କେମିତି ଥିଲା ଦୌପଦୀଙ୍କ ସୁହାଗରାତ ?

ମହାଭାରତରେ ପଞ୍ଚୁ ପାଣ୍ଡବ ଭାଇମାନଙ୍କ ପତ୍ନୀ ଦ୍ରୌପଦୀଙ୍କ କଥା ଆପଣମାନେ ଜାଣିଥିବେ । ଦ୍ରୌପଦୀଙ୍କ ଉତ୍ପତି ରାଜା ଦ୍ରୁପଦଙ୍କ ଯଜ୍ଞ କୁଣ୍ଡରୁ ହୋଇଥିଲା । ଯେବେ ସେ ତାଙ୍କ ଶତ୍ରୁ ଦ୍ରୋଣା ଚର୍ଯ୍ୟାର ବଧ ପାଇଁ ପୁତ୍ର ପ୍ରାପ୍ତିର ଯଜ୍ଞ କରୁଥିଲେ ସେହି ଯଜ୍ଞ କୁଣ୍ଡରୁ ପୁତ୍ର ଦ୍ରୁଷ୍ଟଦୁମ୍ନ ସହିତ ଦ୍ରୌପଦୀବି ପ୍ରକଟ ହୋଇଥିଲେ । ଆପଣ ଜାଣିଥିବେ ରାଜା ଦ୍ରୁପଦ ପୁତ୍ରୀ ଦ୍ରୌପଦୀର ବିବାହ ପାଇଁ ସ୍ୱୟଂବର କରିଥିଲେ । ସେଥିରେ ଅର୍ଜୁନ ବ୍ରାହ୍ମଣ ବେଶରେ ଆସି ସେହି ବାହାଘରର ସର୍ତ୍ତ ପୂରଣ କରି ଦ୍ରୌପଦୀଙ୍କୁ ନିଜ ପତ୍ନୀ ବନେଇ ଥିଲେ ।

ଯେଉଁ ସମୟରେ ଦ୍ରୌପଦୀଙ୍କ ସ୍ୱୟଂବର ହୋଇଥିଲା ସେହି ସମୟରେ ପଞ୍ଚୁ ପାଣ୍ଡବ ଭାଇମାନେ ସମସ୍ତଙ୍କୁ ନିଜର ପରିଚୟ ଲୁଚାଇକି ତାଙ୍କ ମା କୁନ୍ତୀ ସହିତ ବ୍ରାହ୍ମଣ ବେଶରେ ରହୁଥିଲେ । ସେମାନେ ଭିକ୍ଷା ମାଗି ଜୀବିକା ଅର୍ଜନ କରୁଥିଲେ, ସେ ଭାଇମାନେ ଯେତେ ବି ଭିକ୍ଷା ମାଗି ଆଣୁଥିଲେ ତାଙ୍କ ମା କୁନ୍ତୀଙ୍କ ସାମ୍ନାରେ ରଖୁଥିଲେ, ତାଙ୍କ ମା ସେଇ ଭିକ୍ଷାକୁ ପାଞ୍ଚଜଣଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ ।

Image Courtesy: Google

ସେହିପରି ଅର୍ଜୁନ ଓ ଭୀମ ଯେତେବେଳେ ଦ୍ରୌପଦୀଙ୍କୁ ନେଇ ଘରକୁ ଆସିଲେ ସେ ଘର ଦୁଆର ପାଖରେ ଠିଆ ହୋଇ ମା କୁନ୍ତିଙ୍କୁ କହିଲେ କି ଦେଖ ମା ଆଜି ଭିକ୍ଷାରେ ଏହା ନେଇକି ଆସିଛୁ କିନ୍ତୁ କୁନ୍ତୀ ଘର କାମରେ ବ୍ୟସ୍ତ ହୋଇ ନ ଦେଖି କହିଲେ ପାଞ୍ଚ ଭାଇ ମିଶି ତାକୁ ଉପଭୋଗ କରନ୍ତୁ । ଆପଣମାନେ ସମସ୍ତେ ଜାଣିଥିବେକି କୁନ୍ତୀ ସହିତ ପାଞ୍ଚ ଭାଇ ବହୁତ ସତ୍ୟବାଦୀ ଥିଲେ, ଓ ତାଙ୍କ ମା ମୁହଁରୁ ବାହାରୁଥିବା ସବୁ କଥାର ପାଳନ କରିବା ସେ ଧର୍ମ ଭାବୁଥିଲେ । ସେଥିପାଇଁ ତାଙ୍କ ମା ପାଟିରୁ ବାହାରିଥିବା କଥା ଶୁଣି ଚିନ୍ତିତ ହୋଇଗଲେ ।

Image Courtesy: Google

ଦେବୀ କୁନ୍ତୀବି ଯେବେ ଦ୍ରୌପଦୀଙ୍କୁ ଦେଖିଲେ ଓ ବିଚଳିତ ହୋଇ କହିଲେ ଏ ମୁ କଣ କହିଦେଲି । ଦେବୀ କିନ୍ତୁ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ କି କିଛି ଏମିତି ରାସ୍ତା ବାହାରକର ଯେଉଁଥିରେ ଦ୍ରୌପଦିର ବି କିଛି ଅନର୍ଥ ନେହେବ ଓ ମୋ ମୁହଁରୁ ବାହାରିଥିବା କଥା ବି ମିଛ ନହେଉ । ଯେତେବେଳେ କୌଣସି ବ୍ୟକ୍ତି ବି ଏହାର ବାଟ ବାହାରିଲା ନହିଁ, ଏହି କଥାରେ ରାଜା ଦ୍ରୁପଦବି ବହୁତ ଚିନ୍ତିତ ହୋଇଗଲେ । ସେ ନିଜ ସଭାରେ ବସିଥିବା ଶ୍ରୀକୃଷ୍ଣ ଓ ବ୍ୟାସ ମହାରୁଷୀଙ୍କୁ କହିଲେକି ଧର୍ମର ବିପରୀତ କୌଣସି ସ୍ତ୍ରୀର ପାଞ୍ଚୋଟି ସ୍ଵାମି କଥା ସମ୍ଭବ ନୁହେଁ ।

Image Courtesy: Google

ତାପରେ ମହାରୁଷି ଦ୍ରୁପଦଙ୍କୁ କହିଲେକି ଦ୍ରୌପଦୀଙ୍କୁ ତାଙ୍କ ପୂର୍ବ ଜନ୍ମରେ ଏହିଭଳି ବର ମହାଦେବଙ୍କ ଠାରୁ ପ୍ରାପ୍ତ ହୋଇଥିଲା ସେହି କାରଣରୁ ଏହି ସମସ୍ୟା ହୋଇଛି ଓ ଭଗବାନ ଶିବଙ୍କ କଥା ଅନ୍ୟଥା କେମିତି ହେବ । ମହାରୁଷି ବ୍ୟାସ ବୁଝାଇବ ପରେ ଦ୍ରୁପଦ ପଞ୍ଚୁପାଣ୍ଡବଙ୍କ ସହିତ ବିବାହ କରାଇବା ପାଇଁ ରାଜି ହୋଇ ଯାଇଥିଲେ । ପାଣ୍ଡବଙ୍କ ବଡ ଭାଇ ଯୁଧିଷ୍ଠିର ସହିତ ପ୍ରଥମେ ବିବାହ ହୋଇଥିଲା, ଓ ସେହି ରାତିରେ ଦ୍ରୌପଦୀ ଯୁଧିଷ୍ଠିରଙ୍କ ସହିତ ପତ୍ନୀ ଧର୍ମ ନିଭାଇଥିଲେ ।ସେହିପରି ତା ପରଦିନ ଭୀମଙ୍କ ସହ ବିବାହ ହେଲା ଓ ସେ ରାତିରେ ତାଙ୍କ ସହିତ ପତ୍ନୀ ଧର୍ମ ନିଭାଇ ଥିଲେ ସେହିପରି ଅର୍ଜୁନ, ନକୁଳ, ସହଦେବଙ୍କ ସହିତ ବିବାହ ହେଲା ଓ ତାଙ୍କ ସହିତ ମଧ୍ୟ ପତ୍ନୀ ଧର୍ମ ନିଭାଇଥିଲେ ।

Image Courtesy: Google

ଚିନ୍ତାର ବିଷୟ ଏହାକି ଗୋଟେ ପତି ସହିତ ପତ୍ନୀ ଧର୍ମ ନିଭାଇବା ପରେ ଏହା କେମିତି ସମ୍ଭବ ହେବ ଅନ୍ୟ ପତି ମାନଙ୍କ ସହିତ ପତ୍ନୀ ଧର୍ମ କେମିତି ନିଭାଇପାରିବେ । ଏହା ପଛରେ ଭଗବାନ ଶିବଙ୍କର ବି ବରଦାନ ଥିଲା, ଯେବେ ଶିବ ଦ୍ରୌପଦୀଙ୍କୁ ପାଞ୍ଚୋଟି ସ୍ଵାମୀ ପ୍ରାପ୍ତିର ବର ପ୍ରଦାନ କରିଥିଲେ, ସେ ଜାଣିଥିଲେ କି ୫ ଟି ସ୍ଵାମୀ ସହିତ ଦ୍ରୌପଦୀ କେମିତି ଏହା କରିପାରିବେ, ସେଥିପାଇଁ ଦ୍ରୌପଦୀଙ୍କୁ ଏହି ବରଦାନ ମଧ୍ୟ ଦେଇଥିଲେକି ସେ ପ୍ରତିଦିନ କୁଆଁରୀତ୍ଵକୁ ପ୍ରାପ୍ତ କରିବେ ବା ସେ କେବେବି ନିଜର କୁଆଁରୀତ୍ଵ ହରାଇବେ ନହିଁ । ସେଥିପାଇଁ ଦ୍ରୌପଦି ପ୍ରଦିଦିନ ତାଙ୍କ ସ୍ଵାମୀମାନଙ୍କ ସହିତ କନ୍ୟା ଭାବାରେ ସୁହାଗରାତ କରିଥିଲେ । କିନ୍ତୁ ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶ୍ରୀକୃଷ୍ଣ ଏହି ବିଚାର ରଖିଥିଲେକି ପ୍ରତିଦିନ ଗୋଟେ ପାଣ୍ଡବ ସହିତ ସେ ସମୟ କଟାଇବେ । ଯଦି ଜଣେ ପାଣ୍ଡବ କକ୍ଷରେ ସମୟ କଟାଉଥିବେ ଆଉ ଚାରିଜଣ ପାଣ୍ଡବ ପ୍ରବେଶ କରିପାରିବେ ନହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *