ବିନା ନିମନ୍ତ୍ରଣରେ ବନ୍ଧୁ ଘରକୁ ଗଲେ କଣ ସୂଚନା ମିଳିଥାଏ? Ajira Anuchinta

ଯେଉଁ ଲୋକ ଘରକୁ ଆସିଥିବା ଅତିଥିଙ୍କୁ ଆଦର ସତ୍କାର ନକରି କିମ୍ବା ଭୋଜନ ନଦେଇ ନିଜେ ଭୋଜନ କରେ ସେ ଚାଣ୍ଡାଳ ସଦୃଶ ହୋଇଥାଏ । ଯେପରି ଚନ୍ଦନ କଟାଯିବା ପରେବି ତାର ମକହ ଛାଡି ନଥାଏ, ଆଖୁ ଚିପୁଡିଲା ପରେବି ମିଠା ଛାଡି ନଥାଏ ସେହିପରି ମହତ ଜନ ଯେତେ ଦରିଦ୍ର ହେଲେବି ନିଜର ମହାନତା ତ୍ୟାଗ କରିନଥାନ୍ତି ।

ସଂସାରରେ ବେଲଗାମ ଲୋକ ବହୁତ ଶୀଘ୍ର ସମସ୍ୟାର ସମୁଖିନ୍ନ ହୋଇଥାନ୍ତି କାରଣ ସମସ୍ତଙ୍କ ଉପରେ ପ୍ରଭାବ ପକାଇଥାନ୍ତି ଏବଂ ଦୃଷ୍ଟ ଲୋକଙ୍କର ଖୁବ ଶୀଘ୍ର ସୁଖ ନଷ୍ଟ ହୋଇଥାଏ । ଯେଉଁ ସଂପଦକୁ ପ୍ରାପ୍ତ କରିବା ପାଇଁ କଠୋର ଯାତନା ସହିବାକୁ ପଡେ, ସତୃଙ୍କ ଚାପୁଲସି କରିବାକୁ ପଡେ ଏବଂ ସଦାଚାର ତ୍ୟାଗ କରିବାକୁ ପଡେ ତାହା ପରିତ୍ୟାଗ କରିବା ଉଚିତ ।


ପୂର୍ବ ଜନ୍ମର ଭଲ  ଅଭ୍ଯାସ ପୂର୍ବ ଜନ୍ମର ବିଦ୍ୟା ଏବଂ ପୂର୍ବ ଜନ୍ମର ତପସ୍ୟା ଏହି ଜନ୍ମରେ ପ୍ରାପ୍ତ ହୋଇଥାଏ ଏବଂ କ୍ରିୟାଶୀଳ ହୋଇଥାଏ । ଜ୍ଞାନକୁ ଆହରଣ ନକରି ଘରେ ପୁସ୍ତକ ରଖିଲେ ଏବଂ ଧନ ନିଜ ପାଖରେ ନରଖି ଅନ୍ୟ ପାଖରେ ରଖିଲେ ତାହା ଦରକାର ସମୟରେ କାର୍ଯ୍ୟରେ ଆସିନଥାଏ ।


ଯେଉଁ କାର୍ଯ୍ୟ ବହୁତ ଦୂରରେ ଥାଏ, ଯେଉଁ କାର୍ଯ୍ୟ ଅସମ୍ଭବ ଦେଖାଯାଇଥାଏ ଏବଂ କାର୍ଯ୍ୟ ନିଜ ଚେଷ୍ଟାରେ  ବାହାରେ ଥାଏ ସେ ସବୁ ତପସ୍ୟା ଦ୍ଵାରା ପ୍ରାପ୍ତ ହୋଇଥାଏ । ଯେଉଁ ସ୍ତ୍ରୀ ସ୍ବାମୀଙ୍କ ସହମତି ବିନା ବ୍ରତ ରଖେ ତାର ଆୟୁ କମ ହୋଇଥାଏ ଏବଂ ସେହି ସ୍ତ୍ରୀ ଇହ ଲୋକ ଓ ପରଲୋକରେ କଷ୍ଟ ପାଇଥାଏ । ଟୁଣ୍ଡି ଫଳ ଖାଇବା ଦ୍ଵାରା ଲୋକଙ୍କ ବିଚାର ଶକ୍ତି ନଷ୍ଟ ହୋଇଥାଏ, ବଚ ମୂଳ ଖାଇବା ଦ୍ଵାରା ତାହା ଫେରି ଆସିଥାଏ ସେହିପରି ଲୋକଙ୍କର ନଷ୍ଟ ହୋଇଥିବା ଶକ୍ତି କ୍ଷୀର ପିଇବା ଦ୍ଵାରା ପୁନର୍ବାର ପ୍ରାପ୍ତ ହୋଇଥାଏ ।


ଯାହାର ପତ୍ନୀ ସଦାଚାରୀ ହୋଇଥାଏ , ଯାହାର ଅଧିକ ସମ୍ପତି ଥାଏ , ଯାହାର ପୁତ୍ର ଉତ୍ତମ ଗୁଣ ଯୁକ୍ତ ହୋଇଥାଏ ତା ଆଗରେ ସ୍ଵର୍ଗ ସୁଖ ତୁଛ ହୋଇଥାଏ । ଏହି ଆଠ ଜଣ ଅନ୍ୟର ଦୁଖ ବୁଝି ପାରନ୍ତି ନହିଁ ସେମାନେ ହେଲେ ରାଜା, ବେଶ୍ୟା, ଅଗ୍ନି, ଚୋର, ଛୋଟ ପିଲା, ଭିକାରି, ଯମ ଏବଂ କର ଆଦାୟ କରୁଥିବା ଲୋକ । ଗୋଟିଏ ଭଲ ଗୁଣ ଅନେକ ଖରାପ ଗୁଣ ଉପରେ ଭାରି ପଡିଥାଏ ଯେପରି କଣ୍ଟା ବେଷ୍ଟିତ କେତକୀ ଫୁଲ ପରି ତେଣୁ ଭଲ ଗୁଣ ବୃଦ୍ଧି କରିବା ଉଚିତ । ଯେଉଁ ଲୋକମାନେ ବିନା ନିମନ୍ତ୍ରଣରେ ଯାଇଥାନ୍ତି ସେମାନେ ମୂର୍ଖ ଏବଂ ନୀଚ ସ୍ଵଭାବର ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *