପାରିବେ କାରଣ ଏହା ଭଗବାନ ବିଷ୍ଣୁଙ୍କର ଦିନ ବୋଲି କୁହାଯାଏ । ଏଥିପାଇଁ ସକାଳେ ସ୍ନାନ କରି ହଳଦିଆ ରଙ୍ଗର ବସ୍ତ୍ରକୁ ପରିଧାନ କରିବେ କିମ୍ବା ହଳଦିଆ ରଙ୍ଗର ରୁମାଲ ମଧ୍ୟ ନେଇ ଏକ କଦଳୀ ଗଛ ପାଖକୁ ଯାଆନ୍ତୁ । ଧ୍ୟାନ ରଖିବେ ଆପଣଙ୍କୁ ପୂଜା କରୁଥିବା ସମୟରେ କେହି ଦେଖିବେ ନାହିଁ ।

କଦଳୀ ଗଛ ପାଖକୁ ଯାଆନ୍ତୁ ଏବଂ ଅଳ୍ପ କଦଳୀ ଗଛର ମୂଳ ନିଅନ୍ତୁ । ସେହି ମୂଳକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ହଳଦିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏହା ପରେ ତାହାକୁ ନିଜର ଟଙ୍କା ରଖୁଥିବା ସ୍ଥାନରେ କିମ୍ବା ନିଜ ପର୍ସରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଟଙ୍କା ପ୍ରାପ୍ତି କରିବାର ରାସ୍ତା ଖୋଲିଯିବ । ଏହା ସହିତ ଜୀବନରେ ସୁଖ ସମୃଦ୍ଧି ଆସିବ । କଦଳୀ ଗଛକୁ ପୂଜା କରୁଥିବା ଦ୍ଵାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ନିଜର କୃପା ରଖିଥିବେ ଏବଂ ଆପଣଙ୍କୁ କେବେ ବି ଧନ ସମ୍ବନ୍ଧିତ ସମସ୍ୟା ହେବ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *