କଣ ଆପଣବି କଞ୍ଚା ପିଆଜ ଖାଉଛନ୍ତି, ଯଦି ଖାଉ ନାହାନ୍ତି ଆଜିଠୁ ଖାନ୍ତୁ । ଏହାର ସେବନ କରିବା ଦ୍ଵାରା ବହୁତ ଫାଇଦା ମିଳେ । କଞ୍ଚା ହେଉକି ରୋଷେଇକରି ଏହା ଖାଇବା ଦ୍ଵାରା ଶରୀର ପାଇଁ ବହୁତ ଲାଭକାରି ହୋଇଥାଏ । କିନ୍ତୁ କଞ୍ଚା ପିଆଜ ଖାଇଲେ ବେସୀ ଲାଭ ହୋଇଥାଏ । କଞ୍ଚା ପିଆଜ ଖାଇବା ଦ୍ଵାରା କେଉଁ କେଉଁ ରୋଗରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା ।

ହଜମରେ ସାହାର୍ଯ୍ୟ କରେ :-
କଞ୍ଚା ପିଆଜରେ ଫାଇବର ମାତ୍ରା ଅଧିକ ଥାଏ ଯେଉଁଥିରେ ପେଟରେ ଥିବା ବଳକା ଖାଦ୍ୟ ଭଲରେ ହଜମ ହୋଇଥାଏ । କଞ୍ଚା ପିଆଜ ଖାଇବା ଦ୍ଵାରା ପେଟର ସଫାଇ ହୋଇଥାଏ । ଯାହା ଦ୍ଵାରା କବ୍ଗ ଦୂର ହୋଇଥାଏ, ଯେଉଁ ମାନଙ୍କରେ ସକାଳେ ପେଟ ସଫା ହେଉନି ରାତିରେ ସାଲାଡ ସହିତ କଞ୍ଚା ପିଆଜ ସେବନ କରନ୍ତୁ । ଏହି ଉପାୟ କବ୍ଗକୁ ଦୂର କରିଥାଏ ।
ନାକରୁ ବ୍ଲଡ ପଡିବାରୁ ମୁକ୍ତି :-
ଗରମ ଦିନରେ ଗରମ ପବନ ଦିଏ ସେଥିଲାଗି ନକରୁ ରକ୍ତ ପଡେ, ସେଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ କି ଭଲରେ କଞ୍ଚା ପିଆଜ ଖାଇବେ । ଏହା କରିବା ଦ୍ଵାରା ଗରମ ପବନ ଲାଗିବନିକି ନାକରୁ ବ୍ଲଡ ପଡିବନି । ସେତିକି ନୁହେଁ ଯଦି ଆପଣଙ୍କ ଦାନ୍ତରୁ ରକ୍ତ ପଡୁଛି ତାହେଲେ ପିଆଜକୁ ଗରମ କରି ଦାନ୍ତ ମୂଳରେ କିଛି ସମୟ ରଖନ୍ତୁ, ଆପଣକୁ ଆରାମ ମିଳିବ ।

ଗଳା ଦରଜରୁ ମୁକ୍ତି ମିଳିବ :-
ଯଦି ଆପଣଙ୍କର ଗଲା ଦରଜ ରହୁଛି ଓ ଥଣ୍ଡା କାଶ ହେଉଛି, ଜାଣନ୍ତୁ ଏହି ସହଜ ଉପାୟ । ପିଆଜ ରସକୁ ମହୁରେ ମିଶାଇ ଦିନରେ ଦୁଇବାର ସେବନ କରନ୍ତୁ, ଏହାଦ୍ଵାରା ଗଳା ଦରଜ ଓ ଥଣ୍ଡା କାଶରୁ ମୁକ୍ତି ମିଳେ ।
କ୍ୟାନ୍ସର ସେଲକୁ ରୋକେ :-
କଞ୍ଚା ପିଆଜରେ ସଲଫର ମାତ୍ରା ଅଧିକ ଥାଏ । ଏହା କ୍ୟାନ୍ସର ସେଲ ବଢିବାକୁ ଦିଏନାହିଁ, ଏହି ରୋଗୀମାନେ ଅଧିକ ପିଆଜ ସେବନ କରିବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଯଦି ଆପଣ ଆରମ୍ଭରୁ କଞ୍ଚା ପିଆଜ ଖାଉଛନ୍ତି କ୍ୟାନ୍ସର ହେବାର ସୁଯୋଗ ବହୁତ କମଥାଏ । ୟୁରିନ ସମସ୍ୟା ଭଳି ରୋଗ ଥିଲେ ପିଆଜ ଖାଇଲେ ଆରମ ମିଳିଥାଏ ।

କୋଲେଷ୍ଟୋରେଲ କମ କରିଥାଏ :-
କୋଲେଷ୍ଟ୍ରୋଲ ସବୁବେଳେ ଅଧିକ ରହିଥାଏ ଏହାକୁ କମ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ଅଛି କଞ୍ଚା ପିଆଜ ଖାଇବାର । କଞ୍ଚା ପୀଆଜରେ ଆମିନୋ ଆସିଡ ଓ ମିଥାଇଲ ସଲଫାଇଡ ମିଳିଥାଏ । ଏହି ସବୁ ତତ୍ଵ ଖରାପ କୋଲେଷ୍ଟ୍ରୋଲ କୁ କମ କରିଥାଏ, ଓ ଭଲ କୋଲେଷ୍ଟ୍ରୋଲକୁ ବଢାଇ ଥାଏ । ତ କଞ୍ଚା ପିଆଜ ଖାଇବା ଦ୍ଵାରା କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିପାରିବେ ।

କଞ୍ଚା ପିଆଜ ହୃଦୟ ପାଇଁ ବହୁତ ଉପକାରୀ :-
କଞ୍ଚା ପିଆଜ ହୃଦୟ ପାଇଁ ବହୁତ ଲାଭକରି ହୋଇଥାଏ । ହାଇ ବ୍ଲଡ଼ ପ୍ରେସରକୁ କମ କରିଥାଏ । ଏହା ବନ୍ଦ ରକ୍ତଥିବା ଧମନୀକୁ ଖୋଲିବାରେ ସହାୟକ ହୋଇଥାଏ, ଯେଉଁଠି ପାଇଁ ଆପଣଙ୍କୁ ହୃଦୟ ରୋଗ ହେବାର ଆଶଙ୍କା କମ ଥାଏ । ବହୁତ ଲୋକ ଜାଣି ନାହାନ୍ତି କି ପିଆଜ ନ ଖାଇବା ଲୋକଙ୍କ ତୁଳନାରେ ପିଆଜ ଖାଇବା ଲୋକ ଶରୀର ବହୁତ ଭଲ ରହିଥାଏ ।