କେମିତି ଜାଣିବେ ଦୈବୀ ଶକ୍ତି ଆପଣଙ୍କୁ ସାହାଯ୍ୟ କରୁଛି କି ନାହିଁ ? ମିଳିଥାଏ ଏହି ସବୁ ସଂକେତ

ନମସ୍କାର ବନ୍ଧୁଗଣ, ଆମର ଏହି ଲେଖାକୁ ଆପଣମାନଙ୍କୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ଉପରେ କୌଣସି ଦୈବୀ ଶକ୍ତିର ପ୍ରଭାବ ରହିଛି କି ନାହିଁ । ଆପଣମାନେ ତ ବହୁତ ଥର ଏମିତି ଶୁଣିବାକୁ ପାଇଥିବେ ‘ତା ଉପରେ ଦୈବୀ କୃପା ରହୁଛି, ସେଥିପାଇଁ ତାର ସବୁ କ୍ଷେତ୍ରରେ ଉନ୍ନତି ହେଉଛି ‘ । ତେବେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଉପରେ ସର୍ବଦା ଦୈବୀ ଶକ୍ତି ର ଆଶୀର୍ବାଦ ରହିଥାଏ । ଏହି ଆଶୀର୍ବାଦ ପାଇଁ ଲୋକେ ନିଜ ଜୀବନରେ ବହୁତ ଉନ୍ନତି କରି ଥାନ୍ତି ।

ତେବେ ଆପଣ କେମିତି ଜାଣିବେ ଆପଣ ଙ୍କ ଉପରେ ଏହି ଦୈବୀ ଶକ୍ତି ର ପ୍ରଭାବ ଅଛି କି ନାହିଁ ? ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଜଣେ ସାଧାରଣ ଲୋକେ କିପରି ଜାଣି ପାରରିବ ଯେ ତା ପୂଜା ଓ ଭକ୍ତିର କିଛି ପ୍ରଭାବ ହେଉଛି କି ନାହିଁ, ଭଗବାନ କଣ ସଂକେତ ଦେଉଛନ୍ତି ଓ ଏହା ସେ କେମିତି ଜାଣିବେ । ତେବେ ଏହି ସବୁ ଉପାୟ ଦ୍ଵାରା ଆପଣ ଜାଣି ପାରିବେ, ତେବେ ଚଲାନ୍ତୁ ଜାଣିବା-

ବ୍ରହ୍ମ ମୁହୂର୍ତ୍ତ

ପ୍ରଥମ ସଂକେତ ହେଉଛି ଯଦି ଆପଣଙ୍କ ନିଦ ବ୍ରାହ୍ମ ମୂହର୍ତ୍ତ ରେ ଭାଙ୍ଗି ଯାଉଛି ତେବେ ଜାଣିବେ ଆପଣଙ୍କ ଉପରେ ଦୈବୀ ଶକ୍ତିର ପ୍ରଭାବ ଅଛି । କାହିଁକି ନା ଏହି ମୂହର୍ତ୍ତରେ ଦେବତାମାନେ ଜାଗ୍ରତ ଥାଆନ୍ତି । ଏବଂ ସେମାନେ ଆପଣଙ୍କୁ ସଂକେତ ଦିଅନ୍ତି କି ଆପଣଙ୍କ ଜୀବନ କିଛି କରିବା ପାଇଁ ଶୋଇବା ପାଇଁ ନୁହେଁ । ଏହି ସମୟରେ ଦୁନିଆର ମାତ୍ର ୧୩ ପ୍ରତିଶତ ଲୋକଙ୍କ ନିଦ ଭାଙ୍ଗିଥାଏ ।

ସ୍ବପ୍ନରେ ଦେବାଦେବୀଙ୍କୁ ଦେଖିବା

ଯଦି ଆପଣ ଯେଉଁ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରୁଛନ୍ତି ସେ ଆପଣଙ୍କ ସ୍ବପ୍ନ ରେ ଅବାରମ୍ବାର ଆସୁଛନ୍ତି ତେବେ ଜାଣିବେ ଆପଣଙ୍କ ଭକ୍ତି ଓ ପୂଜାରେ ସେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ।

ପାରିବାରିକ ପ୍ରେମ

ଆପଣଙ୍କ ପରିବାର ସମସ୍ତ ସଦସ୍ୟ ଯଦି ଆପଣଙ୍କୁ ବହୁତ ମାନ୍ୟତା ଦେଉଛନ୍ତି, ଆପଣଙ୍କ ଆଜ୍ଞା ହିଁ ସେମାନଙ୍କ ପାଇଁ ସବୁକିଛି ତେବେ ଜାଣି ବେ କି ଆପଣଙ୍କ ଉପରେ କୌଣସି ଦୈବୀ ଶକ୍ତିର ପ୍ରଭାବ ନିଶ୍ଚୟ ଅଛି ।

ସୁଗନ୍ଧିତ ବାତାବରଣ

ଯଦି ଆପଣ ବେଳେ ବେଳେ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ପାଖରେ କିଏ ଅଛି, କିମ୍ବା ବିନା କୌଣସି କାରଣରେ ଆପଣ ନିଜ ଆଖପାଖରେ ସୁଗନ୍ଧ ଅନୁଭବ କରୁଛନ୍ତି ତାହେଲେ ବୁଝିଯିବେ ଅଲୌକିକ ଶକ୍ତି ଆପଣଙ୍କୁ ସହାୟତା କରୁଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *