କରୋନା ପ୍ରଭାବ ଗାଈ କ୍ଷୀର ଉପରେ ! କ୍ଷୀରଠାରୁ ବି ମହଙ୍ଗା ବିକ୍ରି ହେଉଛି ଗୋମୁତ୍ର ଏବଂ ଗୋବର, ୫୦୦ଟଙ୍କା ହେଲା ଦାମ

କରୋନା ଭାଇରସ ପ୍ରଭାବ ଏବେ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳୁଛି, ଏଠାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାକୁ ଲାଗିଛି, ଭାରତରେ କରୋନା ଦ୍ଵାରା ମୃତ୍ୟୁ ପାଇଥିବା ଲୋକଙ୍କ ସଂଖ୍ୟା ଏବେ ୩ ହୋଇ ଯାଇଛି, ଭାରତରେ ଏପର୍ଯ୍ୟନ୍ତ କରୋନା ଭାଇରସ ଦ୍ଵାରା ୧୪୮ ଲୋକ ସଂକ୍ରମିତ ହୋଇ ସାରିଲେଣି, ଯାହା ପରେ ସବୁ ଲୋକ ବହୁତ ଡରି ଯାଇଛନ୍ତି, ଲୋକ ବଞ୍ଚିବା ପାଇଁ ଅନ୍ୟ ଅନ୍ୟ ଉପାୟ ଖୋଜୁଛନ୍ତି ।

ଖବର ଅନୁଯାଇ କରୋନା ଭାଇରସ ପ୍ରଭାବ ବଢିବା ସହ ଦେଶରେ ଗୋମୁତ୍ର ଓ ଗାଈ ଗୋବର ଦାମ ମଧ୍ୟ ବଢି ଯାଇଛି, ରିପୋର୍ଟ ଅନୁଯାଇ ଗୋମୁତ୍ର ୫୦୦ ଟଙ୍କା ପ୍ରତି ଲିଟର ଓ ଗାଈ ଗୋବର ୫୦୦ ଟଙ୍କା ପ୍ରତି କେଜି ବିକା ଯାଉଛି ।

ପଶ୍ଚିମ ବଙ୍ଗାଲ ରେ ଜଣେ ଖିର ବିକ୍ରି କରୁଥିବା ଲୋକ ଏହା କହିଛନ୍ତି ଯେ ସେ କୋଲକାତା ଠାରୁ ୨୦ କିଲୋମିଟର ଦୂର ରାସ୍ତାରେ ଗୋଟେ ଦୋକାନ ଲଗେଇଛନ୍ତି ଯେଉଁଠି ସେ ଗୋମୁତ୍ର ଓ ଗୋବର ବିକ୍ରି କରନ୍ତି । ବିକ୍ରେତା ମାବୁଦ ଅଲି ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଖିର ରେ ଏତେ ଲାଭ ମିଳୁ ନାହିଁ ଯେତିକି ଗୋମୁତ୍ର ଏବଂ ଗୋବର ରେ ପ୍ରାପ୍ତ ହଉଛି । ଗୋମୁତ୍ର ଏବଂ ଗୋବର ୫୦୦ ଟଙ୍କା ରେ ବିକ୍ରି ହଉଛି ।

ଖବର ଅନୁଯାଇ ଦିଲ୍ଲୀ ଓ କୋଲକାତା ଯିବା ନେସନଲ ହାଇୱେ ରେ ଉପସ୍ଥିତ ଥିବା ଅଲି ଦୋକାନ ରେ ଗୋବର ଓ ଗୋମୁତ୍ର ଜାରରେ ପ୍ୟାକ କରି ରଖା ଯାଇଛି, ଅଲି ନିଜ ଦୋକାନ ଉପରେ ଗୋଟେ ପୋଷ୍ଟର ମଧ୍ୟ ଲଗେଇଛନ୍ତି ଯାହା ଉପରେ ଲେଖା ହୋଇଛି- ଗୋମୁତ୍ର ପିଅନ୍ତୁ ଓ କରୋନା ଭାଇରସ ଠାରୁ ବଞ୍ଚିକି ରୁହନ୍ତୁ । ତାଙ୍କ କହିବା ଅନୁଯାଇ ଦିଲ୍ଲୀ ରେ ଆୟୋଜିତ ହିନ୍ଦୁ ମହାସଭା ର ଗୋଟେ ପାର୍ଟି ରେ ତାଙ୍କୁ ଏହି ଆଇଡିଆ ପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *