ଗୀତାରେ ଭଗବାନ କହିଛନ୍ତି ଏହି ୬ଟି ର ଅପମାନ କେବେ ବି ଭୁଲରେ କରନ୍ତୁ ନାହିଁ… ନଚେତ ହୋଇଯିବ ସର୍ବନାଶ

ଶ୍ରୀମଦ ଭଗବତ ଗୀତା ରେ ଶ୍ରୀକୃଷ୍ଣ 6 ପ୍ରକାର ଜିନିଷ ର ଅପମାନ କରିବା ଉଚିତ ନୁହ ବୋଲି କହିଛନ୍ତି, ନଚେତ ଭୋଗୀବାକୁ ପଡ଼େ ଦଣ୍ଡ । ବେଦ, ଦେବତା ଓ ଋଷି ମୁନି ସହ ଆହୁରି 6 ଟି ଜିନିଷ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ଅପମାନ କରିବା ଉଚିତ ନୁହେଁ । ବହୁତ ପ୍ରକାର ପୌରାଣିକ କଥା ଶ୍ରୀମଦ୍ ଭଗବତ ଗୀତାରେ ଉଲ୍ଲେଖ କରାହୋଇଛି ,ଏହା ସହ ଜୀବନ ର କେତେ ନୀତି ଓ ରୀତି ବି ଉଲ୍ଲେଖ ହୋଇଅଛି ।

କେତେ ଜାଗା ରେ ଭଗବାନ ଶ୍ରୀକୃଷ୍ଣ ଓ କେତେ ଋଷିମାନେ ଏହି ରୀତି, ନୀତି ର ଉଲ୍ଲେଖ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ।
ଧର୍ମୋ ମୟି ଚ ବିଦ୍ୱେଷଃ ସ ବା ଆଶୁ ବିନଶ୍ଯିତ।। (ଶ୍ରୀମଦ୍ ଭଗବତ)

ଦେବତାମାନଙ୍କ ସହ ଶତ୍ରୁତା ହୋଇଥିଲା ରାବଣ ର ବିନାସ ର କାରଣ :

ରାବଣ ସବୁ ଦେବତାଙ୍କୁ ନିଜ ଶତ୍ରୁ ମାନୁଥିଲା । ରାବଣ ଗୋଟି ଗୋଟି କରି ସବୁ ଦେବତାଙ୍କୁ କଷ୍ଟ ଦବାରେ ଲାଗିଥିଲା । ଏହି ବ୍ୟବହାର ଓ ଘମଣ୍ଡ ପାଇଁ ତାର ବିନାସ ହୋଇଥିଲା । ରାବଣ ସଂହାର ପାଇଁ ରାମ ଧରାରେ ଜନ୍ମ ହୋଇଥିଲେ ।

କେତେ ଅସୁରମାନଙ୍କ ମୃତ୍ୟୁ ର କାରଣ ବେଦ ର ଅପମାନ :

କେତେ ଅସୁର ଭଗବାନ ବ୍ରହ୍ମାଙ୍କ ହାତ ରୁ ବେଦ ଛଡେଇବା ପାଇଁ ଚେଷ୍ଟା କରିଥିଲେ ଓ ବେଦ କୁ ନଷ୍ଟ କରିବାପାଇଁ ବି ଚେଷ୍ଟା କଲେ ସେଥିପାଇଁ ତାଙ୍କ ବିନାସ ହେଲା ।

ଗୋମାତା ଅପମାନ ପାଇଁ ବଳାଶୁର ର ମୃତ୍ୟୁ ହୋଇଥିଲା :

ବଳାଶୁର ଏକ ଅସୁର ଥିଲା । ଥରେ ସେ ଦେବତାଙ୍କ ସବୁ ଗାଈ କୁ ଅପହରଣ କଲା ଓ ପୀଡା ଦବା ଆରମ୍ଭ କଲା । ଯେତେବେଳେ ଭାଗବାନ ଇନ୍ଦ୍ରଙ୍କୁ ଏହି କଥା ଜଣାପଡିଲା ସେ ବଳାଶୁର ର ବଧ କରିଦେଲେ ।

ଋଷି ଅପମାନ ପାଇଁ ଦୁର୍ଯୋଧନ କୁ ମିଳିଥିଲା ଅଭିଶାପ :

ମହର୍ଷି ମୈତ୍ରେୟ ଦୁର୍ଯୋଧନ କୁ ବୁଝାଉଥିଲେ କି ଅଧର୍ମ ଓ ଈର୍ଷା ଛାଡି ଧର୍ମ ପଥକୁ ଆଗେଇ ଯାଅ । ସେତେବେଳେ ଦୁର୍ଯୋଧନ ତାଙ୍କ କଥା ରେ ହସିଦେଲେ ସେଥିପାଇଁ ରାଗିକରି ମହର୍ଷି ମୈତ୍ରେୟ ଦୁର୍ଯୋଧନ କୁ ଅଭିଶାପ ଦେଇଥିଲେ ।

ପୂଜା ଓ ଧର୍ମ କାମ ପାଇଁ ଖରାପ ଭାବିବା ରୁ ମିଳିଥିଲା ଅଶ୍ୱତ୍ଥାମା କୁ ଯନ୍ତ୍ରଣା:

ଅଶ୍ୱତ୍ଥାମା ସବୁ ବେଳେ ଅଧର୍ମ ର ପକ୍ଷ ଦେଉଥିଲେ ସେଥିପାଇଁ ଭଗବାନ କୃଷ୍ଣ ତାଙ୍କୁ କେବେ ମୁକ୍ତି ନ ପାଇବାର ଅଭିଶାପ ଦେଇଥିଲେ ।

ବ୍ରାହ୍ମଣ ଅପମାନ ପାଇଁ ମୃତ୍ୟୁ ପାଇଥିଲେ ଆତାପୀ ଓ ବାତାପି ରାକ୍ଷସ :

ଆତାପୀ ଓ ବାତାପି ବ୍ରାହ୍ମଣମାଙ୍କୁ ଭୋଜନ ପାଇଁ ଡାକି ତାଙ୍କର ବଧ କରୀଦେଇଥିଲେ ସେଥିପାଇଁ ତାଙ୍କ ବଧ ସୁନିଶ୍ଚିତ ଥିଲା ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *