କାନରେ ପାଣି ପଶିଗଲେ କଣ କରିବେ ? ଦେଖନ୍ତୁ କଣ କହୁଛନ୍ତି Dr. Diptiman

ବନ୍ଧୁଗଣ କାନରେ ମୁଖ୍ୟତ ସମୁଦ୍ର ବା ନଦୀ ବା ପୋଖରୀରେ ସ୍ନାନ କରିବା ସମୟରେ ପାଣି ପସିଯାଏ । ଯଦି କାନରେ ପାଣି ରହିଯାଏ ତେବେ ଇନଫେକସନ ହୋଇଯାଏ । ଏହି କ୍ଷେତ୍ରରେ କାନ ଅଧିକ ଯନ୍ତ୍ରଣା ହେବା ସହ କାନରେ କିଛି ଶବ୍ଦ ହୋଇଥାଏ । ଅଧିକାଂଶ ଲୋକ କାନରେ ପାଣି ପଶିବା ପରେ ଇୟର କର୍ଡ ପୁରାଇ ସଫା କରିଥାନ୍ତି । କିନ୍ତୁ ଯେଉଁ ମାନେ ରେଗୁଲାର କାନ ସଫା କରିଥାନ୍ତି ସେମାନଙ୍କର କାନରେ ପାଣି ଜମା ହୋଇ ଫଙ୍ଗସ ହୋଇଥାଏ । ଯେଉଁ ମାନଙ୍କର ମୁଣ୍ଡ ଢୋଇବା ମାତ୍ରେ କାନ ବିନ୍ଧା ହୋଇଥାଏ ସେମାନଙ୍କର କାନ ପାଚିବା ସହ ଫଙ୍ଗସ ଇନ୍ଫକେସନ ହୋଇପାରେ ।

ଏହି କ୍ଷେତ୍ରରେ କାନରେ ଅଧିକାଂଶ ସମୟ ପାଣି ବାହାରୁଥିବ । ଯେଉଁ ମାନଙ୍କର କାନ ପରଦା କଣା ଅଛି ସେମାନଙ୍କର ମଧ୍ୟ ପାଣି ଜମା ହେବା ସହ କାନ ପାଚିଥାଏ ଯାହା ସର୍ଜିକାଲ ଜରିଆରେ ଭଲ ହୋଇଥାଏ । ଯେଉଁ ମାନଙ୍କର ୩ରୁ ୬ ମାସ ହେବ କାନରୁ ପାଣି ବାହାରୁଥିବ ସେମାନଙ୍କର କାନ ପାଚିଥାଏ ।

ଯେଉଁ ମାନଙ୍କର କାନରୁ ପାଣି ବାହାରିବା ସହ ଶବ୍ଦ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହି କ୍ଷେତ୍ରରେ କୌଣୟ ମେଡିସିନ ଦୋକାନରୁ ଡ୍ରପ ଆଣି ପକାଇବା ଉଚିତ ନୁହେଁ । ଯଦି ଆପଣ ଷ୍ଟେରଡ ଡ୍ରପ ପକାନ୍ତି ତେବେ କାନ ପାଚିବା ସହ ଫଙ୍ଗସ ହୋଇଥାଏ । କେବେ ବି କାନରେ ତେଲ ପକାଇବା ଉଚିତ ନୁହେ ଯାହା ଦ୍ଵାରା ଫଙ୍ଗସ ସୃଷ୍ଟି ହୋଇଥାଏ ।

କେବେ ବି ଭୁଲରେ ବିନା ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ କୌଣସି ଡ୍ରପ ପକାଇବା ଉଚିତ ନୁହେଁ । ଏହା ବ୍ଯତୀତ କେବେ ବି ଭୁଲରେ କାମରେ ସୋରିଷ ତେଲ ବା ନଡିଆ ତେଲ ବା ଜଡା ତେଲ ପକାଇବା ଉଚିତ ନୁହେଁ । ଯେବେ ବି କାନରେ ଅସୁବିଧା ହେବ ତେବେ ENT ଙ୍କ ପରାମର୍ଶ ନେବା ଉଚିତ । ନଚେତ କାନ ଫଡଫଡ ହେବ ସହ ସେଥିରୁ କିଛି ଶବ୍ଦ ବାହାରିବ ।

ଆପଣ ସେଲ୍ଫ ଚିକିତ୍ସା କରିଲେ କାନରେ ବଡ କଣା ହୋଇଯାଏ । ଏହି କ୍ଷେତ୍ର ରେ ଆପଣ ମାନେ କାନରେ ହାଲକା କଟନ କପଡା ନେଇ ତାହାକୁ ସଫା କରି ପାରିବେ । ଯାହା ଦ୍ଵାରା କାନରେ ଅଳ୍ପ ମାତ୍ରା ରେ ପାଣି ବାହାରି ଯିବ । ଯଦି କାନରେ ପାଣି ଅଧିକ ବାହାରୁ ଥାଏ ତେବେ ଗୋଟେ ବା ଦୁଇ ଦିନ ମଧ୍ୟରେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ । ଏହା ଛଡା କେବେ ବି କାନରେ ଇୟର କର୍ଡ ବା ତେଲ ପକାଇବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା କାନ ରେ ଅଧିକ ଯନ୍ତ୍ରଣା ହେବ । କାନ ସଫା ହେବା ପରେ ଯେଉଁ ଯନ୍ତ୍ରଣା ହେଉଥିବ ତାହା ତୁରନ୍ତ ଦୂର ହୋଇଯିବ । ଏହା ବ୍ଯତୀତ କୌଣସି ଏଣୁତେଣୁ ଡ୍ରପ ଆଣି କାନରେ ବ୍ୟବହାର କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *