ବହୁତ କମ ବୟସରେ ହେଲା ଏହି ଅଭିନେତାଙ୍କର ମୃତ୍ୟୁ – ସାରା ଫିଲ୍ମ ଦୁନିଆରେ ବର୍ତ୍ତମାନ ଶୋକର ଛାୟା

ପୁଣି ଏକ ଅଭିନେତାଙ୍କର ମୃତ୍ୟୁର ଖବର ସାରା ଫିଲ୍ମ ଦୁନିଆକୁ ଶୋକରେ ଭସାଇ ଦେଇଛି । ଗୋଟେ ପରେ ଗୋଟେ  ଅଭିନେତା ଅଭିନେତ୍ରୀଙ୍କର ମୃତ୍ୟୁର ଖବର ପ୍ରତ୍ୟକ ଦିନ ଶୁଣିବାକୁ ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କର ମୃତ୍ୟୁର ଖବର ଦେଉଛୁ ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରୀର କଳକାର ଅମିତ ପୁରୋହିତ । ତାଙ୍କର ପରଲୋକ ହୋଇଯାଇଛି ସେ ବି ବହୁତ କମ ବୟସରେ ।

ସେ ନିଜର କ୍ଯାରିୟର 2012 ମସିହାରୁ ଆରମ୍ଭ କରିଥିଲେ । ତାଙ୍କର ଫିଲ୍ମ “ସେଭେନ ନାଇଟସ୍ ’ ଓ ‘ଆଳାପ” 2012 ମସିହାରେ ଆସିଥିଲା । ଏହା ପରେ ସେ ବର୍ତ୍ତମାନ ‘ସମ୍ମୋହନମ’ ଫିଲ୍ମ ରେ କାମ କରୁଥିଲେ । ସେ ବହୁତ ଭଲ ଓ କଠୋର ପରିଶ୍ରମୀ କଳାକାର ଅଟନ୍ତି । ‘ସମ୍ମୋହନମ’ ଏକ ତେଲୁଗୁ ଫିଲ୍ମ ଅଟେ, ଏହି ଫିଲ୍ମ ରେ ମୁଖ୍ୟ ଭୂମିକାରେ ସୁଧୀର ବାବୁ ଓ ଅଦିତି ରାଓ ହାଇଦ୍ରି ଅଭିନୟ କରିଥିବା ବେଳେ ଅମିତ ଏଥିରେ ଆଦିତୀ ରାଓ ହାଇଦ୍ରିଙ୍କ ପୂର୍ବ ବୟଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ ।

ଫିଲ୍ମ ର ସଫଳତା ଦେଖି ସେହି ଫିଲ୍ମର ନିର୍ଦେଶକ ମୋହନ ତାଙ୍କୁ ତାଙ୍କର ଆଗାମୀ ଫିଲ୍ମ ପାଇଁ ମଧ୍ୟ ସାଇନ କରାଇଥିଲେ । କିନ୍ତୁ ଏପରି ଏକ ଘଟଣା ପରେ ତାଙ୍କୁ ବହୁତ ଝଟକା ଲାଗିଥିଲା ଓ ସେ ନିଜ ଟ୍ବିଟର ଆକାଉଣ୍ଟ ରେ ଏହା ଉପରେ ଖୁବ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ସହ ଥିବା ଅନ୍ୟ ଅଭିନେତା ସୁଧୀର ବାବୁ ମଧ୍ୟ ଚ୍ୱିଟରରେ ଅମିତଙ୍କ ପରଲୋକ ସୂଚନା ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *