ବନ୍ଧୁଗଣ ସରକାରଙ୍କ ନୂତନ ନୂତନ ନିୟମ ପରିବର୍ତ୍ତନ ସାଧାରଣ ମନୁଷ୍ୟଙ୍କୁ ବହୁତ ପ୍ରଭାବ ପକାଉଚି । ଗତବର୍ଷ କୋରନା ମୁଣ୍ଡ ବଥାର କାରଣ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ସରକାର ଗୋଟିଏ ଗୋଟିଏ ନିୟମକୁ ପରିବର୍ତ୍ତନ କରି ସାଧାରଣ ଜନତାଙ୍କ ପାଇଁ ମୁଣ୍ଡ ବଥା ର କାରଣ ହୋଇଛି ତାହା । ମାତ୍ର ଏହା ପଛର ଉଦେଶ୍ୟ ଯାହା ହେଉ ନା କାହିଁକି ସାଧାରଣ ଜନତା ଙ୍କ ଉପରେ ଏହାର ପ୍ରଭାବ ବହୁଳ ଭାବେ ପଡୁଅଛି । ବନ୍ଧୁଗଣ ଏପ୍ରିଲ ପହିଲାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ବ୍ଯାଙ୍କ ଗ୍ରାହକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି ଆପଣ ଏହା ସମ୍ବନ୍ଧରେ ଜାଣି ରଖିବା ଅତ୍ୟନ୍ତ ଆବଶ୍ୟକ ନହେଲେ ପରବର୍ତ୍ତୀ ସମୟରେ ଆପଣଙ୍କୁ ହେବାକୁ ପଡିବ ହଟହଟା । ବନ୍ଧୁଗଣ ସରକାରଙ୍କ ଏହି ପରିବର୍ତ୍ତନ ସମସ୍ତ ବ୍ଯାଙ୍କ ରେ ହେଉନାହିଁ । ଏହା ନିର୍ଦ୍ଧିଷ୍ଟ ୭ ଟି ବ୍ଯାଙ୍କ ରେ ହେବାକୁ ଯାଉଛି । ଏହି ବ୍ଯାଙ୍କ ମାନଙ୍କର ପୁରୁଣା ଚେକବୁକ, ପାସବୁକ, ଏବଂ IFSC କୋଡ ଅଚଳ ହୋଇଯିବ । ବନ୍ଧୁଗଣ ତାହା କେଉଁ ୭ ଟି ବ୍ଯାଙ୍କ ଅଟେ ଆସନ୍ତୁ ସେହି ବାବଦରେ ଜାଣିବା ।

ବ୍ଯାଙ୍କ ଗୁଡିକ ହେଉଛି;- ୧- ଦେନା ବ୍ଯାଙ୍କ, ୨- ବିଜୟ ବ୍ଯାଙ୍କ, ୩- ଓରିଏଣ୍ଟଲ ବ୍ଯାଙ୍କ ଅଫ କର୍ମସ, ୪- ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆ, ୫- ଆନ୍ଧ୍ରା ବ୍ଯାଙ୍କ, ୬- କର୍ପୋରେସନ ବ୍ଯାଙ୍କ, ୭- ଏଲ୍ହାବାଦ ବ୍ଯାଙ୍କ ଏହି ୭ ଟି ବ୍ଯାଙ୍କ ରେ ଆକାଉଣ୍ଟ ଥିଲେ ବଢିପାରେ ଆପଣଙ୍କ ଚିନ୍ତା । ବନ୍ଧୁଗଣ ଏପ୍ରିଲ ପହିଲାରୁ ଏହି ବ୍ଯାଙ୍କ ଗୁଡିକର ଚେକବୁକ ଏବଂ ପାସବୁକ ଅଚଳ ହୋଇଯିବ । ଆପଣ ଯଦି ଏହି ବ୍ଯାଙ୍କ ଅନ୍ତର୍ଗତ ଅଛନ୍ତି ତେବେ, ଆପଣ ବ୍ଯାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିପାରିବେ ନାହିଁ । ବନ୍ଧୁଗଣ ଏହି ନିୟମ ଟି ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି ।

ଏଣୁ ଆପଣ ମାର୍ଚ୍ଚ ଶେଷ ସୁଧା ଆପଣଙ୍କ ବ୍ଯାଙ୍କ ସମନ୍ଧୀୟ ପାସବୁକ ଚେକବୁକ ଏବଂ IFSC କୋଡ ର ପରିବର୍ତ୍ତନ ନିମନ୍ତେ ବ୍ଯାଙ୍କ ରେ ଅପିଲ କରନ୍ତୁ, ନଚେତ ଆପଣଙ୍କୁ ବହୁତ ହଇରାଣ ହେବାକୁ ହେବ । ବନ୍ଧୁଗଣ ବ୍ଯାଙ୍କ ପକ୍ଷରୁ ମଧ୍ୟ E-MAIL, ଏବଂ ମେସେଜ ଜରିଆରେ ସୂଚନା ଦିଆଯାଉଛି ଯେ, ନିଜ ନିଜ ପାସବୁକ ତଥା ଚେକବୁକ ରେ ପରିବର୍ତ୍ତନ କରିନିଅନ୍ତୁ । ବନ୍ଧୁଗଣ ସରକାରଙ୍କ ଏହି ବ୍ଯାଙ୍କ ଗୁଡିକର ନିୟମ ଚେଞ୍ଜ କରିବା ପଚରା କାରଣ ହେଉଛି ବ୍ୟାଙ୍କ ଗୁଡିକର ସମିଶ୍ରଣ ।

ବନ୍ଧୁଗଣ ଗତ ୨ ବର୍ଷ ମଧ୍ୟରେ ଦେଶର ୮ ଟି ବ୍ଯାଙ୍କ କୁ ଅନ୍ୟ ବ୍ଯାଙ୍କ ସହିତ ବିଲୟ କରାଯାଇଛି । ଦେନା ଏବଂ ବିଜୟ ବ୍ଯାଙ୍କ କୁ ବ୍ଯାଙ୍କ ଅଫ ବରୋଦା ସାଙ୍ଗେ ବିଲୟ କରାଯାଇଥିବା ବେଳେ, ଓରିଏଣ୍ଟାଲ ବ୍ଯାଙ୍କ ଅଫ କୋମୋର୍ଷ ଏବଂ ୟୁନାଇଟେଡ ବ୍ଯାଙ୍କ ଅଫ ଇଣ୍ଡିଆ କୁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସହିତ ବିଲୟ କରାଯାଇଛି । ସେହିଭଳି ଆନ୍ଧ୍ରାବ୍ଯାଙ୍କ ଏବଂ କର୍ପୋରେସନ ବ୍ଯାଙ୍କ କୁ ୟୁନିୟନ ବ୍ଯାଙ୍କ ସହିତ ବିଲୟ କରାଯାଇଛି । ଇଲାହାବାଦ ବ୍ଯାଙ୍କ କୁ ଇଣ୍ଡିଆନ ବ୍ଯାଙ୍କ ସହିତ ସମିଶ୍ରଣ କରାଯାଇଛି ।

ଏଥିପାଇଁ ଖାତା ସଂଖ୍ୟା, IFSC କୋଡ ଏବଂ ବ୍ଯାଙ୍କ ର ଠିକଣା ବଦଳିଯିବ । ଏହି ସବୁ ବ୍ଯାଙ୍କ ରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ନୂଆ ବ୍ଯାଙ୍କ ର ଚେକବୁକ ରେ କାରବାର କରିବାକୁ ହେବ । ବନ୍ଧୁଗଣ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ୭ ବ୍ଯାଙ୍କ ର ଚେକବୁକ ଏବଂ ପାସବୁକ କାର୍ଯ୍ୟ କରିବ । ତେବେ ନୂଆ ପାସବୁକ ଏବଂ ଚେକବୁକ ପାଇବାକୁ ହେଲେ ବ୍ଯାଙ୍କ ରେ ଆବେଦନ କରିବାକୁ ହେବ । ଆପଣ ମାନେ ବ୍ଯାଙ୍କ ର ଅଧିକାରୀଙ୍କ ମେଲ ଜରିଆରେ ମଧ୍ୟ ଆପଣ ମାନେ ଆବେଦନ କରିପାରିବେ ।

ଆବେଦନ କରିବାର ୧ ସପ୍ତାହ ଭିତରେ ନୂଆ ପାସବୁକ ପାଇ ପାରିବେ । ଏହା ସହିତ କାନାଡା ବ୍ଯାଙ୍କ ସହିତ ବିଲୟ ହୋଇଥିବା ସିନ୍ଧିକେଦ ବ୍ଯାଙ୍କ ର ଚେକବୁକ ର ଅବଧି ଜୁନ ୩୦ ପର୍ଯ୍ୟନ୍ତ ରହିଛି ଅର୍ଥାତ ସିନ୍ଧିକେଡ଼ ବ୍ଯାଙ୍କ ର ଚେକବୁକ ର ସମୟ ସୀମା ଜୁନ ୩୦ ପର୍ଯ୍ୟନ୍ତ ସେଥିରେ କାରବାର କରିପାରିବେ । ବନ୍ଧୁଗଣ ଏହାଥିଲା ବ୍ଯାଙ୍କ ସମ୍ବନ୍ଧୀୟ ମହତ୍ଵପୂର୍ଣ୍ଣ ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।
