ନମସ୍କାର ବନ୍ଧୁଗଣ ପ୍ରାୟତଃ ସମସ୍ତଙ୍କ ମନରେ ସର୍ଵଦା ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ କି ମୁଁ କେବେ ଧନୀ ହେବି କେବେ ମୋ ପାଖକୁ ବହୁତ ପଇସା ଆସିବ ଆଦି । ଏବଂ ଅନେକ ଜ୍ୟୋତିଷ ଙ୍କୁ ମଧ୍ୟ ପ୍ରଶ୍ନ କରିଥାନ୍ତି । ଏହାର ଏକ ସରଳ ଉପାୟ ମହର୍ଷି ଭୃଗୁ ନିଜର ଭୃଗୁ ସଂହିତା ରେ ଲେଖିଥିଲେ । ଯାହା ଦ୍ୱାରା ଅତି ସହଜରେ ଆପଣ ମାନେ ନିଜ ପ୍ରଶ୍ନ ର ଉତ୍ତର ପାଇଁ ପାରିବେ ।
୧. ଯେଉଁ ଲୋକମାନେ କଥାକଥା ରେ ରାଗି ଯାଆନ୍ତି ଏବଂ ନିଜର ଦୋଷ ଅନ୍ୟ ମାନଙ୍କ ଉପରେ ଲଦି ଦିଅନ୍ତି ସେଭଳି ଘରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।
୨. ଯେଉଁ ଘରେ ଲୋକମାନେ ଶାନ୍ତି ରେ ରହିଥାନ୍ତି ଏବଂ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ, ସେହି ଘରେ ମାତାଲକ୍ଷ୍ମୀ ବାସ କରନ୍ତି ।
୩. ଯେଉଁ ଘରେ ପଣ୍ଡିତ ଓ ଗୁରୁଜନ ମାନଙ୍କର ଅପମାନ ଅଥବା ଅନାଦର ହୋଇଥାଏ, ସେହି ଘରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।
୪. ଯେଉଁ ଘରେ ସକାଳେ ଏବଂ ସନ୍ଧ୍ୟା ରେ ଦୀପ ଜଳା ହୁଏ ନାହିଁ, ସେହି ଘରେ ମାତାଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
୫. ଯେଉଁ ଘରର ଲୋକମାନେ ଅଳସୁଆ ହୋଇଥାନ୍ତି ଏବଂ ଘର ସଫା ସୁତୁରା ରଖନ୍ତି ନାହିଁ ସେହି ଘରକୁ ମାତାଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ।
୬. ଯେଉଁ ଘରେ ଅନ୍ୟାୟ ଉପାୟରେ ପଇସା ରୋଜଗାର କରାଯାଇଥାଏ ଏବଂ ଅନ୍ୟକୁ ଧୋକା ଦିଆଯାଏ, ସେହି ଘରେ ମାତାଲକ୍ଷ୍ମୀ ବାସ କରନ୍ତି ନାହିଁ ।
୭. ଯେଉଁ ଘରେ ସ୍ତ୍ରୀ ର ଅପମାନ ହୋଇଥାଏ ଅଥବା ସ୍ତ୍ରୀ କୁ ଖରାପ କଥା କୁହାଯାଇ ଥାଏ ସେହି ଘରେ କେବେବି ମାତଲକ୍ଷ୍ମୀ ବାସ କରନ୍ତି ନାହିଁ ।
୮. ଯେଉଁ ଘରେ ପ୍ରତ୍ୟେକ ଦିନ ଗାଈକୁ ରୁଟି ଖାଇବାକୁ ଦିଆ ହୋଇଥାଏ ସେହି ଘରେ ମାତାଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ ।
୯. ଗୁରୁବାର କିମ୍ବା ଶୁକ୍ରବାର ଦିନ କୌଣସି ମନ୍ଦିର ପରିସରରେ କଦଳୀ ଗଛ ଲଗାଇଲେ ଭାଗ୍ୟ ର ଉଦୟ ହୋଇଥାଏ ଏବଂ ମାତଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।
୧୦. ଶୁକ୍ରବାର ଦିନ ମାତଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରି ଲବଙ୍ଗ ଅର୍ପଣ କରିବା ଦ୍ୱାରା ବାଣିଜ୍ୟ ବ୍ୟବସାୟ ରେ ଉନ୍ନତି ହୋଇଥାଏ ।
୧୧. କୌଣସି କନ୍ୟାର ବିବାହ ଅଥବା ଶିକ୍ଷା ରେ ଆର୍ଥିକ ସହାୟତା କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ।
୧୨. କୌଣସି ଶୁଭ ଦିନ ରେ ଅଭାବଗ୍ରସ୍ତ ଓ ଗରିବ ବ୍ୟକ୍ତି ଙ୍କୁ ଅଟା, ଚାଉଳ ଓ ଧଳା ବସ୍ତ୍ର ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
୧୩. ଶନିବାର ଦିନ ଘର ଦ୍ଵାର ରେ ସୋରିଷ ତେଲ ରେ ଦୀପ ଜଳାଇବା ଏବଂ ବଳକା ତେଲ କୁ ଅଶ୍ୱସ୍ତ ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।
୧୪. ପ୍ରତ୍ୟେକ ଦିନ କିଛି ନା କିଛି ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।
୧୫. ଏକ ନଡ଼ିଆ କୁ ହଳଦିଆ କପଡ଼ା ରେ ବାନ୍ଧି ଠାକୁର ଘରେ ଅଥବା ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ।
୧୬. କୌଣସି ନିର୍ଧନ, ଗରିବ, ରୋଗଗ୍ରସ୍ତ ବ୍ୟକ୍ତି କୁ ଅର୍ଥ ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୧୭. କୌଣସି ଶୁଭ ଦିନରେ ବାଦୁଡ଼ି ରହୁଥିବା ସ୍ଥାନର ଡାଳ କୁ ଭାଙ୍ଗି ଆଣି ଘରେ ଲୁଚାଇ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।
୧୮. ଏକ ଗୁଆ କୁ ହଳଦିଆ କପଡ଼ା ରେ ବାନ୍ଧି ରୋଷେଇ ଘରର ପୂର୍ବ କୋଣରେ ରଖିବା ଦ୍ଵାରା କେବେବି ଅନ୍ନ ଓ ଧନର ଅଭାବ ହୋଇନଥାଏ ।
୧୯. ରବିବାର ଦିନ କୁଶମୂଳ ଆଣି ତାକୁ ଗଙ୍ଗାଜଳ ଛିଞ୍ଚି ଏକ ନାଲି କପଡ଼ା ରେ ଗୁଡ଼ାଇ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।
୨୦. ଗୁରୁବାର ଦିନ ଗୋଟିଏ ହଳଦିଆ କପଡ଼ା ରେ ଚାଉଳ, ନଡ଼ିଆ, ଗୁଆ, ହଳଦୀ କୁ ବାନ୍ଧି ପୂଜା କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ।