Dipika ଓ Dineshଙ୍କ ମାମଲାକୁ ନେଇ ମୁହଁ ଖୋଲିଲେ Tapaswini, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, କେ ଦୀପିକା ଙ୍କ ମାମଲାରେ ମୁହଁ ଖୋଲିଲେ ତପସ୍ଵିନୀ ଯିଏ ୭ ମାସ ପୂର୍ବରୁ ନିଜ ସ୍ବାମୀଙ୍କୁ ପାଇବା ପାଇଁ ଘର ଆଗରେ ଧାରଣା ଦେଇଥିଲେ । ଏ ନେଇ ତପସ୍ଵୀନୀ କହିଛନ୍ତି ଦୀପିକା ଙ୍କ ପ୍ରେମିକ ଦିନେଶଙ୍କ ଆଡଭୋକେଟ ଆକ୍ଷେପ କରି ତପସ୍ଵିନୀ କହିଛନ୍ତି ଯେ ସେ ଯେଉଁ କାମ ୭ ମାସ ତଳେ କରିଥିଲେ ଆଜି ସେହି କାମ ଦୀପିକା କରୁଛନ୍ତି । ଏ ନେଇ ତପସ୍ଵିନୀ କହିଛନ୍ତି ଆଡଭୋକେଟ ସାର ଆପଣଙ୍କୁ ହକ କିଏ ଦେଲା ଆପଣ ମୋତେ ଜଜ କରିବେ ? ଆଡଭୋକେଟ କହିଛନ୍ତି ତପସ୍ଵିନୀ କୋର୍ଟ ରୁ ଅର୍ଡର ନେଇ ବାହାରେ ବସିଥିଲେ ଯାହା ସଂପୂର୍ଣ୍ଣ ମିଛ କଥା ।

ଏମିତି କଥା କହି ଲୋକଙ୍କୁ ଭୁଲ ଗାଇଡ କରିବା ସହ କୋର୍ଟ କୁ ମଧ୍ୟ ଅସମ୍ମାନ କରିଛନ୍ତି ଦିନେଶ ଙ୍କ ଆଡଭୋକେଟ ବୋଲି ତପସ୍ଵିନୀ କହିଛନ୍ତି । ଆଗକୁ ସେ କହିଛନ୍ତି ସେ ଘର ଆଗରେ ବସିବା ପରେ ତାଙ୍କୁ କୋର୍ଟର ଅର୍ଡର ମିଳିଥିଲା ତା ପରେ ସେ ପୋଲିସ ସହାୟତାରେ ଘରକୁ ଯାଇଥିଲେ । ଲୋକଙ୍କୁ ବ କୋର୍ଟକୁ ମିସ ଗାଇଡ ନ କରିବାକୁ ତପସ୍ଵିନୀ ସିଧା ସଳଖ କହିଛନ୍ତି ।

ଆପଣ ମୋର କି ମୋ ସ୍ବାମୀଙ୍କର ଆଡଭୋକେଟ ନୁହନ୍ତି ତେଣୁ ଦୟା କରି ସାର ଏ ସବୁରୁ ନିବୁର୍ତ୍ତ ରୁହନ୍ତୁ କାରଣ ଆପଣଙ୍କର କୌଣସି ହକ ନାହି ମୁଁ କଣ ଭୁଲ କରିଛି କଣ ଠିକ କରିଛି କହିବା ପାଇଁ ବୋଲି ଆଡଭୋକେଟ ଙ୍କୁ ଜବାବ ଦେଇଛନ୍ତି ତପସ୍ଵିନୀ । ଏଥିପାଇଁ ହାଇ କୋର୍ଟ ଅଛି ଆଉ ଜଜ ମାନେ ମଧ୍ୟ ଅଛନ୍ତି ମୁଁ ଯଦି ଭୁଲ କରିଛି ମୋତେ ଦଣ୍ଡ ଦେବାକୁ କୋର୍ଟ ଅଛି ଆପଣ କିଏ ସେ ଉତ୍ତର ଦେଇଛନ୍ତି ତପସ୍ଵିନୀ ।

ମୋର କିଛି ଭୁଲ ନାହି ଏମିତିକି ଆପଣ ମୋ ଆଡଭୋକେଟ ନୁହନ୍ତି କି ମୁଁ ଆପଣଙ୍କୁ କେସ ହ୍ୟାଣ୍ଡେଲ କରିବାକୁ ଦେଇ ନାହି ବୋଲି ତପସ୍ଵିନୀ ଜବାବ ଦେଇଛନ୍ତି । ଆପଣଙ୍କ କ୍ଲାଇଣ୍ଡ ପାଇଁ ଆପଣ ମୋତେ ଦୋଷୀ କରୁଛନ୍ତି ଏଟା ଠିକ ନୁହେଁ । କାରଣ ପ୍ରୋଟେଷ୍ଟ ହେଉଛି ବ୍ୟକ୍ତିଗତ ଅଧିକାର ଧାରା ୯୧-C ଅନୁଯାୟୀ ଜଣେ ଲୋକ ଚାହିଁଲେ ଶାନ୍ତି ଶୃଙ୍ଖଳା ସହ ପ୍ରୋଟେଷ୍ଟ କରିପାରିବ ।

ଆପଣ ଆପଣଙ୍କ କାମରେ ମତ ରଖନ୍ତୁ ଯଦି ମୁଁ କିଛି ଭୁଲ କରିଛି ମୋତେ କୋର୍ଟ ଶାସ୍ତି ଦେବ ବୋଲି ତପସ୍ଵିନୀ କହିଛନ୍ତି । ଆଉ ଗୋଟେ କଥା ତପସ୍ଵିନୀ କହିଛନ୍ତି ଯେଉଁ ମାନେ ବ୍ୟାଡଲି ମୋ ନାଁ କୁ ୟୁଜ କରୁଛନ୍ତି ଏମିତି କରିଦେଲା ସେମିତି କାରିଦେଲା ଆପଣଙ୍କ ଭିତରେ ଇମୋସନାଲି ଫିଲିଙ୍ଗ୍ସ ନାହି ବୋଲି ତପସ୍ଵିନୀ ମତ ଦେଇଛନ୍ତି ।

ଆଉ କାହାର ନାଁ କୁ ୟୁଜ କରିବା ବେଳେ ଭବିବେ ସେ ଆପଣଙ୍କର ମା ଭଉଣୀ ନୁହନ୍ତି ସେ ଗୋଟେ ଅନ୍ୟ ଲୋକ ତାର ଜୀବନ ବଞ୍ଚିବାର ଶୈଳୀ ଓ କ୍ଷମତା ଅଛି ତେଣୁ ଏ ସବୁରୁ ନିବୃତ୍ତ ରୁହନ୍ତୁ ବୋଲି ତପସ୍ଵିନୀ ରାଏ ଦେଇଛନ୍ତି । ଆଗକୁ ଯଦି ତାଙ୍କ ନାଁ କୌଣସି ମିଡିଆଭାଇ ବା ସମାଜସେବୀ ବା ଆଡଭୋକେଟ କରନ୍ତି ତେବେ ଥାନାର ଦ୍ଵାରସ୍ଥ ନେବେ । ଦୟା କରି ଶାନ୍ତିରେ ପଢିବାକୁ ରହିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *