ପ୍ରେମ ବିବାହ କରିବାକୁ ଚାହୁଁଥିଲେ, କରନ୍ତୁ ଏହି ସବୁ ମନ୍ତ୍ରର ଜପ- ନିଶ୍ଚୟ ମିଳିବ ସଫଳତା

ଆଜିକାଲି ପ୍ରେମ କରିବା ଏକ ସାଧାରଣ କଥା । କିନ୍ତୁ ପ୍ରେମ ଏକ ପବିତ୍ର ସମ୍ପର୍କ, ଯାହାକି ଅତ୍ୟନ୍ତ ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ବାସତର ସମ୍ପର୍କ । ପ୍ରେମ ସମ୍ପର୍କ ପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାକୁ ସଫଳ ପ୍ରେମ ବୋଲି ଆମେ ମାନିଥାଉ ।  କିନ୍ତୁ ସମସ୍ତଙ୍କ ପ୍ରେମ ସଫଳ ହୋଇ ନଥାଏ । ସେମାନଙ୍କ ରାସ୍ତାରେ ଅନେକ ବାଧା ବିଘ୍ନ ଆସିଥାଏ । ଯଦି ଆପଣ ମଧ୍ୟ ଏସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଚିନ୍ତା କରିବାର କିଛି କାରଣ ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଜପ କଲେ ଆପଣଙ୍କ ପ୍ରେମ ସମ୍ପର୍କ ସଫଳ ହେବ ଏବଂ ଆପଣ ନିଜ ସାଥି ସହ ବିବାହ କରିପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ମନ୍ତ୍ରଗୁଡିକ ଯାହା ପ୍ରେମ ବିବାହ କରାଇପାରେ :

ଯଦି ପ୍ରତିଦିନ କ୍ରମଶଃ ୩ ମାସ ପର୍ଯ୍ୟନ୍ତ ରାଧା-କୃଷ୍ଣ ମନ୍ଦିର ଯାଇ ପୂଜା-ଅର୍ଚ୍ଚନା କରିବେ ତେବେ ପ୍ରେମ ବିବାହରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ ।

ଏହା ସହ ଯଦି “କେଶବି କେଶବାରାଧ୍ୟା କେଶୋରୀ କେଶବସ୍ତୁତା” ମନ୍ତ୍ର ଜପ କରିବେ ଏହା ଲାଭ ଦାୟକ ହୋଇଥାଏ ।

ପ୍ରତିଦିନ କିଛି ମାସ ପର୍ଯ୍ୟନ୍ତ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବେ ଏବଂ ସୋମବାର ବ୍ରତ ମଧ୍ୟ ପ୍ରେମିକ-ପ୍ରେମିକା ଙ୍କ ମିଳନର ସହାୟକ ହେଇଥାଏ । “ଓଁ ଲକ୍ଷ୍ମୀନାରାୟଣାୟ ନମଃ” ମନ୍ତ୍ର ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ୨ ମାସ ପର୍ଯ୍ୟନ୍ତ ଜପକଲେ ଭଗବାନ ବିଷ୍ନୁ ପ୍ରସନ୍ନ ହୋଇ ବ୍ୟକ୍ତିର ମନସ୍କାମନା ପୂର୍ଣ୍ଣ କରନ୍ତି ।

ଯଦି କୌଣସି ଜାତକର ନିଜ ପ୍ରେମିକ ସହ ମିଳନ ହେଉନି ତେବେ କୌଣସି ପଣ୍ଡିତଙ୍କ କହିବା ଅନୁସାରେ ୧୬ ଶୁକ୍ରବାର ବ୍ରତ କରିବା ସହ ମାତା ସନ୍ତୋଶୀଙ୍କ ପୂଜା କରିବାଦ୍ୱାରା ଏହି ଦୁଃଖର ଅନ୍ତ ଘଟିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *