କେଉଁ ବାରରେ କରିବେ କେଉଁ ମହାଉପାୟ – ସପ୍ତାହର ସାତ ଦିନ ପାଇଁ ସାତଟି ଊପାୟ ଯାହା ଦୂର କରିବ ସମସ୍ତ ସମସ୍ୟା

ଯେଉଁ ଲୋକମାନଙ୍କ କୁଣ୍ଡଳୀରେ ଗ୍ରହ ସମ୍ବନ୍ଧିତ ଦୋଷ ଥାଏ, ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଗ୍ରହ ଦୋଷ ଦୂର କରିବା ପାଇଁ ଶିବ ପୁରାଣରେ କେତେ ଗୁଡିଏ ଉପାୟ କୁହାଯାଇଛି । ଏହି ଗ୍ରନ୍ଥ ଅନୁସାରେ ସପ୍ତାହର ସାତଦିନର ଗ୍ରହ ସ୍ଵାମୀ ଭିନ୍ନ ଭିନ୍ନ ଅଟନ୍ତି, ଏବଂ ସେମାନଙ୍କୁ ପ୍ରଶନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଅଟେ । ତେବେ ଜାଣନ୍ତୁ ସପ୍ତାହର ସାତ ଦିନ ପାଇଁ କେଉଁ କେଉଁ ଉପାୟ କରାଯାଇ ପାରିବ ।

ଏହା ହେଉଛି ସେହି ସବୁ ଉପାୟ

ରବିବାର-

ରବିବାରର ଅଧିପତି ଦେବତା ସୂର୍ଯ୍ୟ ଭଲ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି । ତାଙ୍କୁ ପ୍ରଶନ୍ନ କରିବା ପାଇଁ ପ୍ରତ୍ୟକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଉପାୟ ରବିବାର ଦିନ ଆରମ୍ଭ କରନ୍ତୁ । କୌଣସି ଗରିବକୁ ଗୁଡ ଦାନ କରନ୍ତୁ ।

ସୋମବାର-

ଏହା ଚନ୍ଦ୍ରଙ୍କର ଦିନ ଏବଂ ଚନ୍ଦ୍ର ସମ୍ପତ୍ତିର ଦାତା ଅଟନ୍ତି । ଏହି ଦିନ କୌଣସି ଗାରିବାକୁ ତାର ସପରିବାରେ ଭୋଜନ କରାନ୍ତୁ । ଭୋଜନାରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ଖାଦ୍ଯ ନିଶ୍ଚୟ ପ୍ରସ୍ତୁତ କରନ୍ତୁ ।

ମଙ୍ଗଳବାର-

ମଙ୍ଗଳ ଗ୍ରହ ଏହି ଦିନର ଅଧିପତି ଅଟନ୍ତି। ଏବଂ ସେ ରୋଗ ଦୂର କରନ୍ତି। ତାଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ମହାକାଳୀଙ୍କ ପୂଜା କରନ୍ତୁ । ଏହା ସହ କୌଣସି ଗରିବକୁ ଭୋଜନ କରାନ୍ତୁ ।

ବୁଧବାର-

ଏହି ବାରର କାରକ ଗ୍ରହ ହେଉଛନ୍ତି ବୁଧ, ଏହି ଗ୍ରହ ବୁଦ୍ଧିର ସ୍ଵାମୀ। ବୁଧବାରର ଭଗବାନ ଗଣେଶଙ୍କୁ ଦୂବ ଚଢାନ୍ତୁ ଏବଂ କ୍ଷୀରରେ ପ୍ରସ୍ତୁତ ଭୋଗ ଲଗାନ୍ତୁ । ବିଷ୍ଣୁ ଭଗବାନଙ୍କ ପୂଜାରେ ବି ମଧ୍ୟ ବୁଧ ପ୍ରଶନ୍ନ ହୁଅନ୍ତି।

ଗୁରୁବାର-

ଗୁରୁବାରର ସ୍ଵାମୀ ହେଉଛନ୍ତି ବୃହସ୍ପତି ଏବଂ ଆୟୁ ବଢାନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବସ୍ତ୍ର, ଏବଂ କ୍ଷୀରରେ ନିଜ ଇଷ୍ଟଦେବ ଏବଂ ଶିବଙ୍କର ପୂଜା କରନ୍ତୁ ।

ଶୁକ୍ରବାର-

ସୁଖ-ସୁବିଧାର କାରକ ଗ୍ରହ ଶୁକ୍ର ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ କୌଣସି ଗରିବ ମହିଳାକୁ ସଧବାଙ୍କ ଜିନିଷ ଏବଂ ଅନ୍ନ ଦାନ କରନ୍ତୁ ।

ଶନିବାର-

ଶନିବାର ର କାରକ ଗ୍ରହ ହେଉଛନ୍ତି ଶନି ଦେବ। ଶନିଦେବ ମୃତ୍ଯୁର ଭୟ ଦୂର କରନ୍ତି। ତାଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଶିବଲିଙ୍ଗ ରେ ରାସି ଚଢାନ୍ତୁ। କୌଣସି ଗରିବକୁ ଭୋଜନ କରନ୍ତୁ ଏବଂ ତେଲ ଦାନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *