କଣ ୧୪ ଏପ୍ରିଲ ପରେ ମଧ୍ୟ ଆଗକୁ ବଢିବ ଲକଡାଉନ, ତେବେ କେବଳ ୨୧ ଦିନ ପାଇଁ ହିଁ ଲକଡାଉନ କଣ ପାଇଁ ?

ଦେଶ ସାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ୨୧ ଦିନ ପାଇଁ ଲକଡାଉନ ୧୪ ଏପ୍ରିଲ ପର୍ଯ୍ୟନ୍ତ ଜାରି କରା ଯାଇଛି, ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଯେତେ ପାରୁଛନ୍ତି ଘରେ ରୁହନ୍ତୁ ଓ ଏହି ମହାମାରୀ କୁ ବ୍ୟାପୀବା ପାଇଁ ଅଟକେଇବା ରେ ଭାରତ ସରକାରଙ୍କୁ ସାହାଯ୍ୟ କରନ୍ତୁ । ତେବେ ଏହି କଥା ପାଇଁ ଲୋକଙ୍କ ମନରେ ଡର ହୋଇଯାଇଛି ଯେ ଏହି ଲକଡାଉନ କେବଳ ୧୪ ଏପ୍ରିଲ ପର୍ଯ୍ୟନ୍ତ ଅଛି ବା ଆଗକୁ ଆହୁରି ବଢିବାକୁ ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ ଏହି ଲକଡାଉନ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ପାଇଁ ଆପଣ ମାନେ ସମସ୍ତେ ଅପେକ୍ଷାରେ ବସିଛନ୍ତି ।

କଣ ଆଗକୁ ଲକଡାଉନ ବଢିବ ନାହିଁ :

ଏହା ଏହି କଥା ଉପରେ ନିର୍ଭର କରେ ଯେ ପ୍ରତିଦିନ କେତୋଟି ରୋଗୀ ଆସୁଛନ୍ତି, ଭାରତ ସରକାର ପୁରା ପ୍ରୟାଶ ଏହା ରହିଛି ଯେ କରୋନା ସଂକ୍ରମଣ ତୃତୀୟ ସ୍ଟେଜକୁ ନଯାଉ । ଯଦି ଏହି ଲକଡାଉନ ଦ୍ଵାରା ଆମେ ଚେନ ଅଫ ଟ୍ରାନ୍ସମିସନ ଅଟକେଇଦବୁ ତେବେ ହୋଇ ପାରେ ଏହି ଲକଡାଉନ ବେଶୀ ଦିନ ପାଇଁ ରହିବ ନାହିଁ । କିନ୍ତୁ ଯଦି ଏହି ସଂକ୍ରମଣ ଭାରାତରେ ତୃତୀୟ ଚରଣ ରେ ଚାଲି ଗଲା ତେବେ ହେଇ ପାରେ ଲକଡାଉନ ଆହୁରି ମାସେ ପାଇଁ ବଢି ପାରେ ।

୨୧ ଦିନ ଲକଡାଉନ କଣ ପାଇଁ ?

ଏହା ପଛରେ ବୈଜ୍ଞାନିକ କାରଣ ଅଟେ, କିନ୍ତୁ  ଖବର ଅନୁଯାଇ ଏହା ପଛ କାରଣ କରୋନା ଚରିତ୍ର ଅଟେ ଡକ୍ଟର ସୁରେଶ କୁମାର ରାଠି ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆରେ ଏସୋସିଏଟ ପ୍ରୋଫେସର ଅଛନ୍ତି ସେ କହିଛନ୍ତି, ‘ଏହି ଭାଇରସ ଇଙ୍କୟୁବେସନ ପିରିଅଡ ୧୪ ଦିନ ଅଟେ, ଏହାର ଅର୍ଥ ୧୪ ଦିନ ଭିତରେ ଏହା ର ସଂକ୍ରମଣ ବିଷୟରେ ଜଣା ପଡିଥାଏ ।

ଏହି ସଂକ୍ରମଣ ୪-୫ ଦିନ ଭିତରେ ଅନ୍ୟ ଲୋକଙ୍କୁ ବ୍ୟାପୀ ଥାଏ, ଭାଇରସ ଏହି ଲାଇଫ ସାଇକଲ ବ୍ରେକ କରିବା ପାଇଁ ସରକାର ୨୧ ଦିନ ଲକଡାଉନ ଘୋଷଣା କରିଥିଲେ । ଏହି ଲକଡାଉନ ଭାଇରସ ସଂକ୍ରମଣ କମ କରିବା ପାଇଁ ଲୋକଙ୍କୁ ସରକାର କଥା ମାନିବା ଉଚିତ, ଲୋକଙ୍କୁ ନିଜ ନିଜ ଘରେ ରହିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *