କଣ ଆପଣ ଜାଣିଛନ୍ତି ମୁକେଶ ଆମ୍ବାନୀ ଙ୍କର 24 ଘଣ୍ଟାର ଦିନଚର୍ଜ୍ୟା, ଜାଣନ୍ତୁ କେମିତି ରହେ ତାଙ୍କର ଦିନ ଠାରୁ ରାତି ପର୍ଯ୍ୟନ୍ତର ସିଡ୍ୟୁଲ

କାଲି ୧୯ ଏପ୍ରିଲ ରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀ ଙ୍କ ଜନ୍ମ ଦିନ ଥିଲା ଏବଂ ଏହି ଅବସରରେ ମସହୁର ଫୋର୍ସ ମଗଜିନ ନିଜ ସଂସ୍କରଣ ରେ ମୁକେଶ ଅମ୍ବାନୀଙ୍କୁ ଏକ ଭଲ ଲିଡର ରୂପେ ତାଙ୍କ ନାମ ପ୍ରକାଶିତ କରିଥିଲେ । ସେହି ମ୍ୟାଗ୍ଜିନ ମୁକେଶ ଆମ୍ବାନୀ ଏକ ଦୁନିଆର ଟପ ମୋଷ୍ଟ ବିଜନେସ ଲିଡର ଙ୍କ ମଧ୍ୟରେ ୨୪ ସ୍ତାନ ଦେଇଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ ମୁକେଶ ଆମ୍ବାନୀ ଙ୍କ ଦୈନଦିନ ଜୀବନ ଯୋଡି ହୋଇଥିବା କିଛି ଜରୁରୀ ଜିନିଷ ବିଷୟରେ ଯାହା ଆପଣ ଆଗରୁ ଜାଣିନଥିବେ ।

ଆସନ୍ତୁ ଜାଣିବା ମୁକେଶ ଆମ୍ବାନୀଙ୍କ ପ୍ରତିଦିନ କେମିତି କଟୁଛି ।

ଧୀରୁ ଭାଇ ଆମ୍ବାନୀ ଏବଂ କୋକିଲା ବେନ ଆମ୍ବାନୀ ଙ୍କ ବଡ ପୁଅ ମୁକେଶ ଆମ୍ବାନୀ ଙ୍କର କାଲୀ ମୁମ୍ବାଇରେ ନିଜ ପରିବାର ସହିତ ନିଜର ୬୧ ତମ ଜନ୍ମଦିନ ପାଳନ କରିଛନ୍ତି । ମୁକେଶ ଆମ୍ବାନୀ ଙ୍କ ନୀତିଦିନର କଥା ହେବାତ ତାଙ୍କ ଦିନ ର ଆରମ୍ଭ ସକାଳ ୫ ଟା ରେ ହୋଇଥାଏ । ସକାଳୁ ଉଠିବା ପରେ ସେ ନିଜର ଘରେ ତିଆରି ହୋଇଥିବା ଜୀମକୁ ଯାଇଥାନ୍ତି ।

ଏହା ପରେ ସେ ଚା ପିଇ ସକାଳର ପେପର ପଢିଥାନ୍ତି । ଏହା ପରେ ସକାଳ ୬ଟା ରୁ ୭.୩୦ ବାଜିବା ଭିତରେ ସୁମିଙ୍ଗପୁଲ ରେ ସୁଇମିଙ୍ଗ କରିଥାନ୍ତି ଏବଂ ଏହା ପରେ ଜଳଖିଆ ଖାଇବାକୁ ଟେବୁଲ କୁ ଯାଆନ୍ତି । ଜଳଖିଆରେ ମୁକେଶ ଅମ୍ବରୁତଭଣ୍ଡା ଜୁସ ,ଡାଳିମ୍ବ ନହେଲେ ଦହି ସହିତ ମିଠା ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ରବିବାର ଦିନ ମୁକେଶ ଆମ୍ବାନୀ ଜଳଖିଆରେ ଇଟଲି ଶାମ୍ବର ଖାଇବାକୁ ପସନ୍ଦ କରନ୍ତି ।

ଏହା ପରେ ସକାଳ ୯ ରୁ ୯.୩୦ ମଧ୍ୟରେ ମୁକେଶ ଆମ୍ବାନୀ ନିଜ ରୁମରେ ଅଫିସ ଯିବା ପାଇଁ ରେଡି ହୁଅନ୍ତି ଏବଂ ନିଜର ଘରେ ଥିବା ଅଫିସ କୁ ଯାଇ ସେଠାରୁ ଜରୁରୀ କାଗଜ ପତ୍ର ନେଇ ୧୦ଟା ରେ ଅଫିସ ବାହାରିଯାନ୍ତି । ମୁକେଶ ଆମ୍ବାନୀ ଙ୍କର ଅଫିସ ଯିବାପାଇଁ ତାଙ୍କ ପସନ୍ଦ ଡ୍ରେସ ହେଉଛି ଡାର୍କ ପ୍ଯାଣ୍ଟ ଏବଂ ଧଳା ସାର୍ଟ । ରାତି ପାଖାପାଖି ୧୦.୩୦ ରୁ ୧୧ଟା ମନଧ୍ୟାରେ ସେ ଘରକୁ ଆସିଥାନ୍ତି ।

ରାତ୍ର ଭୋଜନାରେ ମୁକେଶ ଆମ୍ବାନୀ ରୁଟି ସବଜି ଡାଲି ଭାତ ଏବଂ ସାଲାତ ଆଦି ଖାଇବାକୁ ପସନ୍ଦ କରନ୍ତି । ମୁକେଶ ଅମ୍ବାନୀଙ୍କୁ ସପ୍ତାହରେ ଗୋଟେ ଥର ସାଉଥ ଇଣ୍ଡିଆନ ଏବଂ ଗୁଜୁରାତି ଖାଇବା ଖାଇବାକୁ ତାଙ୍କର ବହୁତ ପସନ୍ଦ ଥାଏ । ଖାଇ ସାରିବା ପରେ ୧୨ ରୁ ୨ଟା ପର୍ଯ୍ୟନ୍ତ ସେ ନିଜ ସ୍ତ୍ରୀ ଙ୍କ ସହିତ ଦିନ ସାରା କରିଥିବା କଥା ଶେୟାର କରନ୍ତି ଏବଂ ତାହା ପରେ ସେ କିଛି କାମ କରିବା ପରେ ଶୋଇଥାନ୍ତି ।

Leave a Reply

Your email address will not be published. Required fields are marked *