କେବଳ ଏହି 4ଟି କାମ ମୂର୍ଖ ବ୍ୟକ୍ତି ହିଁ କରିଥାନ୍ତି ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ଜଣେ ଭଲ ନୀତିକାର ମଧ୍ୟ ଥିଲେ । ସେ ତାଙ୍କର ଚାଣକ୍ୟ ନୀତି ରେ ଅନେକ ଭଲ ଭଲ କଥା ଉଲେଖ କରିଛନ୍ତି । ଯେ କୌଣସି ମଣିଷ ତାଙ୍କର ନୀତି କୁ ପାଳନ କରିଥାଏ ସେ ଜୀବନରେ କଠିନରୁ କଠିନ ସ୍ଥିତି କୁ ସହଜରେ ପର ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏହି 4ଟି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ମୂର୍ଖ ବ୍ୟକ୍ତି ହିଁ କରିଥାନ୍ତି ।

1- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସମୁଦ୍ର ରେ ବର୍ଷା ହେବା ବ୍ୟର୍ଥ ଅଟେ । କାରଣ ତାହା ମଣିଷ ବା କୌଣସି ଜୀବଜନ୍ତୁ ଉପରେ କିଛି ବି ପ୍ରଭାବ ପକାଇ ନ ଥାଏ । କାରଣ ସମୁଦ୍ର ଲୁଣୀ ପାଣିରେ ପୂର୍ଣ୍ଣ ଅଟେ । ସାମୁଦ୍ର ରେ ଯେତେ ବି ମିଠା ପାଣି ଢାଳିଲେ ତାହା କେବେ ବି ମିଠା ହେବ ନାହିଁ । ଏଣୁ ସମୁଦ୍ରରେ ଯେତେ ବର୍ଷା ହେଲେ ମଧ୍ୟ କିଛି ବି ଲାଭ ନାହିଁ । ଠିକ ସେହିପରି ମୂର୍ଖ ବ୍ୟକ୍ତି କୁ ଯେତେ ମିଠା କଥା କହି ବୁଝାଇବାକୁ ଚେଷ୍ଟା କରିଲେ ବି ସେମାନେ ସାରା ଜୀବନ ମୂର୍ଖ ହୋଇ ରହିଥାନ୍ତି । ଏଣୁ ମୂର୍ଖ ବ୍ୟକ୍ତି କୁ ମିଠା କଥା କହି ସମୟ ନଷ୍ଟ କରିବା ଅନୁଚିତ ।

2- ଅନେକ ସମୟରେ ଦେଖାଯାଏ କୌଣସି ବ୍ୟକ୍ତି ଭୋକିଲା ନ ଥିଲେ ମଧ୍ୟ ଅନ୍ୟ ମାନେ ତାକୁ ଜବରଦସ୍ତି ଖାଇବାକୁ ଦେଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଏପରି କରିବା ବ୍ୟର୍ଥ ଅଟେ । କୌଣସି ତୃପ୍ତ ବ୍ୟକ୍ତିକୁ ଭୋଜନ ଦେବା ବଦଳରେ କୌଣସି ଗରିବ ବା ଭୋକିଲା ବ୍ୟକ୍ତିକୁ ଭୋଜନ କରାଇବା ଆବଶ୍ୟକ । ଏହା ଦ୍ଵାରା ପୂଣ୍ୟ ଲାଭ ହୋଇଥାଏ । ଏଣୁ ଯାହାର ପେଟ ପୂର୍ଣ୍ଣ ଥିବ ତାକୁ କେବେ ବି ବାଧ୍ୟ କରି ଖାଇବା ଦେବା ଅନୁଚିତ ।

3- କିଛି ଲୋକ ମନରେ ଅଧିକ କଠୋର ହୋଇଥାନ୍ତି । କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ଆବଶ୍ୟକ ଥିବା ଲୋକଙ୍କୁ ଦାନ ନ କରି ନିଜର ମାନ ସମାନ ଓ ମିଛ ପ୍ରତିଷ୍ଠା ବଢାଇବାକୁ ଧନୀ ବ୍ୟକ୍ତିକୁ ଦାନ କରନ୍ତି । କିଛି ଲୋକ ଗରିବ ଲୋକଙ୍କ ଘରକୁ ଯିବା ବେଳେ କିଛି ଉପହାର ନିଅନ୍ତି ନାହିଁ । ହେଲେ ଧନୀ ବ୍ୟକ୍ତିଙ୍କ ପାଖକୁ ଯିବା ପରେ ଦାମୀ ଉପହାର ନେଇଥାନ୍ତି । ଚାଣକ୍ୟଙ୍କ ମତରେ ଯଦି ଦାନ କରିବାର ଅଛି ତାକୁ ହିଁ ଦାନ କରନ୍ତୁ ଯାହାର ଦାନର ଆବଶ୍ୟକତା ଅଛି । ଧନୀ ବ୍ୟକ୍ତିକୁ ଦାନ କରିଲେ ଦାନ ବ୍ୟର୍ଥ ଯାଇଥାଏ ।

4- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଦିନରେ ଯିଏ ଦୀପ ଜଳାଇ ଥାଏ ତାକୁ ମୂର୍ଖ କୁହାଯାଏ । ଆଜିକାଲି ଦୀପ ଯଦିଓ ଜଳାଉ ନାହାନ୍ତି କିନ୍ତୁ ଦିନରେ ଘରେ ଲାଇଟ ଲଗାଇଥାନ୍ତି । ଯେଉଁ ମାନେ ଊର୍ଜା ର ଖରାପ ବ୍ୟବହାର କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ତେବେ ଦିନରେ ଦୀପ ଜଳାଇବା ବ୍ୟର୍ଥ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *