କଣ ପାଇଁ ପରମପିତା ଭଗବାନ ବ୍ରହ୍ମାଙ୍କର ପୂଜା କରା ଯାଏ ନାହିଁ ! ଜାଣନ୍ତୁ ଏହା ପଛର ରହସ୍ୟ

ଏହା ସମସ୍ତେ ଜାଣନ୍ତି ଯେ ବ୍ରହ୍ମାଙ୍କ ପୂଜା କରା ଯାଏ ନାହିଁ, କିନ୍ତୁ କଣ ପାଇଁ ଭଗବାନ ବ୍ରହ୍ମାଙ୍କ ପୂଜା କରା ଯାଏ ନାହିଁ ତାହା କେହି କହି ପାରିବେ ନାହିଁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମା ଭଗବାନ ଏହି ସୃଷ୍ଟି ରଚନା କରିଛନ୍ତି ଓ ବିଷ୍ଣୁ ଠାକୁର ଏହାର ପାଳନକର୍ତ୍ତା ଅଟନ୍ତି ଏବଂ ଭଗବାନ ଶିବ ଏହି ସଂସାର ର ସଂହାରକ ଅଟନ୍ତି । କିନ୍ତୁ ଏହି ତିନୋଟି ଠାକୁରଙ୍କ ମଧ୍ୟରୁ କେବଳ ବ୍ରହ୍ମାଙ୍କ ପୂଜା କରା ଯାଏ ନାହିଁ ଏହା ଶୁଣିବାରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁନି ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ପୁରା ଦୁନିଆ ରେ ବ୍ରହ୍ମାଙ୍କ ଗୋଟେ ମାତ୍ର ମନ୍ଦିର ଅଛି ଯାହା ପୁଷ୍କର ରେ ଅଛି ।

ଶାସ୍ତ୍ର ଅନୁଯାଇ ଭଗବାନ ବ୍ରହ୍ମା ପ୍ରାଣୀର ମଙ୍ଗଳ ପାଇଁ ଗୋଟେ ଯଜ୍ଞ କରିବା ପାଇଁ ଭାବିଲେ ଓ ଏମିତି ରେ ଦୁନିଆରେ କେଉଁଠି ଯଜ୍ଞ କରାଯିବ ବୋଲି ନିଶ୍ଚିତ କରିବା ପାଇଁ ବ୍ରହ୍ମା ନିଜ ହାତ କମଳକୁ ପୃଥିବୀ ଉପରେ ପଠାଇଲେ ଓ ପୁରା ସଂସାର ବୁଲିବା ପରେ କମଳ ପୁଷ୍କର ଆସିଲେ କିନ୍ତୁ ସେଠି ଜଳ ନଥିଲା ସେଥିପାଇଁ ଗୋଟେ ପୋଖରୀ ନିର୍ମାଣ କରା ଗଲା ଯେଉଁଠି କମଳ ରହିଲେ । ଏହା ପରେ ବ୍ରହ୍ମା ଭଗବାନ ପୃଥିବୀ ରେ ଯଜ୍ଞ ପାଇଁ ଆସିଲେ କିନ୍ତୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଯଜ୍ଞ ପାଇଁ ଆସିବାରେ ଡେରି କରୁଥିଲେ ।

ଯଜ୍ଞ ପାଇଁ ମୁହୂର୍ତ ଯାଉଥିଲା ସେଥିପାଇଁ ବ୍ରହ୍ମା ଭଗବାନ ଆଉ ଡେରି ନକରି ସେହି ଜାଗାରେ ଗାଈ ଚରାଉଥିବା ଝିଅ ସହ ବିବାହ କଲେ ଓ ପୂଜା ରେ ସେହି ଝିଅ ବ୍ରହ୍ମା ଠାକୁରଙ୍କ ସହ ଯଜ୍ଞ ରେ ବସିଲା । ଯେତେବେଳେ ମାଁ ସାବିତ୍ରୀ ଯଜ୍ଞ ଜାଗାରେ ଆସି ପହଞ୍ଚିଲେ ସେ ନିଜ ସ୍ଥାନ ରେ ଅନ୍ୟ ସ୍ତ୍ରୀକୁ ଦେଖି ରାଗି ଗଲେ ଓ ବ୍ରହ୍ମା ଠାକୁରଙ୍କୁ ଶ୍ରାପ ଦେଇ ଦେଲେ ମାଁ କହିଲେ ଆଜି ପରେ ପୃଥିବୀ ରେ ଆପଣଙ୍କୁ କେହି ପୂଜା କରିବେ ନାହିଁ ଏବଂ ମଣିଷ ଆପଣଙ୍କୁ କେବେ ମନେ ପକେଇବ ନାହିଁ ।

ରାଗରେ ମାଁ ଶ୍ରାପ ଦେଇ ଦେଲେ କିନ୍ତୁ ରାଗ ଶାନ୍ତ ହେଲା ପରେ ତାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ଏମିତି କରିବା ଉଚିତ ନଥିଲା ଓ ଏହା ପରେ ମାଁ କହିଲେ ବ୍ରହ୍ମାଙ୍କ ପୂଜା କେବଳ ପୁଷ୍କର ରେ ହବ ଏହା ଛଡା ଯଦି ଦୁନିଆର କୌଣସି କଣ ରେ ବ୍ରହ୍ମାଙ୍କ ପୂଜା ହବ ତେବେ ସେହି ଜାଗା ଓ ଲୋକଙ୍କ ସର୍ବନାଶ ହୋଇ ଯିବ ସେଥିପାଇଁ ବ୍ରହ୍ମାଙ୍କ ମନ୍ଦିର ପୁରା ଦୁନିଆ ରେ ଗୋଟେ ଅଛି ଏବଂ ତାହା ବି ପୁଷ୍କର ରେ ।

Leave a Reply

Your email address will not be published. Required fields are marked *