ରେଖାଙ୍କ ମଥାରେ କାହା ନାମର ସିନ୍ଦୁର ? କଣ ରହିଛି ଏହା ପଛର ରହସ୍ୟ- ଜାଣନ୍ତୁ

ପ୍ରଖ୍ୟାତ କଳାକାର ରେଖା ୧୦ ଅକ୍ଟୋବରକୁ ନିଜର ଜନ୍ମ ବାର୍ଷିକ ପାଳନ କରିସାରିଛନ୍ତି । ହିନ୍ଦୀ ଚଳଚିତ୍ର ଜଗତରରେ ଆଜିବି ରେଖା ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ପ୍ରଥମ ସ୍ଥାନରେ ଅଛନ୍ତି । ପରଦା ପଛରେ ତାଙ୍କ ଜୀବନ କାହାଣୀ ବିଷୟରେ ବହୁତ କମ ଲୋକ ଜାଣନ୍ତି ।  ରେଖାଙ୍କର ବିବାହ ହେଇଥିଲା ସତ କିନ୍ତୁ ତାଙ୍କୁ ସ୍ବାମୀଙ୍କ ସୁଖ ମିଳିପାରିନାହିଁ । ସ୍ଵାମୀ ମୁକେଶ ଅଗ୍ରୱାଲ ଆତ୍ମହତ୍ୟା କରିଥିଲେ । କଳାକାର ବିନୋଦ ମେହେରାଙ୍କ ସହ ରେଖାଙ୍କ ବିବାହର ଖବର ମିଳିଥିଲା

କିନ୍ତୁ ଏହି ତଥ୍ୟ ମିଥ୍ୟା ବୋଲି ଦର୍ଶଯାଇଥିଲା । ରେଖା ସବୁବେଳେ ପ୍ରକୃତ ପ୍ରେମର ଅନ୍ଵେଷଣରେ ରହିଲେ କିନ୍ତୁ ତାଙ୍କୁ ଏହା ଏବେଯାଏ ମିଳି ପାରିଲାନି ।

ଆଜି ଆମେ ରେଖାଙ୍କ ଏମିତି ଏକ ଘଟଣାର ଖୁଲାସା କରିବାକୁ ଯାଉଛୁ ଯାହାକୁ ଆପଣମାନେ ମଧ୍ୟ ଜାଣିବାକୁ ଇଛୁକ ଥିବେ । ସେ ରହସ୍ୟ ରେଖାଙ୍କ ସିନ୍ଦୁରକୁ ନେଇ ଜଡିତ ।

ଆପଣ ଦେଖିଥିବେ ରେଖା ସମସ୍ତ ଛୋଟ ହେଉ ବା ବଡ ପାର୍ଟିକୁ ଆସିଲାବେଳେ ତାଙ୍କ ମଥାରେ ସିନ୍ଦୁର ନିଶ୍ଚୟ ଥାଏ । ତାଙ୍କର ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ସେ କାହା ନାମରେ ସିନ୍ଦୁର ପିନ୍ଧୁଛନ୍ତି । ଆସନ୍ତୁ ସେ ବିଷୟରେ ଜାଣିବା ।

କିଛି ସମୟ ପୂର୍ବରୁ ରେଖାଙ୍କ ଆତ୍ମକାହାଣୀ “ରେଖା: ଦ ଅନଟୋଲ୍ଡ ଷ୍ଟୋରି” ରେ ତାଙ୍କ ଜୀବନ ସହ ଜଡିତ ସମସ୍ତ ରହସ୍ୟର ଖୁଲାସା ହେଇଯାଇଥିଲା । ଏହି ବହି ୟାସିର ଉସ୍ମାନ ଲେଖିଥିଲେ । ବହିଟି ବଜାରକୁ ଆସିବା ପରେ ଏହି କଥା ଖେଳିଗଲା ଯେ ରେଖା ସଞ୍ଜୟ ଦତ୍ତଙ୍କ ପାଇଁ ସିନ୍ଦୁର ଲଗାଉଛନ୍ତି । ଏମିତି ସେ ବହିରେ ଲେଖା ହେଇଛି ବୋଲି କୁହାଯାଉଛି ।

ଏହି ଘଟଣା ପରେ ୟାସିର ଉସ୍ମାନ ନିଜେ ଜନତାଙ୍କ ସମୁଖକୁ ଆସି କହିଲେ ଯେ ଏହା ସମ୍ପୂର୍ଣ ମିଥ୍ୟା ଅଟେ । ସେ ସଞ୍ଜୟ ଦତ୍ତ ଓ ରେଖାଙ୍କ ସମ୍ପର୍କକୁ ନେଇ ସମ୍ପୂର୍ଣ ତଥ୍ୟ ଦେଇଥିବା ସହ ଲୋକଙ୍କୁ ଉପଦେଶ ଦେଇଥିଲେ ଯେ ବହିଟିକୁ ଠିକରେ ପଢନ୍ତୁ ।

ସେ କହିଥିଲେ ୧୯୮୪ ରେ ଆସିଥିବା ଚଳଚିତ୍ର “ଜମିନ ଆସମାନ”ରେ ରେଖା ଓ ସଞ୍ଜୟ ଦତ୍ତ ଏକାଠି କାମ କରିଥିଲେ । ଏହି ଚଳଚିତ୍ରରେ ତାଙ୍କର ସମ୍ପର୍କ ବିଷୟରେ ଖବର ଆସୁଥିଲା । ଏମିତିକି ଏହି ପ୍ରଚାର ହୋଇଯାଇଥିଲାକି ସେମାନେ ବିବାହ କରିନେଇଥିଲେ । ଏହି ଘଟଣାକୁ ସଞ୍ଜୟ ଦତ୍ତ ପରେ ମିଥ୍ୟା ବୋଲି କହିଥିଲେ ।

ୟସିର ସଫା ସଫା କହିଥିଲେ କି ସଞ୍ଜୟ ଦତ୍ତ ଓ ରେଖା କେବେବି ବିବାହ କରିନଥିଲେ । ଅର୍ଥାତ ରେଖାଙ୍କ ଆତ୍ମକାହାଣୀରେ ଏମିତି କିଛିବି ଲେଖା ହୋଇ ନାହିଁ । ସଞ୍ଜୟ ନିଜର ବ୍ୟକ୍ତିଗତ ଜୀବନରେ ଚିନ୍ତିତ ଥିବାରୁ ରେଖା ତାଙ୍କୁ ସାହାଯ୍ୟ କରିଥିଲେ, କାରଣ ସେ ମଧ୍ୟ ଏମିତି ଅସୁବିଧାର ସମ୍ମୁଖୀନ ହେଇସାରିଥିଲେ ।

Leave a Reply

Your email address will not be published. Required fields are marked *