କାହିଁକି ଗଧ ପାଦ ଧରିଥିଲେ ଭଗବାନ କୃଷ୍ଣ ? Mahabharat Story

ବନ୍ଧୁଗଣ ମହାଭାରତର ଏକ ରହସ୍ୟମୟ କଥା ଯାହା ଏବେ ବି ଲୋକକଥା ଭାବେ ପ୍ରଚଳିତ ହେଉଛି । ଯେମିତି ଭଗବାନ ଶ୍ରୀ କୃଷ୍ଣ ଗଧ ପାଦ ଧରିଥିଲେ । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଯିଏ ସୃଷ୍ଟିର କର୍ତ୍ତା ସେ କାହିଁକି ଗଧ ପାଦ ଧରିଥିଲେ ତାହା ବିଷୟରେ ଆମେ କାହାଣୀ ଜରିଆରେ କହିବାକୁ ଯାଉଛୁ । ମହାଭାରତର କଥା ଅନୁଯାୟୀ ଥରେ ଯୁଧିଷ୍ଠିର ରାଜସ୍ୱ ଯଜ୍ଞର ଆୟୋଜନ କରିଥିଲେ ଯେଉଁଥିରେ ହାରାହାରି ୧ ଲକ୍ଷ ରାଜାଙ୍କୁ ଆମନ୍ତ୍ରଣ କରିବାର ବ୍ୟବସ୍ଥା ଥିଲା ।

କିନ୍ତୁ ଭଗବାନ ଜ୍ଞାତ ହେଲା ଯେ ଜରାସନ୍ଧ ନାମକ ରାକ୍ଷସ ଏକ ଲକ୍ଷରୁ ଦୁଇ ଜଣ କମ ରାଜାଙ୍କୁ ବନ୍ଦୀ କରି ରଖିଛି ଓ ସେ ମଧ୍ୟ ଗୋଟେ ଯଜ୍ଞ କରୁଛି । ଜରାସନ୍ଧ ଯଜ୍ଞରେ ରାଜା ମାନଙ୍କୁ ବଳି ଦେବାର ଆୟୋଜନ କରିଥିଲା । କିନ୍ତୁ ଭଗବାନ କୃଷ୍ଣଙ୍କର ଉଦ୍ଦେଶ୍ୟ ଥିଲା ଜରାସନ୍ଧକୁ ବଦ୍ଧ କରିବା ସହ ରାଜସ୍ୱ ଯଜ୍ଞରେ ରାଜା ମାନଙ୍କୁ ଉପସ୍ଥିତ କରାଇବା ।

ତେଣୁ ଭଗବାନ କୃଷ୍ଣ ଛଦ୍ମ ବେଶରେ ଅର୍ଜୁନ ଓ ଭୀମଙ୍କୁ ନେଇ ଜରାସନ୍ଧ ରାଜ୍ୟକୁ ଯାଇଛନ୍ତି ଆଉ ସେଠାରେ ୪ଟି ଦ୍ଵାରା ଅତିକ୍ରମ କରିବାକୁ ପଡିବ ବୋଲି ଦେଖିଲେ । ପ୍ରଥମ ଦ୍ଵାରକୁ ଜରାସନ୍ଧ ନିଜ ପୁଅ ସହଦେବକୁ ଯିଏ କି ବହୁତ ଜ୍ଞାନୀ ତାକୁ ଜଗାଇ ଦେଇଛି । ଦ୍ଵିତୀୟ ଦ୍ଵାରରେ ଶିମିଳି ଗଛ, ତୃତୀୟ ଦ୍ଵାରରେ ତୁରୀ ଓ ଶେଷ ଦ୍ଵାରରେ ଗଧ ଜଗିଛି । ପ୍ରଥମ ଦ୍ଵାରକୁ ଅତିକ୍ରମ କରିବାକୁ ଭଗବାନ କୃଷ୍ଣ ସୁମଧୂର ସ୍ଵରରେ ବେଦ ପାଠ କରିଥିଲେ ।

ଯାହାକୁ ଶୁଣିବା ପରେ ସହଦେବ ଅତ୍ୟନ୍ତ ପ୍ରୀତ ହୋଇ ଦ୍ଵାରା ଛାଡି ଦେଲେ । ଦ୍ଵିତୀୟ ଦ୍ଵାରରେ ଶିମିଳି ଗଛ ଜଗିଥିବାରୁ ଶତ୍ରୁ ଦ୍ଵାରକୁ ଆସିଲେ ଥୁଣ୍ଟା ଶିମିଳି ଗଛ ପୁଷ୍ପ ପୂର୍ଣ୍ଣ ହୋଇଯିବ । ଏହି ସମୟରେ ଜରାସନ୍ଧ ଜାଣିଯିବ ଶତ୍ରୁ ଆସିଲା ବୋଲି । ଯେବେ ଭଗବାନ କୃଷ୍ଣ ଦ୍ଵିତୀୟ ଦ୍ଵାରକୁ ପ୍ରବେଶ କରୁଛନ୍ତି ସେହି ସମୟରେ ଶିମିଳି ଗଛ ପରିପୂର୍ଣ୍ଣ ହେବା ଦେଖି ଅର୍ଜୁନ ପବନ ଦ୍ଵାରା ଫୁଲକୁ ଉଡାଇ ଦେଇଛନ୍ତି ।

ଯାହାର ସୁବାସ ଜରାସନ୍ଧ ନିକଟକୁ ଯାଇପାରି ନାହି । ତୃତୀୟ ଦ୍ଵାରରେ ଜଗିଥିଲା ଭେରୀ ଯାହା ତୁରି ପରି ଏକ ବାଦ୍ୟ ଜନ୍ତ୍ର । ଯେବେ ଭେରୀ ବାଜିବା ଆରମ୍ଭ କରିଲା ଭଗବାନ କୃଷ୍ଣ ତାଙ୍କର ଶଙ୍ଖ ଭେରୀ ମୁହଁରେ ଭର୍ତ୍ତି କରାଇଦେଲେ । ଯାହା ଫଳରେ ଶବ୍ଦ ଭେରୀ ନ ହୋଇ ଶଙ୍ଖ ପରି ହେଲା ଯାହାର ଶବ୍ଦ ଜରାସନ୍ଧ ଶୁଣିଲେ ବି ଶତ୍ରୁ ଅନୁଭବ କରିଲା ନାହି । ଶେଷ ଦ୍ଵାରରେ ଜଗିଥିଲା ଗଧ ଯିଏ କି ଶତ୍ରୁ ଦେଖିଲେ ଗର୍ଜନ କରି ଗୋଡ ଟେକିବ ଯାହା ଦ୍ଵାରା ଜରାସନ୍ଧ ଜାଣିପାରିବ ଶତ୍ରୁ ଆସିଛି ।

ଯେବେ ଭଗବାନ କୃଷ୍ଣ ପହଞ୍ଚିଛନ୍ତି ସେତେବେଳେ ଗଧ ଦୁଇଟି ଗୋଡ ଟେକି ଗର୍ଜନ ଆରମ୍ଭ କରିଛି ଆଉ ସେହି ସମୟରେ କୃଷ୍ଣ ପଞ୍ଚଜନ୍ୟ ଶଙ୍ଖକୁ ବାମ ହାତରେ ଧରି ଗଧର ପାଟିରେ ଭର୍ତ୍ତି କରି ଡାହାଣ ହାତରେ ଗୋଡ ଧରିଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *