ଏହା କରନ୍ତୁ କେବେ କ୍ରୋଧ ଆସିବନି

ଆଜି ଆମେ ଯେଉଁ ବିଷୟରେ କଥା ହେବା ସିଏ ହେଲା କ୍ରୋଧ । କ୍ରୋଧ ସେହି ବିଚାର ଅଟେ ଯାହା ଆମର ସାରା ଜୀବନକୁ ଘେରିକି ରହିଥାଏ । କ୍ରୋଧକୁ ନା ବୟସ ଜଣା ନ ଜ୍ଞାନ କେଉଁଠି,କେବେ ଓ କେଉଁ କାରଣରୁ ଉତ୍ପନ ହୋଇଥାଏ ସେଟା କାହାକୁ ଜଣା ନଥାଏ । ଯେବେ କ୍ରୋଧ ଜନ୍ମ ନେଇଥାଏ ତୁରନ୍ତ ବିଚାର କରିବାର ଶକ୍ତି ହଜିଯାଇଥାଏ ଓ ବୁଦ୍ଧି ଉପରେ ଅନ୍ଧକାର ଛାଇଥାଏ । ବହୁ ବର୍ଷର ସମ୍ପର୍କ ଗୋଟିଏ ମିନିଟରେ ଖରାପ ହୋଇଯାଇଥାଏ, ସାରାଜୀବନ ଖରାପ ହୋଇଥାଏ ।

କୌଣସି କାରାଗାରରେ ଯାଇକି ଦେଖନ୍ତୁ ବହୁତ ଅପରାଧୀ କ୍ଷଣଭାରର କ୍ରୋଧ ପାଇଁ ଦଣ୍ଡ ଭୋଗୁଥିବାର ଦେଖାଦେବେ । ତାପରେବୀ କ୍ରୋଧ ଉପରେ କାବୁ କରିପାରି ନଥାଉ ।ବହୁତ ବାର କ୍ରୋଧ ନ କରିବାର ପ୍ରଣ ନେଇଥାଉ କିନ୍ତୁ ବାର ବାର କ୍ରୋଧ ଆମ ଦ୍ଵାରା ହୋଇଯାଇଥାଏ । ଏହି କ୍ରୋଧ ବାସ୍ତବରେ କଣ ହୋଇଥାଏ ।

Image Courtesy: Google

ଉଦାହରଣ ସ୍ୱରୂପ :-

ଆପଣ ଗୋଟେ ଛୁଆଟିକୁ ଦେଖନ୍ତୁ ତାକୁ କୌଣସି ବସ୍ତୁର ଇଚ୍ଛା ହୋଇଥାଏ ତାକୁ ଯଦି ସେହି ସମୟରେ ମିଳିନଥାଏ ଯଦି କେହି ତାକୁ ଭୟଭୀତ କରିଥାଏ ସେ ପ୍ରତିକ୍ରିୟା ଦେଇଥାଏ । ବାଳକର ପ୍ରତିକ୍ରିୟା କ୍ରୋଧ ଅଟେ, କାରଣ ବାଳକ ନିର୍ବଳ ଅଟେ ଓ ନିସହାୟ ଅଟେ ବାଳକ ନିଜଠୁ ବଡ ଲୋକଙ୍କୁ ନିଜର ଅସ୍ତିତ୍ଵ ଦେଖାଇବା ପାଇଁ ପ୍ରୟାସ କରିଥାଏ କ୍ରୋଧ ମାଧ୍ୟମରେ । ବଡ ହେଲା ପରେ ମଧ୍ୟ ଆମେବୀ ଏମିତି କରିଥାଉ ।

Image Courtesy: Google

କଣ କ୍ରୋଧ ଆମ ଭିତରେ ବସିଥିବ ଛୋଟ ପିଲା ଭଳିଆ ନୁହେଁ । ଅର୍ଥାତ କଣ ବାସ୍ତବରେ କେବଳ ବାଳକଭଳି ବ୍ୟବହାରର ନାମ ନୁହେଁକି । ଯେବେ ଅହଂକାରକୁ ହର୍ଟ ହୋଇଥାଏ ଭୟ ଲାଗିଥାଏ ଯେବେ ଆମକୁ କୌଣସି ବସ୍ତୁ ପ୍ରାପ୍ତ ହୋଇନଥାଏ ତେବେ ଆମକୁ କ୍ରୋଧ ଆସିଥାଏ । ଠିକ ସେହି ବାଳକ ଭଳି, ଆମେ ଜାଣିଛେ ଆଇନା ସାମ୍ନାରେ ଠିଆ ମୁହଁ ବନେଇକି ଖେଳ ବାଳକକୁ ସୋଭା ଦେଇଥାଏ ବଡ ମାନଙ୍କୁ ସୋଭା ଦେଇନଥାଏ ।

Image Courtesy: Google

କିନ୍ତୁ ଆମେ ବାଳକ ଭଳି କ୍ରୋଧ କରିବା ବନ୍ଦ କରିନଥାଉ ।ଆମେ ଅନୁଭବରୁ ଜାଣିଥାଉ କାହାକୁ ଦେଖି କହିପାରିବାକୀ କ୍ରୋଧରେ କିଛି ପ୍ରାପ୍ତ ହୋଇନଥାଏ । ସନମାନ,ସମ୍ପତି, ପ୍ରେମ ଓ ସୁରକ୍ଷା ହେଉ କ୍ରୋଧରେ ମିଳିନଥାଏ ମିଳିଥାଏ ପ୍ରୟାସ କରିବା ଦ୍ଵାରା ଓ ବୁଦ୍ଧି ଲଗାଇ ବିଚାର କରିବା ଦ୍ଵାରା । ମନୁଷ୍ୟ ମାତ୍ରେ ତାର ଅଭ୍ୟାସ ହିସାବରେ ବଞ୍ଚିବା ଆରମ୍ଭ କରିଥାଏ ।

Image Courtesy: Google

କ୍ରୋଧବୀ ଅଭ୍ୟାସ ହୋଇଯାଇଥାଏ, ଆମେ ଚାହିନ୍ଲେବୀ ଆମର ପ୍ରତିଭାବାକୁ ରୋକୀ ପାରି ନଥାଉ । ଆମେ ନିଜକୁ ବଡ ଓ ପୁକ୍ତା ମାନିଥାଉ କିନ୍ତୁ ଟିକେ କାରଣ ମିଳୁ ମିଳୁ ଭିତରର ବାଳକ କ୍ରୋଧକରି ବସିଥାଏ । ଅର୍ଥାତ କ୍ରୋଧ ବାସ୍ତବରେ କିଛିବି ନୁହେଁ ଆମର ବାଳକ ବୁଦ୍ଧିର ନାମ ଅଟେ ।ଯଦି ଆମେ ଏତିକି ସ୍ମରଣ ରଖିବା ଆମେ ବାଳକ ନୁହେଁ ବାଳକ ଭଳି ବ୍ୟବହାର ଆମକୁ ଶୋଭା ଦେଇନଥାଏ ସେହିଭଳି କ୍ରୋଧ ବନ୍ଦ ହୋଇଯାଇଥାଏ । କଣ ଏହା ସତ୍ୟ ନୁହେଁ । ଏହା ଉପରେ ବିଚାର ମନନ ଅବଶ୍ୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *