ଖାଦ୍ୟ ମଣିଷ ପାଇଁ ସବୁଠୁ ଦରକାରୀ ପଦାର୍ଥ ଅଟେ । ଏହା ବ୍ୟକ୍ତିର ଶରୀରରେ ପ୍ରୋଟିନ ଭଳି କାର୍ଯ୍ୟ କରିଥାଏ ଓ ବ୍ୟକ୍ତିକୁ ଶକ୍ତି ଦେଇଥାଏ ସବୁ କାର୍ଯ୍ୟ କରିବା ପାଇଁ । ଖାଦ୍ୟରେ ପୋଷଣ ରହିବା ନିହାତି ଜରୁରୀ ଅଟେ । ଯଦି ଖାଦ୍ୟରେ ପୋଷଣ ରହିବ ନାହିଁ ତେବେ ଶରୀରକୁ ଅବଶ୍ୟକୀୟ ଶକ୍ତି ମଧ୍ୟ ମିଳିବ ନାହିଁ । କିନ୍ତୁ କେତେ ଥର ଖାଦ୍ୟରେ ମିଶିଥିବା ପଦାର୍ଥ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ସମସ୍ତେ ଜାଣିଛନ୍ତି କି ବଜାରରେ ମିଳୁଥିବା ପନିପରିବା ସମସ୍ତଙ୍କ ପାଇଁ ବହୁତ ହିତକର ।
କିନ୍ତୁ ଏହି ସବୁ ଖାଦ୍ୟରେ ଅପମିଶ୍ରଣର ଯାଞ୍ଚ କରିବା ବି ନିହାତି ଜରୁରୀ ଅଟେ । ଖାଦ୍ୟରେ ହେଉଥିବା ଅପମିଶ୍ରଣକୁ ଜାଣିବା ପାଇଁ ବିଭିନ୍ନ ଉପାୟ ଅଛି । ତେବେ ଜାଣି ନିଅନ୍ତୁ କି କେମିତି ଅସଲ ଓ ନକଲି ଖାଦ୍ୟ ମଧ୍ୟରେ ଫରକ ଜାଣିବେ । ପ୍ରଥମେ ଗୋଟିଏ ତୁଳାକୁ ପେରାଫିନ ଲିକୁଇଡରେ ଦେଇ ତାକୁ ଯେ କୌଣସି ପରିବାରର ବାହାର ଅଂସରେ ଘସନ୍ତୁ ।
ଯଦି ତୁଳାର ରଙ୍ଗ ନୀଳ ପଡି ଯାଉଛି ତେବେ ଜାଣିବେ ପନିପରିବାରେ ଅପମିଶ୍ରଣ ହୋଇଛି । ଯଦି ତୁଳା ନୀଳ ରଙ୍ଗର ହେଉ ନାହିଁ ତେବେ ବୁଝି ଯିବେ କି ଏଥିରେ ଅପମିଶ୍ରଣ ହୋଇ ନାହିଁ । କହିବାକୁ ଗଲେ ପରିବାକୁ ସବୁଜ ରଖିବା ପାଇଁ ମେଲାକାଇଟ ଗ୍ରୀନର ବ୍ୟବହାର କରାଯାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ବଜାରରେ ମିଳୁଥିବା ହଳଦୀରେ ଅପମିଶ୍ରଣର ହୋଇଛି କି ନାହିଁ ଜାଣିବା ପାଇଁ ପ୍ରଥମେ ଦୁଇଟି ଗ୍ଳାସରେ ପାଣି ନେଇ ଗୋଟିଏ ଗ୍ଳାସରେ ଶୁଦ୍ଧ ହଳଦୀ ଓ ଅନ୍ୟଟିରେ ବିଶୁଦ୍ଧ ହଳଦୀ ଗୋଟିଏ ଚାମଚ କରି ପକାନ୍ତୁ । ଦେଖିବେ ଯେଉଁ ଗ୍ଳାସରେ ହଳଦୀ ପାଉଡର ତଳେ ବସି ଯାଉଛି ତାହା ଶୁଦ୍ଧ ଅଟେ ଓ ଯେଉଁ ଗ୍ଳାସରେ ହଳଦୀ ପାଉଡର ତଳେ ବସୁ ନାହିଁ ଓ ଗ୍ଳାସରେ ପାଣିର ରଙ୍ଗ ହଳଦିଆ ହେଉ ନାହିଁ ତାହା ଅପମିଶ୍ରଣର କିମ୍ବା ନକଲି ହଳଦୀ ବୋଲି ବୁଝି ଯାଅନ୍ତୁ ।
ଏହିଭଳି କିଛି ଉପାୟ ମାଧ୍ୟମରେ ଆପଣ ଅସଲ ଓ ନକଲି ଲୁଣ ବିଷୟରେ ବି ଜାଣି ପାରିବେ । ଅସଲ ଲୁଣ ବିଷୟରେ ଜାଣିବା ପାଇଁ ପ୍ରଥମେ ଆପଣ ଗୋଟିଏ ଆଳୁକୁ ଦୁଇ ଫାଳ କରି ଦିଅନ୍ତୁ । ଗୋଟିଏ ଆଲୁରେ ଶୁଦ୍ଧ ଲୁଣ ଅନ୍ୟ ଆଳୁରେ ବିଶୁଦ୍ଧ ଲୁଣ ଲଗାନ୍ତୁ । ଦେଖିବେ କି ବିଶୁଦ୍ଧ ଲୁଣ ଲଗାଇଥିବା ଆଳୁରେ ରଙ୍ଗ ନୀଳ ଓ ଅଳ୍ପ କଳା ହୋଇଯିବ ।
କିନ୍ତୁ ଶୁଦ୍ଧ ଲୁଣରେ ଏହିଭଳି କିଛି ବି ନଜର ଆସିବ ନାହିଁ । ସେହିଭଳି ଅସଲ ଓ ନକଲି ଅଣ୍ଡା ଜାଣିବା ପାଇଁ ପ୍ରଥମେ ଗୋଟିଏ ଗ୍ଳାସରେ ପାଣି ଅଧାରୁ ଅଧିକ ନେଇ ସେଥିରେ ଗୋଟିଏ ଅଣ୍ଡା ଛାଡି ଦିଅନ୍ତୁ । ଏହି ସମୟରେ ଯଦି ଅଣ୍ଡା ତଳେ ବସି ଯାଉଛି ତେବେ ଅଣ୍ଡା ଭଲ ଓ ଅନ୍ୟ ଦୁଇଟି ସ୍ଥିତି ନକଲି ଅଣ୍ଡାର ଲକ୍ଷଣ ଅଟେ ।