କେବଳ ଧର୍ମ ନୁହଁ ଆୟୁର୍ବେଦ ସହ ମଧ୍ୟ ରହିଛି ରୁଦ୍ରାକ୍ଷର ନିବିଡ ସମ୍ପର୍କ- ଭଲ କରେ ଏହି ସବୁ ରୋଗ, ଜାଣନ୍ତୁ କେମିତି

ରୁଦ୍ରାକ୍ଷ ଆମ ହିନ୍ଦୁ ଧର୍ମ ସହ ଜଡିତ, ଏହା ଭଗବାନ ଶିବଙ୍କ ସହ ଜଡିତ ଥିବାରୁ ଏହା ଅତି ମହତ୍ଵପୂର୍ଣ୍ଣ ଅଟେ । ରୁଦ୍ରାକ୍ଷ ଅର୍ଥାତ ରୁଦ୍ର + ଅକ୍ଷ, ରୁଦ୍ରର ଅର୍ଥ ଭଗବାନ ଶଙ୍କର ଏବଂ ଅକ୍ଷର ଅର୍ଥ ଲୁହ । କୁହାଯାଏ ଭଗବାନ ଶଙ୍କରଙ୍କ ଲୁହରୁ ରୁଦ୍ରାକ୍ଷର ଜାତ । କୁହାଯାଏ ଭଗବାନ ଶିବଙ୍କ ଚକ୍ଷୁରୁ କିଛି ପାଣି ଯେବେ ଭୁପୃଷ୍ଟରେ ପଡିଲା ସେଥିରୁ ରୁଦ୍ରାକ୍ଷର ଜନ୍ମ ହେଲା । ଏହାପରେ ଭଗବାନ ଶିବଙ୍କ ଆଜ୍ଞା ଅନୁସାରେ ବୃକ୍ଷରେ ଫଳ ରୂପରେ ରୁଦ୍ରାକ୍ଷ ପ୍ରକଟ ହେଲେ ।

ଶାସ୍ତ୍ର ଅନୁସାରେ ରୁଦ୍ରାକ୍ଷକୁ ଆଭୁଷଣ, ସଂରକ୍ଷଣ, ଗ୍ରହ ଶାନ୍ତି ଏବଂ ଆଧ୍ୟାତ୍ମିକ ଲାଭ ନିମତେ ବ୍ୟବହାର କରାଯାଏ ।

କୁହାଯାଏ ସମ୍ପୂର୍ଣ ୧୭ ପ୍ରକାରର ରୁଦ୍ରାକ୍ଷ ଅଛି ସେଥି ମଧ୍ୟରୁ କେବଳ ୧୧ ପ୍ରକାରର ରୁଦ୍ରାକ୍ଷକୁ ବିଶେଷ ପ୍ରକାରର ଲାଭ ପାଇଁ ବ୍ୟବହାର କରାଯାଏ । ଏମିତିବି କୁହାଯାଏ ମହାଦେବଙ୍କ ଅତିପ୍ରିୟ ରୁଦ୍ରାକ୍ଷକୁ ଧାରଣ କଲେ ସମସ୍ତ ଦୁଃଖ ଦୂର ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।

ଆୟୁର୍ବେଦ ସହ ରୁଦ୍ରାକ୍ଷର ସମ୍ବଧ –

ରୁଦ୍ରାକ୍ଷକୁ ଚନ୍ଦ୍ରମାଙ୍କ କାରକ ରତ୍ନ ବୋଲି ମନାଯାଏ, ଏଥିପାଇଁ ଏହାକୁ ଏକାଗ୍ରତା ପାଇଁ ଧାରଣ କରାଯାଏ । କିନ୍ତୁ ଆପଣଙ୍କୁ ଏହା ଜଣାନଥିବ ରୁଦ୍ରାକ୍ଷର ମହତ୍ଵ ଧର୍ମ ବ୍ୟତୀତ ଆୟୁର୍ବେଦ ସହ ମଧ୍ୟ ଜଡିତ । ରୁଦ୍ରାକ୍ଷକୁ ଆୟୁର୍ବେଦରେ ଗୋଟେ ଫଳ ବୋଲି ମନାଯାଏ । ଏଥିରେ ଏତେ ସବୁ ଔଷଧୀୟ ଗୁଣ ଥାଏ ଯାହା ବହୁତ ଗୁଡିଏ ରୋଗକୁ ଭଲ କରିବାର କ୍ଷମତା ରଖିଥାଏ ।

କୁହାଯାଏ ରୁଦ୍ରାକ୍ଷକୁ ଧାରଣ କାଲେ କିମ୍ବା ଏହାକୁ କିଛି ସମୟ ପାଣିରେ ବୁଡାଇ ସେହି ପାଣିକୁ ଗ୍ରହଣ କଲେ ହୃତପିଣ୍ଡ ଜନିତ ରୋଗ ଭଲ ହେଇଯାଇଥାଏ । ଏହାସହ ମାନସିକ ରୋଗ ଭଲ ହେବା ସହ ସ୍ମରଣଶକ୍ତି ବୃଦ୍ଧି ହେଇଥାଏ ।ଆୟୁର୍ବେଦର କହିବା ମୁତାବକ ରୁଦ୍ରାକ୍ଷରେ ଲୁହା, ଦସ୍ତା, ନିକେଲ, ମାଙ୍ଗାନିଜ ,ଏଲୁମିନିଅମ, ଫସଫରସ, କ୍ୟାଲସିୟମ, କୋବାଲଟ, ପୋଟାସିୟମ, ସୋଡିଅମ, ସିଲିକା, ଗନ୍ଧକ ଇତ୍ୟାଦି ଅନେକ ତତ୍ଵ ରହିଥାଏ ।

ଏହି କାରଣରୁ ଏହା କାଠର ହେଇଥିଲେ ମଧ୍ୟ ଏହାର ଘନତ୍ଵ କାରଣରୁ ଏହା ପାଣିରେ ବୁଡିଯାଏ । ବିଜ୍ଞାନ ଅନୁସାରେ ରୁଦ୍ରାକ୍ଷର ପ୍ରତିଟି ଦାନାରେ ଗ୍ୟାସୀୟ ତତ୍ଵ ଅଛି ଯେଉଁଥିରେ କୋବାଲାତ, ତମ୍ବା ଓ ଆଇରନର ମାତ୍ରା ମଧ୍ୟ ଥାଏ । ଏହି କାରଣରୁ ଶରୀରର ବିଭିନ୍ନ ଅଙ୍ଗ ପାଇଁ ଏହାର ଲାଭ ଅଲଗା ଅଲଗା ହେଇଥାଏ ।

କୁହାଯାଏ ରୁଦ୍ରାକ୍ଷକୁ ବିଶୁଦ୍ଧ ଜଳରେ ୩ ଘଣ୍ଟା ରଖି ଏହି ଜଳକୁ ଅନ୍ୟ ପାତ୍ରରେ ବାହାରକରି ସେବନକଲେ ଅଧିରତା ଓ ଆଖିର ଜ୍ଵଳନ ଭଲ ହେଇଥାଏ । ଏହାସହ ଦୁଇ ବୁନ୍ଦା ରୁଦ୍ରାକ୍ଷର ଜଳ ଦୁଇ କାନରେ ପକାଇଲେ ମୁଣ୍ଡବିନ୍ଧା ଭଲ ହେଇଥାଏ । ରୁଦ୍ରାକ୍ଷର ଜଳ ହୃଦରୋଗ ପାଇଁ ଲାଭ ଦାୟକ ହେଇଥାଏ ।

ଆଶା କରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *