କଣ ଆପଣ ଜାଣିଛନ୍ତି ED, IT ଓ CBI ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ?

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ED ରେ ଭାରତୀୟ ରାଜସ୍ୱ ସେବା ଭାରତୀୟ ପୋଲିସ ସେବା ଓ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀଙ୍କୁ ସାମିଲ କରା ଯାଇଥାଏ । ତେବେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ED, CBI ଓ ଆୟକର ବିଭାଗ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ? ତେବେ ଆସନ୍ତୁ ଜାଣିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦିୟ ତଦନ୍ତକାରୀ ସଂସ୍ଥା, ଆୟକର ବିଭାଗ ଅମଧ୍ୟରୁ ଶକ୍ତିଶାଳୟ କିଏ ? କହି ରଖୁଛୁ ସିବିଆଇ କେନ୍ଦ୍ର ସରକାର ହାଇକୋର୍ଟ ବା ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଯାଞ୍ଚ କରାଯାଏ । ଯଦି ମାମଲା ଟି ରାଜ୍ୟ ସହ ସମ୍ପୃକ୍ତ ତେବେ ରାଜ୍ୟ ସରକାରଙ୍କ ଅନୁମତି ପରେ ସିବିଆଇ ତଦନ୍ତ ହୋଇଥାଏ ।

କୌଣସି ଥାନା ଅଞ୍ଚଳରେ ୧ କୋଟିରୁ ଅହଡିକ ତାଙ୍କର ହେରାଫେରି ମାମଲା ସାମନାକୁ ଆସିଲେ ଇଡିକୁ ପୋଲିସ ଯାଞ୍ଚ ହସ୍ତାନ୍ତର କରିଥାଏ । ଇଡି ସବୁ ତଥ୍ୟ ଜାଣିବା ପରେ ଏତଲାର କପି ନକଲ ମାଗଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥାଏ । ସିବିଆଇ କୌଣସି ବି ପବ୍ଲିକ ସରଭେଣ୍ଟକୁ ଆରେଷ୍ଟ କରିପାରିବ ।

ଯେବେ ଯାଞ୍ଚ ପାଇଁ ଗିରଫ କରିବା ଜରୁରୀ ହୋଇପଡେ ସେତେବେଳେ ତାଙ୍କୁ ଆରେଷ୍ଟ କରିବା ଜରୁରୀ ହୋଇଥାଏ । କିମ୍ବା ଏଜେନ୍ସିକୁ ଲାଗିବ ଯେ ଅଭିଯୁକ୍ତ ଫେରାର ହେବାର କୌଣସି ଆଶଙ୍କା ରହିଛି ବା ପ୍ରମାଣ ନଷ୍ଟ କରିପାରେ ସିବିଆଇ ବିନା କୌଣସି ୱାରେଣ୍ଟରେ ମଧ୍ୟ କାହାକୁ ଆରେଷ୍ଟ କରିପାରେ ।

ଇଡି କ୍ଷେତ୍ର ରେ ଦେଖିଲେ ପିଏମଏଇଏ ବା ମନିଲଣ୍ଡରିଙ୍ଗ ଆକ୍ଟରେ ସମ୍ପତି ଜବତ କରିବା ସହ ଆରେଷ୍ଟ ବା ଚଢାଉ ର ଅଧିକ ଇଡିର ରହିଛି । ସେହିଭଳି ବିନା ପଚରାଉଚରା ବି ମଧ୍ୟ ଇଡି ସମ୍ପତି ଜବାର କରିପାରେ । ଗିରଫ ବେଳେ କେବଳ କାରଣ ଦର୍ଶାଇ ଇଡିର ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ । ଏଭଳି ଗିରଫଦାରୀ ରେ ଜାମିନ ମିଳିବା କଷ୍ଟକର ହୋଇଥାଏ । ଆୟକର ବିଭାଗ ବିଷୟରେ କହିଲେ ଚଢାଉ ବେଳେ ନିଜର ଶକ୍ତି ଦେଖାଇବା ପାଇଁ ଅନ୍ୟ ମାନଙ୍କ ଠାରୁ ଏହି ସଂସ୍ଥା ଭିନ୍ନ ହୋଇଥାଏ ।

ଯେଉଁ ମାନଙ୍କ ଉପରେ ଠକେଇର ଅଭିଯୋଗ ହୋଇଥାଏ ସେମାନେ ତୁରନ୍ତ ଆକ୍ସନ ମୋଡକୁ ଆସନ୍ତି ଏହାର ଅଧିକାରୀ । ଚଢାଉ ସମୟରେ ଅଘୋଷିତ ଟଙ୍କା, ସୁନା ଗହଣା, ବୁକ୍ସ ଅଫ ଆକାଉଣ୍ଟ, ଚାଲାଣ, କମ୍ପ୍ୟୁଟର ଚିପ୍ସ, ଡାଟା ଷ୍ଟୋରେଜ, ସମ୍ପତିର କାଗଜପତ୍ର ଜବତ କରି ନେଇଥାନ୍ତି ଆୟକର ଅଧିକାରୀ । ତେବେ ଏହି ୩ଟି ସଂସ୍ଥା ମଧ୍ୟ ରୁ ଯେଉଁ ଶକ୍ତି ଇଡି ପାଖରେ ରହିଛି ତାହା ଅନ୍ୟ ମାନଙ୍କ ପାଖରେ ନାହି ।

ଇଡି ବିନା କୌଣସି କାରଣ ଦର୍ଶାଇ ଗିରଫ କରିବାର ଅଧିକାର ଅଛି । ଏହା ସହ ଯାଞ୍ଚ ଅଧିକାରୀଙ୍କ ବୟାନକୁ କୋର୍ଟ ରେ ପ୍ରମାଣ ଭାବେ ଗ୍ରହଣ କରା ଯାଇଥାଏ । ଆଉ ଏହି ପ୍ରମାଣ ହିଁ ଇଡି କୁ ଅନ୍ୟ ଠାରୁ ଶକ୍ତିଶାଳୀ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *