କଳିଯୁଗରେ ଏହି ସ୍ଥାନରେ ରହିଛି ଭଗବାନ କୃଷ୍ଣଙ୍କର ସୁଦର୍ଶନ ଚକ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଳି ଯୁଗରେ କେଉଁଠି ଅଛି, ଭଗବାନ ଙ୍କ ସୁଦର୍ଶନ ଚକ୍ର । ଜାଣନ୍ତୁ ଏହି ରୋଚକ ତଥ୍ୟ । ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁ ଙ୍କ ପ୍ରମୁଖ ଅସ୍ତ୍ର ଏବଂ ଏହି ଅସ୍ତ୍ରକୁ ଯାହାକୁ ବି ଆକ୍ରମଣ କରିବା ପାଇଁ ଛଡ଼ାଯାଏ ସେ ନିଜ ଲକ୍ଷ ଭେଦ ନକରି କେବେ ବି ଫେରେନି । ତେଵେ ସେହି ଚକ୍ରକୁ ତ ମହାଭାରତ ରେ ଦେଖିଥିବେ । ତାପରେ ଆଉ କେଉଁଠି ବି ଏହା ବିଷୟରେ ଶୁଣିନଥିବେ ତାହାଲେ କୁଆଡେ ଗଲା ସେହି ଚକ୍ର ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ । ସୁଦର୍ଶନ ଚକ୍ର କୁ ଯେତେବେଳେ ଭଗବାନ ନିଜେ ହିଁ ପ୍ରୟୋଗ କରନ୍ତି ସେତେବେଳେ ପ୍ରଳୟ ମଧ୍ୟ ହୋଇଯାଏ ।

ସେ ନିଜ ଶତ୍ରୁଙ୍କୁ ସଂଘାର କରନ୍ତି କେବଳ ସେହି ସୁଦର୍ଶନ ଚକ୍ରରେ କିନ୍ତୁ ବହୁତ ସାରା ପୁରାଣରେ ଉଲ୍ଲେଖ ରହିଛି ଯେ ସୁଦର୍ଶନ ଚକ୍ରର ସୃଷ୍ଟି କର୍ତ୍ତା ଥିଲେ ସ୍ଵୟଂ ଶିବ । ମାନେ ଆମେ ଯଦି ଶିବଙ୍କ ପୁରଣକୁ ଅନୁଧ୍ୟାନ କରିବା ତେବେ ସେଥିରେ ଲେଖାଯାଇଥିଲା କି ସୁଦର୍ଶନ ଚକ୍ର କୁ ଶିବ ନିଜେ ତିଆରି କରିଥିଲେ ଏବଂ ସେ ନିଜେ ତାକୁ ବିଷ୍ଣୁ ଭଗବାନ ଙ୍କୁ ପ୍ରଦାନ କରିଥିଲେ ।

କିନ୍ତୁ ଆମେ ଯଦି ଋକ ବେଦ କୁ ଆସିବା ତେବେ ଋକ ବେଦ ରେ ବର୍ଣ୍ଣନା କରାଯାଇଥିଲା ଯେ ସ୍ଵୟଂ ବିଶ୍ୱର୍କମା ତିଆରି କରିଥିଲେ ।  ସୁଦର୍ଶନ ଚକ୍ର ଏବଂ ସେ ସୁଦର୍ଶନ ଚକ୍ର ଟି ସୂର୍ଯ୍ୟ ଦେବଙ୍କ ର ଅଙ୍ଗାରରୁ ତିଆରି ହୋଇଥିଲା । ସେ ସୁଦର୍ଶନ ଚକ୍ର ଟି ଏତେ ଶକ୍ତିଶାଳୀ ଥିଲା ଯେ ଯେତେବେଳେ ଯାହା ଉପରେ ବି ଆକ୍ରମଣ କରାଯାଉଥିଲା ସେ ତାକୁ ନ ମାରି କେବେ ବି ଫେରୁନଥିଲା ।

ତେଣୁ ସୁଦର୍ଶନ ଚକ୍ର କୁ ସବୁବେଳେ ମହାଭାରତ ଯୁଦ୍ଧ ରେ ପ୍ରୟୋଗ କରାଯାଇଥିଲା । ସୁଦର୍ଶନ ଚକ୍ର କୁ ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନଙ୍କ ସପକ୍ଷରେ ରେ ଯୁଦ୍ଧ କରୁଥିଲେ ସେତେବେଳେ କୃଷ୍ଣ ନିଜର ସମ୍ପୂର୍ଣ୍ଣ ଅବତାର ଅର୍ଜୁନଙ୍କୁ ଦେଖେଥିଲେ । ଏବଂ ସେହି ସମୟରେ ସୁଦର୍ଶନ ଚକ୍ର ରଖି ସମୟ କୁ ଅଟକାଇ ଦେଇଥିଲେ କାରଣ ତାକୁ ସମୟ ଚକ୍ର ମଧ୍ୟ କୁହାଯାଏ ।

ଏ ସମୟ କୁ ପରିବର୍ତ୍ତନ କରିବାର ଶକ୍ତି ଏହି ସୁଦର୍ଶନ ଚକ୍ର ମଧ୍ୟ ରେ ରହିଛି । ଏହି ସୁଦର୍ଶନ ଚକ୍ର କେବଳ ବିଷ୍ଣୁ ଭଗବାନ ହିଁ ପ୍ରୟୋଗ କରିପାରିବେ । ଯେତେ ବେଳେ ଶ୍ରୀକୃଷ୍ଣ ଦେ-ହ ତ୍ୟା-ଗ କରିଥିଲେ ମାନେ ଯେତେବେଳେ ଯାରା ଶବର ତୀର ମାରିଥିଲା ସେତେବେଳେ ଏହି ସୁଦର୍ଶନ ଚକ୍ର ପୃଥିବୀର କୌଣସି ଏକ କୋଣ ରେ ପଡିଯାଇଥିଲା ।

ଯାହା କୁ ଆଜି ପର୍ଯ୍ୟନ୍ତ କେହି ଠାବ କରିପାରିନାହାନ୍ତି ଯେ ତାହା କେଉଁ ଯାହାର ଅଛି । କିନ୍ତୁ ଏହା ମଧ୍ୟ ଶାସ୍ତ୍ରରେ ରଚନା କରାଯାଇଛି ଯେ ଯେତେବେଳେ କଳିଯୁଗ ଅନ୍ତ ଘଟିବ ଯେତେବେଳେ ପାପର ମାତ୍ରା ଅଧିକ ଭାରରେ ବଢିବ ସେତେବେଳେ କୈଳିକ ଅବତାର ଧରିବେ ଭଗବାନ ବିଷ୍ଣୁ । ସେହି ସମୟରେ ପୁଣି ଥରେ ଏହି ସୁଦର୍ଶନ ଚକ୍ରଟି ଆସି ପ୍ରକଟ ହୋଇଯିବ ଏବଂ ସେ ସେତେବେଳେ ଶତ୍ରୁମାନଙ୍କର ସଂଘାର କରିବେ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *