ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।
ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

ଜୋକ-୧
ଗୋଟେ କଥା ପ୍ରଥମରୁ କହିଦେଉଛି ମୋର ସବୁ ପୋଷ୍ଟ
ହିନ୍ଦୀରେ ଥାଏ , ତା ମାନେ ଏହା ନୁହେଁକି ,
ଇଂଗ୍ଲିଶ ଇଜ ନଟ କମ ଟୁ ମି …
ମୋତେ ଆସେ ଇଙ୍ଗ୍ଲିଶ …!!!
ଜୋକ-୨
ଗୋଟେ ପୁଅ ଗୋଟେ ଝିଅ ପଛରେ ହାତ ଧୋଇକି ପଡିଥିଲା
ବିରକ୍ତ ହୋଇ ଝିଅଟି ମୁହଁ ଧୋଇକି ଦେଖେଇ ଦେଲା …!
କାହାଣୀ ଖତମ…..!!!

ଜୋକ-୩
ଗୋଟେ ଖାସ କଥା କହିବାକୁ ଯାଉଛି …
ଜୀବନରେ ସେହି ଲୋକ ଆଗକୁ ବଢିଥାନ୍ତି
ଯିଏ ଝାଡୁ ଲଗେଇଥାନ୍ତି ….
ପୋଛା ଲଗାଉଥିବା ଲୋକଙ୍କୁତ ପଛକୁ ଯିବାର
ଆମେ ଦେଖିଛୁ …!!!
ଜୋକ-୪
ମୋତେ ଦେଶ ଗରିବ ହେବାର ଅନୁଭବ ସେବେ ହେଲା
ଯେବେ ମୋଟରସାଇକେଲ ସଫା କରୁଥିବା କପଡାକୁ ବି କିଏ ଚୋରୀ କରି ନେଇଗଲା ….!!!

ଜୋକ-୫
କାଲୀ ଗୋଟେ ବାହାଘରରେ ବରଯାତ୍ରୀ ବହୁତ ଲେଟ ହୋଇଗଲା ,
ମୁଁ ତ କନ୍ୟାର ବାପା ଆଗ ପଛରେ ବୁଲୁଥିଲି, କାଳେ କହିଦେବ …
” ପୁଅ ଆମର ଇଜ୍ଜତ ରକ୍ଷା କରିଦିଅ ” ।
ଜୋକ-୬
ଗୋଟେ ବାହାଘରରେ ଜଣେ ବହୁତ ଡେରି ପର୍ଯ୍ୟନ୍ତ ଖାଉଥିଲା ….
କିଏ ପଚାରିଦେଲା କେତେ ଖାଇବୁ ? ସେ କହିଲା …
ମୁଁ ବି ଖାଇ ଖାଇ ଚିଡି ଗଲିଣି,
କିନ୍ତୁ କାର୍ଡରେ ଲେଖା ହୋଇଛି …
ଖାଇବାର ସମୟ ୭ ଟାରୁ ୧୦ ଟା ପର୍ଯ୍ୟନ୍ତ …!!!

ଜୋକ-୭
ଝିଅ ବାଲା : ଆମକୁ ଆପଣଙ୍କ ପୁଅ ପସନ୍ଦ ନୁହେଁ …!!
ପୁଅ ବାଲା : ଆମକୁବି ପୁଅ ପସନ୍ଦ ନାହିଁ , ଏବେ କଣ କରିବୁ ?
କଣ ଘରୁ ବାହାର କରିଦେବୁ …?
ଜୋକ-୮
ପତ୍ନୀ ପତିକୁ କହିଲା : କେବେ ଭାବିଛ ମୋର ବାହାଘର
ଆଉ କାହା ସହିତ ହୋଇଯାଇଥିଲେ କଣ ହୋଇଥାନ୍ତା ?
ପତି : ନା ମୁଁ କେବେ କାହାର ଖରାପ ଭାବେନା….!!!

ଜୋକ-୯
ପୁଅ ଗାଧୋଇ ପାଧୋଇ ଚାହା ଓ ଖାଇବା ଖତମ କରି
ଆରାମ କରିବା ପାଇଁ ଟିଭି ସାମ୍ନାରେ ବସିଥିଲା ,
ମା କହିଲା : ପୁଏ ତୋ ଉପରେ ଫିଲ୍ମ ଆସୁଛି ଟୁ କହିନୁତ …?
ପୁଅ : ମୋ ଉପରେ କେଉଁଟା …?
ମା କହିଲା : କଲଙ୍କ….!!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।