୧୮୦୦ ମସିହାର ଭାରତ କେମିତି ଥିଲା, ଜଣାନ୍ତୁ ପୁରା କାହାଣୀ… ଦେଖନ୍ତୁ Video

ସମୟ ଥିଲା ୧୮୦୦ ମସିହା ଏହି ସମୟରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେଉଥିବା ବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ତାର ଆଧିପତ୍ୟ ବିସ୍ତାର କରିସାରିଥିଲା । ଦେଖୁ ଦେଖୁ ୧୮୦୦ ମସିହା ବେଳକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଶାସନ କରିବାକୁ ଲାଗିଲା । କିନ୍ତୁ ବନ୍ଧୁଗଣ ଆପଣ ଜାଣିଛନ୍ତି ସେହି ସମୟରେ ଲୋକଙ୍କର ଜୀବନ ଶୈଳୀ କେମିତି ଥିଲା ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ୧୮୦୦ ମସିହାରେ ଭାରତର ସମୟ କେମିତି ଥିଲା । ଏହା ଏମିତି ଏକ ସମୟ ଥିଲା ଯେବେ ଟେକନୋଲୋଜିର ସମୟ ନ ଥିଲା କିନ୍ତୁ ୨୦୨୨ରେ ଟେକ୍ନୋଲୋଜି ପାଇଁ ଲୋକେ ଅଲଗା ହୋଇ ରହିଛନ୍ତି ।

ସେହି ସମୟରେ ସମସ୍ତେ ଏକାଠି ରହୁଥିଲେ ଖାଉଥିଲେ ମଜା ମସ୍ତି କରୁଥିଲେ । ଘର କଥା କହିବାକୁ ଗଲେ ଘାସ ମାଟି ତିଆରି ଥିଲା । କିନ୍ତୁ ଆଜିର ସମୟରେ ଲୋକେ ଛାତ ମାର୍ବଲ ଘରେ ରହୁଛନ୍ତି ।  ସେହି ସମୟରେ ଲୋକଙ୍କ ମଧ୍ୟରେ ଭାଇଚାର  ଓ ସାହାଜ୍ଯ ମନୋଭାବ ଅଧିକ ଦେଖିବାକୁ ମିଳିଥିଲା । ହେଲେ ଆଜିର ଦୁନିଆରେ ଲୋକେ ଶିକ୍ଷିତ ହୋଇଛନ୍ତି ସତ କିନ୍ତୁ ସାହାଜ୍ଯ ମନୋଭାବ ନାହି । ସେହି ସମୟରେ ବୃଦ୍ଧ ଲୋକଙ୍କର ଶାସନ ଚାଲୁଥିଲା ସେମାନେ ଯାହା କହୁଥିଲେ ତାହା ସ୍ଥିର ହେଉଥିଲା ।

ସେତେବେଳର ପୋଷାକ ପରିଧାନ ବିଷୟରେ କହିଲେ ଲୋକେ ଧୋତି ଓ ଗାମୁଛା ପିନ୍ଧୁଥିଲେ । ଯେବେ ଇଂରେଜ ମାନେ ଭାରତକୁ ଆଗମନ କରିଥିଲେ ସେହି ସମୟରେ ପଶ୍ଚିମ ଦେଶର ପୋଷକର ଶୈଳୀ ପ୍ରଚଳିତ ହେବାକୁ ଲାଗିଲା । ଏହି ଭିଡିଓରେ ଯେଉଁ ଫୋଟୋ ରହିଛି ୧୮୭୫ ମସିହାର ଯେଉଁଥିରେ ଜନ ଜାତିର ଲୋକଙ୍କୁ ଦେଖିବାକୁ ମିଳିବା ସହ ଲୋକଙ୍କର ରହଣସହଣି ବୁଝି ହେଉଛି । ୧୮୦୦ ମସିହାରେ ଯାତାୟାତ କହିଲେ କେବଳ ଶଗଡ ବା ବଳଦ ଗାଡିରେ ହେଉଥିଲା । ଭାରତର ଏକ କୃଷି ପ୍ରାଧାନ୍ୟ ଦେଶ ଥିବାରୁ ଲୋକେ ବଳଦ ଗାଡିର ସାହାରା ନେଉଥିଲେ ।

ଦିନ ତମାମ ଅଧିକ ପରିଶ୍ରମ କରି ଲୋକେ ରାତିରେ ଜଲ୍ଦି ଶୋଉଥିଲେ । କିଛି ଲୋକ ସହରକୁ ଯାଇ କମ୍ପାନୀରେ କାମ କରୁଥିଲେ ବି କାମ ଅନୁଯାୟୀ କମ ଦରମା ମିଳୁଥିଲା । ଆଜି ଯେଉଁ କମ୍ପାନୀରେ ମେସିନରେ କାମ କରାଯାଉଛି ୨୦୦ ବର୍ଷ ପୂର୍ବରୁ ଲୋକେ ହାତରେ କରୁଥିଲେ । ୧୮୦୦ ମସିହାରେ ବିଭିନ୍ନ ଶ୍ରେଣୀର ଲୋକେ ରହୁଥିଲେ ଯେଉଁମାନେ ଅଲଗା କାମ କରୁଥିଲେ । ଏହି ସମୟରେ ଅଧିକାଂଶ ଲୋକେ ଗାଁରେ ରହୁଥିଲେ । ଗାଁ ଲୋକଙ୍କର ଚାଲିଚଳଣି ବହୁତ ପୁରୁଣା ଥିଲା ।

ସେତେବେଳରେ ଜନସଂଖ୍ୟା ବିଷୟରେ କହିଲେ ତେବେ ୧୮୦୦ ମସିହାରେ ଭାରତରେ ୧୬ କୋଟି ଲୋକେ ଥିଲେ । ସେହି ସମୟରେ ଲୋକସଂଖ୍ୟା କମ ଆଉ ଜଙ୍ଗଲ ଅଧିକ ଥିବାରୁ ପ୍ରଦ୍ଯୁଷଣ କମ ଥିଲା । ଯେଉଁଠି ପାଇଁ ଲୋକେ ରୋଗାଗ୍ରସ୍ତର ଶିକାର ହେଉ ନ ଥିଲେ । ଲୋକଙ୍କ ମାନେ ସନ୍ଧ୍ୟାରେ ଭଜନ ଶୁଣିବା ସହ ଖେଳକୁଦରେ ମନୋରଞ୍ଜନ କରୁଥିଲେ ।

ଆଲୁଅ କହିଲେ ଡିବିରି ଆଉ ଲଣ୍ଠନ ଥିଲା । ଇତିହାସରେ ଏହି ଯୁଗରେ ଲୋକେ ଖାଦ୍ୟପେୟ ଉପରେ ଧ୍ୟାନ ଦେଉଥିଲେ ଯେଉଁଠି ପାଇଁ ଲୋକଙ୍କର ଶରୀର ସୁସ୍ଥ ରହଥିଲା । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *