କାରରେ ମହିଳାକୁ ହେଲା ଲେବର ପେନ, ପୋଲିସ ଏମିତି କରାଇଲେ ଡେଲେଭରି… ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଗୋଟେ ମହିଳା ପୋଲିସ କଂସଟେବଲ ସାହାଜ୍ଯ ରେ ଯୋଧପୁର ଅଖିଲିୟା ସର୍କଲ ରେ ଗୋଟେ କାରରେ ଛୁଆକୁ ଜନ୍ମ ଦେଇଥିଲେ, ହସ୍ପିଟଲ ଗଲା ବେଳେ ତାଙ୍କ କାର ଖରାପ ହୋଇ ଯାଇଥିଲା । ତେବେ ମା ହବା ସବୁ ମହିଳାଙ୍କ ପାଇଁ ବଡ ଭାଗ୍ୟ କଥା ଅଟେ, ଜୀବନ ରକ୍ଷା ମା ଠାରୁ ଅଧିକ କେହି କରି ପାରନ୍ତି ନାହିଁ ସେଥିପାଇଁ ମାକୁ କେତେ ନା ଦିଆ ଯାଇଛି ମମତାମଇ ଜୀବନଦାତା ଏବଂ ଅନେକ ଗୁଡେ । ତେବେ ବର୍ତମାନ ଦେଶ ସ୍ଥିତି ଯେମିତି ଅଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି ଏହି ସ୍ଥିତି ପାଇଁ ସରକାର ଲୋକଙ୍କ ରକ୍ଷା ପାଇଁ ଲକଡାଉନ ସ୍ଥିତି ରଖିଛନ୍ତି ।

ତେବେ ଲକଡାଉନ ରେ ପୋଲିସ ମଧ୍ୟ ନିଜର ସମ୍ପୂର୍ଣ ଯୋଗଦାନ ଦେଉଅଛନ୍ତି । ରାଜସ୍ଥାନ ପୋଲିସ ଉପାଯୁକ୍ତ ପଶ୍ଚିମ ପ୍ରୀତି ଚନ୍ଦା କହିଛନ୍ତି ଯେ ଗୋଟେ ମହିଳା କଂସଟେବଲ ସାହାଜ୍ଯରେ ଯୋଧପୁର ଅଖିଲିୟା ସର୍କଲ ରେ ଗୋଟେ କାରରେ ଛୁଆ ଜନ୍ମ ହୋଇଛି, ହସ୍ପିଟଲ ଯିବା ରାସ୍ତା ରେ ମହିଳାଙ୍କ କାର ଖରାପ ହୋଇଗଲା । ପ୍ରୀତି ଚନ୍ଦା କହିଲେ, ୪ ମଇକୁ ନିଜ ସ୍ଵାମୀ ସହ ଗୋଟେ ମହିଳା ପ୍ରସବ ପାଇଁ ବାଡ଼ମେର ଜିଲା ଠାରୁ ଯୋଧପୁର ରାସ୍ତା ରେ ଥିଲେ, ଯେତେବେଳେ ତାଙ୍କ କାର ଅଖିଲିୟା ସର୍କଲ ରେ ଭାଙ୍ଗି ଗଲା ।

ସେହି ସମୟ ମହିଳା ପ୍ରସବ ପିଡା ଦ୍ଵାରା ଚିତ୍କାର କରୁଥିଲେ ତେବେ ମହିଳା କଂସଟେବଲ ଘଟଣା ସ୍ଥଳ ରେ ଉପସ୍ଥିତ ଥିଲେ ଏବଂ ଚିତ୍କାର ଶୁଣି ଶେଠୀ ଆସି ପହଞ୍ଚିଲେ, ଗୋଟେ ଡକ୍ଟର ଏବଂ ନର୍ସକୁ ଡକା ଗଲା, ମେଡିକାଲ ଷ୍ଟାଫ ପହଞ୍ଚିବା ଆଗରୁ ପ୍ରସବ ମହିଳା କଂସଟେବଲ ଦ୍ଵାରା ହୋଇ ଯାଇଥିଲା । ଏହା ପରେ ସେ କହିଲେ ପ୍ରସବ ପରେ ମା ଛୁଆ ଦୁହିଙ୍କୁ ପାଖ ହସ୍ପିଟଲ ରେ ଭର୍ତି କରା ଗଲା ଏବଂ ବର୍ତମାନ ମା ଛୁଆ ଦୁହେଁ ସ୍ଵସ୍ଥ ଅଛନ୍ତି । ତେବେ ପୋଲିସ ନିଜ କାମ ବହୁତ ନିଷ୍ଠା ସହ ପାଳନ କରୁଛନ୍ତି ଏବଂ ଆମକୁ ଦେଶ ନାଗରିକ ହବା ପାଇଁ ସଠିକ କାମ କରିବା ଉଚିତ ଯାହା ଦ୍ଵାରା ଆମ ଦେଶ ସଙ୍କଟ ରେ ନ ପଡୁ ସେଥିପାଇଁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *