ପାଣ୍ଡବମାନେ ରାଜ୍ୟ ପାଠ ତ୍ୟାଗ କରି ହିମାଳୟ ଆଡକୁ ଚାଲି ଯାଇଥିଲେ । ସେତେବେଳେ ଦ୍ରୌପଦୀ ପ୍ରଥମେ ନିଜର ପ୍ରାଣ ତ୍ୟାଗ କରିଥିଲେ । ସେତେବେଳେ ପାଣ୍ଡବ ମାନଙ୍କ ସହିତ ଏକ କୁକୁର ମଧ୍ୟ ଥିଲା । ପାଣ୍ଡବ ମାନେ ପୃଥିବୀ ପରିକ୍ରମଣ କରିବାକୁ ମଧ୍ୟ ଇଛା ପ୍ରକାଶ କରିଥିଲେ । ତେଣୁ ସେମାନେ ଉତ୍ତର ଦିଗରୁ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଯାତ୍ରା ଆରମ୍ଭ କରୁ କରୁ ସେମାନେ ହିମାଳୟରେ ପହଞ୍ଚିଥିଲେ । ସେମାନେ ଯେତେବେଳେ ଆଗକୁ ଆଗକୁ ଗମନ କଲେ ସେମାନଙ୍କୁ ବାଲୁକା ପର୍ବତର ଦର୍ଶନ ହେଲା ଏହାପରେ ସେମାନଙ୍କୁ ମେରୁ ପର୍ବତର ମଧ୍ୟ ଦର୍ଶନ ହେଲା ।
ଏହି ସମୟରେ ଯାତ୍ରା କରୁକରୁ ଦ୍ରୌପଦୀ ଗଳି ପଡିଲେ । ଏହି ସମୟରେ ଭୀମ ପଚାରିଲେ ସେ ତ କେବେ କିଛି ପାପ କରିନଥିଲେ ସେ କାହିଁକି ଗଳି ପଡିଲେ । ସେତେବେଳ ଯୁଧିଷ୍ଠିର କହିଲେ ସେ ଆମ ସମସ୍ତଙ୍କ ମଧ୍ୟରୁ ଅର୍ଜୁନଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ ଆମ ମାନଙ୍କ ପାଇଁ ତାଙ୍କ ପ୍ରେମ ସମାନ ନ ଥିଲା । ତେଣୁ ତାଙ୍କ ସହିତ ଏମିତି ହେଲା । ତାଙ୍କର ଏ ଅସମାନତା ପ୍ରେମ କାରଣରୁ ତାଙ୍କର ଦେହତ୍ୟାଗ ସର୍ବ ପ୍ରଥମେ ହେଲା ।
ଏହା ପରେ ସହଦେବ ଗଳି ପଡିଲେ ତାଙ୍କ ପଡିବାର କାରଣ କହିବାକୁ ଯାଇ ଯୁଧିଷ୍ଠିର କହିଲେ କି ସେ ନିଜକୁ ସବୁଠାରୁ ଜ୍ଞାନୀ ବୋଲି ଭାବୁ ଥିଲେ । ଏହି କାରଣରୁ ସର୍ବ ପ୍ରଥମେ ସହଦେବଙ୍କର ଦେହତ୍ୟାଗ ହୋଇଥିଲା । ତା ପରେ ନକୁଳ ନିଜର ପ୍ରାଣ ତ୍ୟାଗ କରିଥିଲେ । ଏହାର କାରଣ କହିବାକୁ ଯାଇ ଯୁଧିଷ୍ଠିର କହିଲେ କି ନିଜର ରୂପ ପାଇଁ ନକୁଳକୁ ବହୁତ ଅଭିମାନ ଥିଲା । ଏହି କାରଣରୁ ନକୁଳର ଦେହତ୍ୟାଗ ହୋଇଥିଲା ।
ନକୁଳ ପରେ ଅର୍ଜୁନର ମାରିବା ଦେଖି ଭୀମ ଯେତେବେଳେ ପଚାରିଥିଲେ ସେ କହିଲେ ଅର୍ଜୁନ ନିଜର ପରାକ୍ରମ ଉପରେ ବହୁତ ଗର୍ବ କରୁଥିଲା । ସେଥିପାଇଁ ତାର ଦେହତ୍ୟାଗ ଘଟିଲା । ଏହା ପରେ ଭୀମ ମଧ୍ୟ ଦେହତ୍ୟାଗ ମୁଖରେ ପଡ଼ିଥିଲେ ତାଙ୍କର ମରିବାର ଖବର ଉପରେ ଯୁଧିଷ୍ଠିର କହିଲେ କି ତାଙ୍କର ଦେହତ୍ୟାଗ ପାଇଁ ତାଙ୍କର ଅଧିକ ଖାଇବା ଆଉ ଅଯଥାରେ ନିଜର ବଳ ପରିଶ୍ରମ କରିବା ଏହାର କାରଣ ବୋଲି କହିଥିଲେ । ଏହା ସହିତ ତାଙ୍କ ସହିତ ସେହି କୁକୁରଟି ତାଙ୍କ ସହିତ ଚାଲିଥିଲା ଏପରି ଭାବରେ ସେ ସ୍ୱର୍ଗ ପାଖକୁ ପହଞ୍ଚିଥିଲେ ।
ଏହି କାରଣ ପାଇଁ ଦ୍ରୌପଦୀ ଆଉ ଚାରି ପାଣ୍ଡବ ଦେହତ୍ୟାଗ ବରଣ କରିଥିଲେ । ସମସ୍ତଙ୍କର କିଛି ନା କିଛି ଭୁଲ କରିଥିଲେ ତେଣୁ ସେମାନେ ନିଜ ସ୍ବ ଶରୀରରେ ସ୍ୱର୍ଗକୁ ଯାଇ ପାରିନଥିଲେ । ଯୁଧିଷ୍ଠିର କିଛି ଭୁଲ କରିନଥିଲେ କି ମିଛ କାହିଁଥିଲେ ତେଣୁ ସେ ସ୍ବ ଶରୀରରେ ସ୍ବର୍ଗ ଧାମ କୁ ଗମନ କରିଥିଲେ । ତେଣୁ ଏଥିରୁ ଆମକୁ ଶିକ୍ଷା ମିଳିଲା ଯେ ଜୀବନରେ ପାପ କଲେ ଆମକୁ ସ୍ୱର୍ଗ ପ୍ରାପ୍ତି ହୋଇ ପାରିବ ନାହିଁ । ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସୁଛି ତାହେଲେ ଲାଇକ ଆଉ ସେୟାର କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।