କଣ କଳିଯୁଗ ସତ୍ୟ ଯୁଗ ଠାରୁ ଭଲ ଅଟେ ? ମହର୍ଷି ବେଦବ୍ୟାସ କଳିଯୁଗକୁ କାହିଁକି ସବୁଠୁ ଶ୍ରେଷ୍ଠ ଯୁଗ ବୋଲି କହିଛନ୍ତି ? କଣ ରହିଛି ଏହା ପଛରେ ସତ୍ୟତା ?

ବନ୍ଧୁଗଣ ହିନ୍ଦୁ ଧର୍ମରେ ଯୁଗକୁ 4 ଭାଗରେ ବିଭକ୍ତ କରା ଯାଇଛି । ଯଥା ଦ୍ଵାପର ଯୁଗ, ତ୍ରେତୟା ଯୁଗ, ସତ୍ୟ ଯୁଗ ଓ କଳିଯୁଗ । ଯେଉଁଥିରେ କଳିଯୁଗକୁ ମାନବ ଜାତିର ସବୁଠୁ ଅଭିଶପ୍ତ ଯୁଗ ବୋଲି ମାନାଯାଏ । ଅନ୍ୟ କିଛି ଲୋକ କଳିଯୁଗକୁ ଅନ୍ତିମ ଯୁଗ ମଧ୍ୟ କହିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ବିଶୁଣୁ ପୁରାଣ ରେ ମହର୍ଷି ବେଦବ୍ଯାସ କଳିଯୁଗକୁ ସବୁଠୁ ଶ୍ରେଷ୍ଠ ବୋଲି ଯୁଗ କହିଛନ୍ତି ।

କିନ୍ତୁ ସେ ଏମିତି କାହିଁକି କହିଛନ୍ତି ଓ ଏହା ପଛରେ କଣ ଅର୍ଥ ରହିଛି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବିଶୁଣୁ ପୁରାଣ ଅନୁଯାୟୀ ଦିନେ ବେଦବ୍ୟାସ ରୁଷୀ ଗଙ୍ଗା ନଦୀରେ ସ୍ନାନ କରୁଥିବା ବେଳେ ସେଠାରେ କିଛି ମୁନି ରୁଷୀ ପହଞ୍ଚି ଥିଲେ । ଏବଂ ସେମାନେ ଦେଖିଲେ କି ମହାରୁଷି ବ୍ଯାସ ଗଙ୍ଗା ନଦୀ ରେ ସ୍ନାନ କରୁଛନ୍ତି । ତେଣୁ ସେମାନେ ଗଙ୍ଗା ନଦୀ କୂଳରେ ଥିବା ଗଛ ମୂଳରେ ବସିଲେ ।

କିଛି ସମୟ ପରେ ମହର୍ଷି ଯେବେ ବ୍ଯାସ ନଦୀ ଭିତରେ ବୁଡ ପକାଇ କହିଲେ ଯୁଗ ମଧ୍ୟରେ ସବୁଠୁ ଶ୍ରେଷ୍ଠ କଳିଯୁଗ ଅଟେ । ଏହି କଥା ଟି ମହର୍ଷି ବେଦବ୍ୟାସ ବାରମ୍ବାର କହିବାକୁ କହିଲେ । ଏହା ଶୁଣିବା ପରେ ଗଛ ତଳେ ବସିଥିବା ରୁଷି ଗଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସେମାନେ କହିବାକୁ ଲାଗିଲେ ମହର୍ଷି ବ୍ଯାସ ଏମିତି କାହିଁକି କହୁଛନ୍ତି ? କାରଣ ମୁନି ରୁଷି ଗଣ ଶୁଣିଥିଲେ ଯୁଗ ମଧ୍ୟରେ ଅଭିଶପ୍ତ ଯୁଗ କଳିଯୁଗ ଅଟେ ।

ଯେବେ ମହର୍ଷି ବ୍ଯାସ ସ୍ନାନ କରିବା ପରେ ଯେବେ ବାହାରକୁ ଆସିଲେ ସେତେବେଳେ ରୁଷି ମାନେ ତାଙ୍କୁ ସେହି ପ୍ରଶ୍ନ ପଚାରିଲେ ଓ ଏହାର ଅର୍ଥ କଣ ? ରୁଷି ଙ୍କର ଏହି ପ୍ରଶ୍ନ ଶୁଣିବା ପରେ ବ୍ଯାସ ଜୀ କହିଲେ ଯେଉଁ ଫଳ ସତ୍ୟ ଯୁଗରେ 10 ବର୍ଷ ଯାଏଁ ତପସ୍ୟା, ବ୍ରମ୍ହଚାରୀ ପାଳନ କରିବା ପରେ ମିଳିଥାଏ ତାହା ମନୁଷ୍ୟକୁ ତ୍ରେତୟା ଯୁଗରେ 1 ବର୍ଷ, ଦ୍ଵାପର ଯୁଗରେ 1 ମାସ ଏବଂ କଳିଯୁଗରେ ଗୋଟେ ଦିନ ଓ ରାତି ରେ ପ୍ରାପ୍ତ କରିଥାଏ ।

ଏହି କାରଣରୁ ବ୍ଯାସ ମହର୍ଷି କଳିଯୁଗକୁ ସବୁଠୁ ଶ୍ରେଷ୍ଠ ଯୁଗ କହିଛନ୍ତି । କଳିଯୁଗରେ ଅଳ୍ପ ସମସ୍ଯା ହେଲେ ମଧ୍ୟ ମହାରଥି ପ୍ରାପ୍ତ ହୋଇଥାଏ । ତେଣୁ ମୁଁ କଳିଯୁଗ କୁ ସବୁଠୁ ଶ୍ରେଷ୍ଠ ଯୁଗ ବୋଲି ଆଖ୍ୟା ଦେଇଛି । ତେବେ ଏହା ଥିଲା ମହର୍ଷି ବେଦବ୍ୟାସ ଙ୍କ କଳିଯୁଗକୁ ଶ୍ରେଷ୍ଠ କହିବା ପଛରେ ପ୍ରକୃତ ଅର୍ଥ । ଏହା ପରେ ବ୍ଯାସ ମହର୍ଷି କହିଲେ ମୋର ଏକ ଉପଦେଶ ଏହା କି କଳିଯୁଗରେ ମନୁଷ୍ୟ ନିଜର ଜୀବନ ସରଳ ଓ ସୁଖୀ ବନାଇବା ପାଇଁ ସଦା ଶ୍ରୀ କୃଷ୍ଣ ଓ ହରି ନାମ ର ଜପ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *