କାହିଁକି ନାହିଁ ବ୍ରହ୍ମ ଦେବଙ୍କର କୌଣସି ମନ୍ଦିର ? ଜାଣନ୍ତୁ ସମ୍ପୁର୍ଣ୍ଣ କଥା

ବ୍ରହ୍ମାଙ୍କ ଦ୍ଵାରା ଏହି ସୃଷ୍ଟିର ରଚନା କରାଯାଇଛି । ସଂସାରର ପ୍ରତ୍ୟକ ଜୀବନର ନିର୍ମାଣ ବ୍ରହ୍ମାଙ୍କ ଦ୍ଵାରା ହିଁ ହୋଇଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସୃଷ୍ଟିର ରଚୟତା ବ୍ରହ୍ମା ଓ ଯାହାଙ୍କର ସ୍ଥାନ ବି ସବୁଠୁ ଉଚ୍ଚ ଅଟେ ତାଙ୍କର ପୂଜା କାହିଁକି କରାଯାଏ ନାହିଁ । ପୁରା ବିଶ୍ଵରେ ବ୍ରହ୍ମାଙ୍କ ବହୁତ ଅଳ୍ପ ମନ୍ଦିର ଅଛି । ଯେଉଁଥିରେ ରାଜସ୍ଥାନରେ ବ୍ରହ୍ମାଙ୍କ ପୁଷ୍କର ମନ୍ଦିର ସବୁଠୁ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ଅଟେ । ଆଜି ଆମେ ଆପଣଙ୍କୁ କହିବୁ କି କାହଙ୍କି ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ ।

ବ୍ରହ୍ମାଙ୍କ ଠାରୁ ହିଁ ବେଦ ଜ୍ଞାନର ପ୍ରଚାର ହୋଇଛି । ତାଙ୍କର ୪ ଟି ହାତରେ ଗୋଟିଏ ଗୋଟିଏ ବେଦ ଅଛି । କିନ୍ତୁ ବହୁତ କମ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ତାଙ୍କର ଆରାଧନା କରନ୍ତି । ଥରେ ବ୍ରହ୍ମାଙ୍କୁ ସୃଷ୍ଟିର କଲ୍ୟାଣ ପାଇଁ ପୃଥିବୀ ଉପରେ ଏକ ଯଜ୍ଞ କରିବାର ଥିଲା । ଯଜ୍ଞର ସ୍ଥାନ ନିର୍ଧାରଣ କରିବା ପାଇଁ ବ୍ରହ୍ମା ତାଙ୍କ ମଧ୍ୟରୁ ବାହାରିଥିବା ଏକ ପଦ୍ମ ଫୁଲକୁ ପୃଥିବୀକୁ ପଠାଇ ଥିଲେ ।

ସେହି ପଦ୍ମ ଫୁଲ ରାଜସ୍ଥାନର ପୁଷ୍କରରେ ପଡିଲା । ଏହି ଫୁଲ ଏହି ସ୍ଥାନରେ ପଡିବା କାରଣରୁ ଏଠି ଏକ ପୋଖରୀର ନିର୍ମାଣ ହୋଇଗଲା । ବ୍ରହ୍ମା ଏହି ସ୍ଥାନକୁ ଯଜ୍ଞ ପାଇଁ ବାଛିଲେ । କିନ୍ତୁ ଯଜ୍ଞ ପାଇଁ ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀ ସଠିକ ସମୟରେ ପହଞ୍ଚି ପାରିଲେ ନାହିଁ । ଏହି ଯଜ୍ଞକୁ ସମ୍ପନ୍ନ କରିବା ପାଇଁ ଏକ ସ୍ତ୍ରୀ ଦରକାର ଥିଲା । ଅନ୍ୟ ପଟେ ଯଜ୍ଞର ସମୟ ବିତି ଯାଉ ଥିଲା ।

କିନ୍ତୁ ସାବିତ୍ରୀ ପହଞ୍ଚିଲେ ନାହିଁ । ଯଦି ଯଜ୍ଞ ସଠିକ ସମୟରେ ସମ୍ପନ୍ନ ନ ହୋଇ ଥାନ୍ତା ତେବେ ଏହାର ଲାଭ ମିଳି ନ ଥାନ୍ତା । ସେଥିପାଇଁ ବ୍ରହ୍ମା ଏକ ସ୍ଥାନୀୟ ମହିଳାଙ୍କୁ ବିବାହ କରି ନେଲେ ଓ ଯଜ୍ଞରେ ବସିଗଲେ । ଯଜ୍ଞ ଆରମ୍ଭ ହେବାର ଅଳ୍ପ ସମୟ ପରେ ଯେତେବେଳେ ସାବିତ୍ରୀ ପହଞ୍ଚିଲେ ତେବେ ସେ ନିଜ ସ୍ଥାନରେ ଅନ୍ୟ ସ୍ତ୍ରୀକୁ ଦେଖି ରାଗି ଗଲେ ଓ ବ୍ରହ୍ମାଙ୍କୁ ଅଭିଶାପ ଦେଲେ କି ଏହି ସମ୍ପୂର୍ଣ ପୃଥିବୀରେ ତୁମର କୌଣସି ବି ସ୍ଥାନରେ ପୂଜା ହେବ ନାହିଁ ଓ କୌଣସି ବି ବ୍ୟକ୍ତି ତୁମକୁ ପୂଜା ସମୟରେ ମନେ ପକାଇବ ନାହିଁ ।

ସାବିତ୍ରୀଙ୍କ କ୍ରୋଧ ଦେଖି ସମସ୍ତେ ରାଗି ଗଲେ । ଏହା ପରେ ସମସ୍ତେ ତାଙ୍କୁ ଅନୁରୋଧ କରିଲେ କି ସେ ତାଙ୍କର ଅଭିଶାପ ଫେରାଇ ନିଅନ୍ତୁ । ସାବତ୍ରୀ କ୍ରୋଧ ଶାନ୍ତ ହେବା ପରେ କହିଲେ କି ଯେଉଁ ସ୍ଥାନରେ ଆପଣଙ୍କ ଯଜ୍ଞ ହୋଇଛି କେବଳ ସେହି ସ୍ଥାନରେ ହିଁ ତୁମର ପୂଜା ହେବ ।

ସେହି କାରଣରୁ କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କ ପୂଜା କରାଯାଏ । କୁହାଯାଏ କି କ୍ରୋଧ ଶାନ୍ତ ହେବା ପରେ ସାବିତ୍ରୀ ଏକ ପହଡାକୁ ଯାଇ ତପସ୍ୟାରେ ଲୀନ ହୋଇଗଲେ ଓ ଆଜି ବି ସେ ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି । ଏଠି ମନ୍ଦିରକୁ ଆସି ବିବାହିତ ମହିଳା ସମୃଦ୍ଧି ବୈବାହିକ ଜୀବନ ପାଇଁ ମନୋକାମନା କରନ୍ତି ।

Leave a Reply

Your email address will not be published. Required fields are marked *