ଆପଣଙ୍କ ଜନ୍ମ ବାର କଣ ? ଦେଖନ୍ତୁ କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ… ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ସପ୍ତାହ ରେ ୭ଟି ଦିନ ରହିଛି । ପ୍ରତେକ ବ୍ୟକ୍ତିଙ୍କର ଆଚାର, ବ୍ୟବହାର, ଭିନ୍ନ ଭିନ୍ନ ଚାଲିଚଳନ, ବିଦ୍ୟା, ବୁଦ୍ଧି, ଜ୍ଞାନୀ, ପଣ୍ଡିତ, କ୍ରୋଧୀ ଇତ୍ୟାଦି ହେବାର ଜଣା ଯାଏ । ପ୍ରତେକ ବ୍ଯକ୍ତିର ଜନ୍ମ ବାର ଅନୁଯାୟୀ ତାର ଲକ୍ଷଣ ବିଷୟରେ ଜଣା ପଡିଥାଏ । ପ୍ରତେକ ବ୍ଯକ୍ତିର ସ୍ଵଭାବ ତାଙ୍କର ଗ୍ରହ ନକ୍ଷତ୍ର ଅନୁଯାୟୀ ସ୍ଥିର ହୋଇଥାଏ । ବ୍ଯକ୍ତିର ବ୍ୟବହାର ତାର ଜନ୍ମ ବାର ଉପରେ ମଧ୍ୟ ନିର୍ଭର କରିଥାଏ ।

ତେବେ କେଉଁ ବାର ର ଏ ଜନ୍ମ ହେଲେ ମଣିଷର ସ୍ଵଭାବ କିପରି ହୋଇଥାଏ ଆଜି ଆମେ ଆଲୋଚନା କରିବା ଯାଉଛୁ । ୧- ଯଦି ଆପଣ ମାନେ ରବିବାର ରେ ଜନ୍ମ ହୋଇଛନ୍ତି ତେବେ ସେମାନେ ଅଭିମାନୀ, କାମାତୁର, କ୍ରୋଧୀ, ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ, ମିଷ୍ଟ ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହ ଭ୍ରମଣପ୍ରିୟ, ଧାର୍ମିକ ତଥା ଭକ୍ତି ପ୍ରିୟ ହୋଇଥାଏ ।

୨- ସୋମବାର ରେ ଜନ୍ମିତ ବ୍ୟକ୍ତି ବହୁତ ଅଳସୁଆ, ଧୀର ନୀତି, ପ୍ରିୟଭାଷା, ଭୋଗ ବିଳାସୀ, ରୀତି କାର୍ଯ୍ୟ ରେ ନିୟୋଜିତ, ନିଜ ସ୍ତ୍ରୀ ଙ୍କୁ ରୀତି କ୍ରିଡା ରେ ଶାନ୍ତି ପ୍ରଦାନ କରିବା, ସୁଖ ପ୍ରଦାନ କରିବା ସହ ନ୍ୟାୟ ପରାୟଣତା ଓ ଶାନ୍ତଶିଳ ସ୍ଵଭାବର ହୋଇଥାନ୍ତି ।

୩- ଯେଉଁ ବ୍ୟକ୍ତି ମଙ୍ଗଳବାର ରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ସାହସୀ, ଚଞ୍ଚଳମତି, ଶତ୍ରୁ ବିରୋଧୀ, ବୁଦ୍ଧିମନ୍ତ, କ୍ଷଣକୋପୀ, ବିଦ୍ୟା ପ୍ରବଣ, କାର୍ଯ୍ୟ କରିବାରେ କୌଶଳୀ, ରୀତି ସୁଖରେ ସୁଖୀ, ଚିନ୍ତାଶୀଳ ହୋଇଥାନ୍ତି ।

୪- ବୁଧବାର ରେ ଜନ୍ମ ନେଇଥିବା ବ୍ୟକ୍ତି ଗଭୀର ଚିନ୍ତାରେ ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣୀ, ଅତି ଚତୁର, ଧର୍ମ କାର୍ଯ୍ୟ ରେ ଆଗ୍ରହ, ଭୋଗ ବିଳାସୀ ପ୍ରିୟ, ନିଜ ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି । ତଥା ଅତି ଉତ୍ତମ ରୀତି କ୍ରୀଡାରେ ପାରଙ୍ଗମ ହୋଇଥାନ୍ତି ।

୫- ଯେଉଁ ବ୍ୟକ୍ତି ଗୁରୁବାରରେ ଜନ୍ମ ହୋଇଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହ ପଶୁ ପରି ସ୍ଵଭାବ ଦେଖାଇ ଥାନ୍ତି । ଏମାନେ ଶାସ୍ତ୍ର, ଧାର୍ମିକ, କ୍ଷମାବନ୍ତ ଅଟନ୍ତି ।

୬- ଯେଉଁ ବ୍ୟକ୍ତି ଶୁକ୍ରବାରରେ ଜନ୍ମ ଲାଭ କରିଛନ୍ତି ସେମାନେ ନୀତି ନିୟମକୁ ଆଖି ଆଗରେ ରଖିକି ଚଳିବାକୁ ଚେଷ୍ଟା କରିଥାନ୍ତି । ଏମାନେ ପରୋପକାର, ଭ୍ରମଣପ୍ରିୟ ଓ କାମ ବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀ କୁ ନୀତି ସୁଖ ଦେବାରେ କେବେ ବି ଅବହେଳା କରନ୍ତି ନାହିଁ ।

୭- ଶନିବାର ରେ ଜନ୍ମିତ ବ୍ୟକ୍ତି କ୍ଷଣକୋପୀ, ବହୁତ ଅହଙ୍କାରୀ ପୂର୍ଣ୍ଣ, ତାମସିକ ବିଦ୍ୟାରେ ପ୍ରବୀଣ, ପର ଧନ ରେ ଲୋଭ, ଯଶସ୍ଵୀ ଅଟନ୍ତି । ତେବେ ଆପଣ ମାନେ ଜାଣିଲେ ତ ସପ୍ତାହ ର ୭ଟି ବାର ରେ ଜନ୍ମ ହୋଇଥିଲେ କେଉଁ ସବୁ ଲକ୍ଷଣ ଦେଖା ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *