ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ସମୟରେ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ – ମିଳିବ ପୂର୍ଣ୍ଣ ଫଳ

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଏ । ଏହି ମନ୍ତ୍ରର ପ୍ରଭାବରେ ସବୁ ପ୍ରକାରର ରୋଗ ନାସ ହୁଏ । ନକରାତ୍ମକତା, ଡର ଏବଂ କାର୍ଯ୍ୟରେ ଆସୁଥିବା ବାଧା ମଧ୍ୟ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ଵାରା ଦୂର ହୋଇଥାଏ । ଯଦି ପୁରା ବିଧି ବିଧାନରେ ଏହି ମନ୍ତ୍ରର ଜପ କରାଯାଏ ତେବେ ବଡ ରୁ ବଡ ସଙ୍କଟ ମଧ୍ୟ ଟଳି ଯାଏ। କିନ୍ତୁ ଜପ କରିବା ସମୟରେ ଯଦି କିଛି ଭୁଲ ହୋଇଯାଏ ତେବେ ଏହାର ପୁରା ଫଳ ମିଳେ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ମନ୍ତ୍ର ଜପ କରିବାର ବିଧି କଣ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର-

ଊଂ ହୌଂ ଜୂଂ ସ ଊଂ ଭୁର୍ଭୁବଃ ସ୍ୱ ଊଂ ତ୍ର୍ଯମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନମ୍ ଉର୍ବାରୁକମିବ ବନ୍ଧନାନ୍ ମୃତ୍ଯୋର୍ମୁକ୍ଷୀୟ ମାମୃତାତ୍ ଊଂ ସ୍ୱ ଭୁବଃ ଭୂଃ ଊଂ ସ ଜୂଂ ହୌଂ ଊଂ ॥

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସମୟରେ ଧ୍ୟାନ ରଖିଲା ଭଳି କଥା

୧- ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ସମୟରେ ତନ ଅର୍ଥାତ ଶରୀର ଏବଂ ମନ ସଂପୂର୍ଣ୍ଣ ସ୍ବଚ୍ଛ ହେବା ଦରକାର । ଅର୍ଥାତ କୌଣସି ପ୍ରକାରର ଖରାପ ଚିନ୍ତା ମନରେ ନ ରହିବା ଦରକାର ।

୨- ମନ୍ତ୍ରର ଜପ ଉଚ୍ଚାରଣ ଠିକ ଭାବରେ କରିବା ଦରକାର । ଯଦି ନିଜେ ମନ୍ତ୍ର ନ ବୋଲି ପାରିବେ ତେବେ କୌଣସି ଯୋଗ୍ୟ ପଣ୍ଡିତଙ୍କ ଦ୍ଵାରା ମଧ୍ୟ ଏହାର ଜପ କରାଯାଇ ପାରିବ ।

୩- ମନ୍ତ୍ରର ଜପ ଏକ ନିର୍ଧାରିତ ସଂଖ୍ୟାରେ କରିବା ଦରକାର । ସମୟ କ୍ରମେ ଜପ କରିବା ସଂଖ୍ୟା ବଢା ଯାଇପାରିବ।

୪- ଭଗବାନ ଶିବଙ୍କର ମୂର୍ତ୍ତି ବା ଚିତ୍ର ସମ୍ମୁଖରେ ବସି ତଥା ମହାମୃତ୍ୟୁଞ୍ଜୟ ଯନ୍ତ୍ର ସାମ୍ନାରେ ଏହି ମନ୍ତ୍ରର ଜପ କରିବା ଦରକାର ।

୫- ମନ୍ତ୍ର ଜପ କରୁଥିବା ସମୟରେ ଦୀପ ଓ ଧୂପ ଜଳୁଥିବା ଦରକାର । ଏହି କଥାର ବିଶେଷ ଧ୍ୟାନ ଦେବେ ।

୬- ଏହି ମନ୍ତ୍ରର ଜପ କେବଳ ରୁଦ୍ରାକ୍ଷ ମାଳିରେ କରିବା ଦରକାର। ବିନା ଆସନରେ ମନ୍ତ୍ର ଜପ କରିବେ ନାହିଁ ।

୭- ମନ୍ତ୍ର ଜପ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ବସିବା ଦରକାର, ନିର୍ଧାରିତ ସ୍ଥାନରେ ହିଁ ସବୁଦିନ ମନ୍ତ୍ର ଜପ କରନ୍ତୁ ।

ପ୍ରତ୍ୟକ ଦିନ ଏହି ମନ୍ତ୍ରର ଜପ କରନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ । ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *