Katrina Kaifଙ୍କ ସହିତ Salman Khan କଲେ କିଛି ଏମିତି କାମ କି Video ହେଉଛି ଭାଇରାଲ

ପ୍ରାୟତଃ ନିଜର କ୍ୟୁଟନେସ ଓ ବୋଲ୍ଡ ଲୁକ ଦ୍ଵାରା ଲାଇମ ଲାଇଟରେ ରହିଥିବା କଟରିନା କେଫ ଆଜିକାଲି ନିଜର ଶାଢୀ ଲୁକକୁ ନେଇ ବହୁତ ଚର୍ଚାରେ ଅଛନ୍ତି । କଟରିନା କେଫଙ୍କ କିଛି ଶାଢୀ ଲୁକ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ କଟରିନା କେଫ ସଲମାନ ଖାନଙ୍କ ସହ ଜବରଦସ୍ତ ଅନ୍ଦାଜରେ ପୋଜ ଦେଉଥିବାର ନଜର ଆସୁଛନ୍ତି । ଯେଉଁ ସମୟରୁ ଏହି ଭିଡିଓ ସାମ୍ନାକୁ ଆସିଛି ସେହି ସମୟରୁ ଲୋକମାନେ ସଲମାନ ଓ କଟରିନାଙ୍କ ଆସନ୍ତା ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ବଲୀଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କଟରିନା କେଫଙ୍କ ଫିଲ୍ମ ‘ଭାରତ’୨୦୧୯ରେ ରିଲିଜ ହୋଇଥିଲା । ସେହି ସମୟରେ ଫିଲ୍ମର ପ୍ରମୋଶନ ପାଇଁ କଟରିନା କେଫ ଡିଜାଇନର ତରୁଣଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ଅରେଞ୍ଜ ରଙ୍ଗର ଶାଢୀରେ ନଜର ଆସିଥିଲେ ।

କଟରିନା ନିଜର ଏହି ଲୁକକୁ ବହୁତ ସିମ୍ପୁଲ ରଖିଥିଲେ । କିନ୍ତୁ ଏହା ସତ୍ବେ ଅଭିନେତ୍ରୀ କଟରିନା କେଫ ବହୁତ ଗ୍ଲାମରସ ଓ ସୁନ୍ଦର ନଜର ଆସୁଥିଲେ । ଏହି ସମୟରେ ଅଭିନେତ୍ରୀ ନିଜର ବ୍ଲାକଲେସ ବ୍ଳାଉଜ କାରଣରୁ ବି ବହୁତ ଚର୍ଚାରେ ରହିଲେ । ଏହି ସମୟରେ ସେ ସଲମାନ ଖାନଙ୍କ ସହ ବି ବହୁତ ପୋଜ ଦେଲେ । ଅନ୍ୟ ପଟେ ସଲମାନ ଖାନ ବି ଅଭିନେତ୍ରୀ କଟରିନା କେଫଙ୍କ ଏହି ଶାଢୀ ଲୁକର ବହୁତ ପ୍ରଶଂସା କରିଥିଲେ ।

କଟରିନା କେଫଙ୍କ ଶାଢୀ ଲୁକ ଉପରେ ସଲମାନ ଖାନ ପୂରାପୂରି ଫିଦା ହୋଇ ଯାଇଥିଲେ । ସଲମାନ ଖାନ ନିଜର ଟ୍ଵିଟର ହ୍ୟାଣ୍ଡେଲରେ କଟରିନା କେଫଙ୍କ ଗୋଟିଏ ଫଟୋ ଶେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ କି କଟରିନା କେଫ ଶାଢୀରେ ବହୁତ ସୁନ୍ଦର ଲାଗୁଛନ୍ତି । ଏହି ଫଟୋରେ ସଲମାନ ଖାନ କଟରିନା କେଫଙ୍କ ଆଡକୁ ଦେଖୁଥିବାର ନଜର ଆସୁଥିଲେ ।

ଅନ୍ୟ ଏକ ଇଭେଣ୍ଟରେ ଏହି ଫିଲ୍ମର ପ୍ରମୋଶନ ପାଇଁ କଟରିନା କେଫ ପୁଣି ଥରେ ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ବେବିପିଙ୍କ ରଙ୍ଗର ଫ୍ଲୋରୋଳ ଶାଢୀ ପିନ୍ଧି ଥିଲେ । ଏହା ପୂର୍ବରୁ ବି କଟରିନା କେଫ ସବ୍ୟସାଚୀକ ଦ୍ଵାରା ଡିଜାଇନ କରାଯାଇଥିବା କଳା ରଙ୍ଗର ଶାଢୀରେ ନଜର ଆସିସାରିଛନ୍ତି ।

ଯଦି ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ତେବେ କଟରିନା କେଫ ନିଜର ଆସନ୍ତା ଫିଲ୍ମ ‘ଫୋନ ବୁତ’ରେ ଇଶାନ ଖଟର ଓ ସିଦ୍ଧାନ୍ତ ଚତୁର୍ବେଦିଙ୍କ ସହ କମେଡି ରୋଲରେ ନଜର ଆସିବେ । ଏହା ଛଡା କଟରିନା କେଫ ଜଲ୍ଦି ହିଁ ଫିଲ୍ମ ସୂର୍ୟବଂଶୀରେ ନଜର ଆସିବେ । ସେ ସଲମାନ ଖାନଙ୍କ ସହ ଫିଲ୍ମ ଟାଇଗର ୩ରେବି ନଜର ଆସିବେ ।

Leave a Reply

Your email address will not be published. Required fields are marked *