ପୂଜାପାଠ କରନ୍ତୁ କି ନ କରନ୍ତୁ, ଏହି 4 ଅଭ୍ୟାସ ଜୀବନରେ ଥିଲେ ଦାରିଦ୍ର୍ୟତା ରୁହେ ଦୂରେଇ

ବ୍ୟକ୍ତି ଯେଉଁ କାମକୁ ବାରମ୍ବାର କରିଥାଏ ଥର ଅଭ୍ଯାସରେ ପରିଣୀତ ହୋଇଥାଏ । ଅଭ୍ଯାସ ଦୁଇ ପ୍ରକାରର ହୋଇଥାଏ ଯେମିତି ଭଲ ଓ ଖରାପ । ଆମର ଅଭ୍ଯାସ ବ୍ୟକ୍ତିତ୍ବ, ଆଚରଣ, ସ୍ଵଭାବ, ଖାନପାନ ଉପରେ ପ୍ରଭାବ ପଡିଥାଏ । ଏହା ସହ ଆମ ଭାଗ୍ୟରେ ମଧ୍ୟ ପ୍ରଭାବ ପଡିଥାଏ । ଯଦି ଅଭ୍ଯାସ ଭଲ ହୋଇଥାଏ ତେବେ ଜୀବନରେ ଉନ୍ନତି ହେବା ସହ ସକାରାତ୍ମକ ପ୍ରଭାବ ଦେଖାଯାଏ । ଏହାର ବିପରୀତ ଖରାପ ଅଭ୍ଯାସ ରହିଲେ ଖରାପ ପ୍ରଭାବ ଜୀବନରେ ଉପରେ ପଡିଥାଏ ।

ଆଜିକାଲିର ଦୈନନ୍ଦିନ ଜୀବନରେ ବ୍ୟକ୍ତି ପୂଜା ପାଠ କରିବା ପାଇଁ ସମୟ ପାଉ ନାହି । ଇଶ୍ଵର କୌଣସି ବ୍ରତ ବା ପୂଜା ପାଠ କରିବାରେ ପ୍ରସନ୍ନ ହୋଇନଥାନ୍ତି । ବରଂ ଭଲ କର୍ମ ପାଇଁ ଇଶ୍ଵର ପ୍ରସନ୍ନ ହୋଇଥାନ୍ତି । ଯଦି ଇଶ୍ଵରଙ୍କ କୃପା ପ୍ରାପ୍ତ କରିବାକୁ ହୁଏ ତେବେ ଆମେ ନିଜର ଦିନଚର୍ଜ୍ୟାରେ ପରିବର୍ତ୍ତନ କରିବାକୁ ହେବ । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟକ୍ତି ପାଖରେ ରହିଲେ ବ୍ୟକ୍ତି ଜୀବନରେ ଉନ୍ନତି ଆସିଥାଏ ।

୧- ପ୍ରତେକ ବ୍ୟକ୍ତି ସକାଳେ ଉଠିବା ପରେ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଏହା ଛଡା ଯଦି ଘରେ ତୁଳସୀ ଗଛ ରହିଥାଏ ତେବେ ଗୋଟେ ଦୀପ ଲଗାଇବା ଉଚିତ । ଏହି ଅଭ୍ଯାସ ଦ୍ଵାରା ଜୀବନରେ ଉନ୍ନତି ହେବ ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୨- ଶାସ୍ତ୍ର ଅନୁସାରେ ସ୍ନାନ କରିବା ପରେ ରୋଷେଇ ଘରେ ପ୍ରବେଶ କରିବା ଉଚିତ । କିନ୍ତୁ ଆଜିକାଲି ଏହା ସମ୍ଭବ ହେଉ ନାହି । ତେଣୁ ମହିଳା ମାନେ ନିତ୍ୟକର୍ମ ସାରି ରୋଷେଇ ଘରେ ପ୍ରବେଶ କରିବା ଉଚିତ । ଏହା ସହ ରୋଷେଇ ଆରମ୍ଭ କରିବା ପୂର୍ବରୁ ପ୍ରାଣମ କରିବା ଉଚିତ । ଏହା ଦ୍ଵାରା ମା ଅର୍ଣ୍ଣପୂର୍ଣ୍ଣା ଓ ଲକ୍ଷ୍ମୀଙ୍କ ଆଶୀର୍ବଦା ପ୍ରାପ୍ତ ହୋଇଥାଏ ।

୩- କେବେ ବି ଅନ୍ୟକୁ କଷ୍ଟ ହେବା ଭଳି କଥା କହିବା ଅନୁଚିତ । ଏହା ଛଡା ଅନ୍ୟ ଉପରେ ବିନା କାରଣରେ ରାଗିବା ଉଚିତ ନୁହେଁ । ବଡ ଗୁରୁଜନଙ୍କୁ କଟୁ ବଞ୍ଚନ କଝିବା ଅନୁଚିତ । ମହିଳାଙ୍କର ସମ୍ମାନ ଓ ସୁରକ୍ଷାର ଧ୍ୟାନ ରଖିବା ଉଚିତ । କୌଣସି ପଶୁ ଉପରେ ଅତ୍ୟାଚାର କରିବା ଉଚିତ ନୁହେଁ । ଏହା ଛଡା ଘରକୁ କୌଣସି ଦରିଦ୍ର ବ୍ୟକ୍ତି ଆସିଥିଲେ ତାହାର ସାହାଜ୍ଯ କରିବା ଉଚିତ । ଏହି ସବୁ ଅଭ୍ଯାସ ରଖିଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୪- ଘରୁ ବାହାରିବା ସମୟରେ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଏହା ଛଡା ରାସ୍ତାରେ ଯାଉଥିବା ସମୟରେ ଯେପରି କୌଣସି ଜୀବ ଉପରେ ପାଦ ନ ପଡେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଏହା ଦ୍ଵାରା ଭଗବାନଙ୍କ କୃପା ଲାଭ ଝୋଇଥାଏ । ଏମିତି ସ୍ଵଭାବ ଥିବା ବ୍ୟକ୍ତି ଜୀବନରେ ଉନ୍ନତି କରିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *